ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ର, ଜାତିସଂଘ ମହାସଚିବଙ୍କ ଆହ୍ୱାନକୁ ପ୍ରତିଧ୍ୱନିତ କରିବାକୁ ଯାଇ ଅତ୍ୟଧିକ ଉତ୍ତାପକୁ ଏକ ବିଶ୍ୱ ସଙ୍କଟ ଭାବରେ ମୁକାବିଲା କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗତ କାଲି (୦୬ ଜୁନ୍ ୨୦୨୫) ଜେନେଭାରେ ଅତ୍ୟଧିକ ଉତ୍ତାପ ଜନିତ ବିପଦର ପରିଚାଳନା ଉପରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନ କାଳରେ ପ୍ରମୁଖ ଉଦବୋଧନ ଦେବା ଅବସରରେ ସେ ଉଲ୍ଲେଖ କରିଥିଲେ ଯେ, ବର୍ଦ୍ଧିତ ତାପମାତ୍ରା ଜନସ୍ୱାସ୍ଥ୍ୟ, ଅର୍ଥନୈତିକ ସ୍ଥିରତା ଏବଂ ପାରିବେଶିକ ନମନୀୟତା ପାଇଁ ଏକ ପଦ୍ଧତିଗତ ବିପଦ ସୃଷ୍ଟି କରୁଛି, ଏବଂ ଭାରତ ଆବଣ୍ଟିତ ଶିକ୍ଷା, ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ଏକ ପ୍ଲାଟଫର୍ମ ଭାବରେ ଅତ୍ୟଧିକ ଉତ୍ତାପ ଜନିତ ବିପଦ ପରିଚାଳନା ପାଇଁ ସାଧାରଣ ଢାଞ୍ଚାକୁ ଆଗକୁ ବଢ଼ାଇବା ନିମନ୍ତେ ୟୁଏନଡିଆରଆରର ପଦକ୍ଷେପକୁ ସ୍ୱାଗତ କରୁଛି। ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅତ୍ୟଧିକ ଉତ୍ତାପ ଜନିତ ବିପଦର ପରିଚାଳନା ପାଇଁ ଏକ ସକ୍ରିୟ ଏବଂ ଭବିଷ୍ୟଦର୍ଶୀ – ଚିନ୍ତାଧାରା ସମ୍ପନ୍ନ ଆଭିମୁଖ୍ୟ ଗ୍ରହଣ କରିଛି। ସେ ସୂଚାଇଥିଲେ ଯେ , ଭାରତ ବିପର୍ଯ୍ୟୟ ପ୍ରତିକ୍ରିୟାଠାରୁ ଆଗକୁ ବଢ଼ି ସମନ୍ୱିତ ପ୍ରସ୍ତୁତି ଏବଂ ପ୍ରଶମନ ରଣନୀତି ଆଡ଼କୁ ଗତି କରିଛି। ୨୦୧୬ ମସିହାରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ୨୦୧୯ ମସିହାରେ ସଂଶୋଧିତ ଉତ୍ତାପ ଲହରୀ ପରିଚାଳନା ଉପରେ ବ୍ୟାପକ ଜାତୀୟ ନିର୍ଦ୍ଦେଶାବଳୀ ବିକଶିତ କରିଛି, ଯାହା ବିକେନ୍ଦ୍ରୀକୃତ ଉତ୍ତାପ କାର୍ଯ୍ୟ ଯୋଜନା (ଏଚଏପି) ପାଇଁ ମୂଳଦୁଆ ସ୍ଥାପନ କରିଥିଲା। ସେ ଏ କ୍ଷେତ୍ରରେ ଅହମ୍ମଦାବାଦ ଉତ୍ତାପ କାର୍ଯ୍ୟ ଯୋଜନାର ଅଗ୍ରଗଣ୍ୟତାକୁ ସ୍ୱୀକାର କରିଥିଲେ, ଯାହା କିପରି ପ୍ରାରମ୍ଭିକ ଚେତାବନୀ, ଆନ୍ତଃ – ଏଜେନ୍ସି ସମନ୍ୱୟ ଏବଂ ଜନଗୋଷ୍ଠୀଙ୍କ ନିକଟରେ ପହଞ୍ଚ ଏହି ବିପଦରୁ ଅନେକ ସଂଖ୍ୟକ ଜୀବନକୁ ରକ୍ଷା କରି ପାରିବ ତାହା ପ୍ରଦର୍ଶନ କରିଥିଲା । “୨୩ଟି ଉତ୍ତାପ – ପ୍ରବଣ ରାଜ୍ୟର ୨୫୦ରୁ ଅଧିକ ସହର ଏବଂ ଜିଲ୍ଲାରେ ଏନଡିଏମଏର ପରାମର୍ଶଦାତା, ବୈଷୟିକ ଏବଂ ସଂସ୍ଥାଗତ ବ୍ୟବସ୍ଥା ଦ୍ୱାରା ସମର୍ଥିତ କାର୍ଯ୍ୟକ୍ଷମ ଉତ୍ତାପ କାର୍ଯ୍ୟ ଯୋଜନା ରହିଛି’ ବୋଲି ପ୍ରମୁଖ ସଚିବ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସୁଦୃଢ଼ ନିରୀକ୍ଷଣ ବ୍ୟବସ୍ଥା, ହସ୍ପିଟାଲ ପ୍ରସ୍ତୁତି ଏବଂ ସଚେତନତା ଅଭିଯାନ ଦ୍ୱାରା ଉତ୍ତାପ ଲହରୀ – ସମ୍ବନ୍ଧିତ ମୃତ୍ୟୁହାର ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି। ଡକ୍ଟର ମିଶ୍ର ଏ ବାବଦରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ସମଗ୍ର ସରକାର ଏବଂ ସମଗ୍ର ସମାଜ, ସ୍ୱାସ୍ଥ୍ୟ, କୃଷି, ନଗର ଉନ୍ନୟନ, ଶ୍ରମ, ଶକ୍ତି, ଜଳ, ଶିକ୍ଷା ଏବଂ ଭିତ୍ତିଭୂମି ମନ୍ତ୍ରଣାଳୟଗୁଡ଼ିକୁ ସାମିଲ କରିବା ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଗବେଷଣା ଗୋଷ୍ଠୀ, ନାଗରିକ ସମାଜ ସଂଗଠନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ସ୍ଥାନୀୟ ସରକାରଙ୍କୁ ଉତ୍ତାପ କାର୍ଯ୍ୟ ଯୋଜନାକୁ ଉନ୍ନତ କରିବା ନିମନ୍ତେ ସହାୟତା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। “ଅତ୍ୟଧିକ ଉତ୍ତାପ ସମୁଦାୟଗୁଡ଼ିକୁ ଗଭୀର ଭାବରେ ପ୍ରଭାବିତ କରିଥାଏ ଏବଂ ଭାରତ ଏହାର ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ଏଥିରେ ପାରମ୍ପରିକ ଜ୍ଞାନ ଏବଂ ସ୍ଥାନୀୟ ଅଭିଜ୍ଞତାକୁ ସକ୍ରିୟ ଭାବରେ ସାମିଲ କରିଛି’ ବୋଲି ଡକ୍ଟର ମିଶ୍ର ଗୁରୁତ୍ୱରୋପ କରି କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ସ୍କୁଲଗୁଡ଼ିକ ଆଚରଣଗତ ପରିବର୍ତ୍ତନ ପାଇଁ ଉତପ୍ରେରକ ପାଲଟିଛନ୍ତି, ପିଲାମାନଙ୍କୁ ଜଳବାୟୁ ନମନୀୟତା ବିଷୟରେ ଶିକ୍ଷା ଦେଇଛନ୍ତି। ସେ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ତ୍ୱରିତ ଏବଂ ପ୍ରଭାବଶାଳୀ ଜରୁରୀକାଳୀନ ପ୍ରତିକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ହସ୍ପିଟାଲ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ନିଶ୍ଚତ ରୂପେ ସୁଦୃଢ଼ କରାଯିବା ଆବଶ୍ୟକ। ଭାରତର କେବଳ -ପ୍ରସ୍ତୁତି ପଦ୍ଧତିରୁ ଦୀର୍ଘକାଳୀନ ଉତ୍ତାପ ଲହରୀ ପ୍ରଶମନ ବ୍ୟବସ୍ଥାକୁ ପରିବର୍ତ୍ତନ, ଯେପରିକି ଶୀତଳ ଛାତ ପ୍ରଯୁକ୍ତି, ନିଷ୍କ୍ରିୟ ଶୀତଳନ କେନ୍ଦ୍ର, ସହରାଞ୍ଚଳ ସବୁଜୀକରଣ ଏବଂ ପାରମ୍ପରିକ ଜଳାଶୟର ପୁନରୁଦ୍ଧାର ଇତ୍ୟାଦି ସମ୍ପର୍କରେ ବିବରଣୀ ଦେଇ ଶ୍ରୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଭାରତ ସହରାଞ୍ଚଳ ଉତ୍ତପ୍ତ ଦ୍ୱୀପ (ଅର୍ବାନ୍ ହିଟ୍ ଆଇଲ୍ୟାଣ୍ଡ – ୟୁଏଚଆଇ)ର ମୂଲ୍ୟାଙ୍କନକୁ ମଧ୍ୟ ସହରାଞ୍ଚଳ ଯୋଜନାରେ ସାମିଲ କରୁଛି।ଡକ୍ଟର ମିଶ୍ର ଏକ ପ୍ରମୁଖ ନୀତିଗତ ପରିବର୍ତ୍ତନ ସମ୍ପର୍କରେ ଘୋଷଣା କରି କହିଥିଲେ ଯେ, ଜାତୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ୍)ଗୁଡ଼ିକ ଏବେ ଉତ୍ତାପ ଲହରୀ ହ୍ରାସ ପାଇଁ ବ୍ୟବହାର କରାଯାଇ ପାରିବ, ଯାହା ସ୍ଥାନୀୟ ସରକାର, ଘରୋଇ କ୍ଷେତ୍ର ସଂସ୍ଥା, ଏନଜିଓ ଏବଂ ବ୍ୟକ୍ତିବିଶେଷଙ୍କୁ ନିବାରଣ ଏବଂ ପ୍ରଶମନ ପ୍ରକଳ୍ପଗୁଡ଼ିକୁ ସହଯୋଗାତ୍ମକ-ଅର୍ଥ ପ୍ରଦାନ କରିବାକୁ ଅନୁମତି ଦେଇଥାଏ, ଯାହା ଦ୍ୱାରା ମିଳିତ ଦାୟିତ୍ୱ ବହନ କରାଯାଇଥାଏ। ଡକ୍ଟର ମିଶ୍ର ଏ କ୍ଷେତ୍ରରେ ସମ୍ପାଦନ କରାଯିବାକୁ ବକେୟା ରହିଥିବା ପ୍ରମୁଖ ଆହ୍ୱାନଗୁଡ଼ିକୁ ସ୍ୱୀକାର କରିଛନ୍ତି ଏବଂ ପ୍ରାରମ୍ଭିକ ସତର୍କତା ପ୍ରଣାଳୀକୁ ଉନ୍ନତ କରିବା ପାଇଁ ବାସ୍ତବ – ସମୟ ତଥ୍ୟ ଉପରେ ଆଧାରିତ ଏକ ସ୍ଥାନୀୟ ଉତ୍ତାପ – ଆର୍ଦ୍ରତା ସୂଚକାଙ୍କ ବିକଶିତ କରିବା ଉପରେ ବିଶ୍ୱବ୍ୟାପୀ ଧ୍ୟାନ ଦେବାକୁ ଆହ୍ୱାନ କରିଛନ୍ତି, ଯେଉଁଗୁଡ଼ିକ ସୁଲଭ ଏବଂ ସଂସ୍କୃତି ଦୃଷ୍ଟିରୁ ଉପଯୁକ୍ତ ନିର୍ମାଣ ପ୍ରଯୁକ୍ତିବିଦ୍ୟା ଏବଂ ନିଷ୍କ୍ରିୟ ଶୀତଳନ ଉଦ୍ଭାବନକୁ ଆଗକୁ ବଢ଼ାଇବା ସହିତ ସମାନ…
Category: Odia News
କୃଷକଙ୍କ ଆୟ ବୃଦ୍ଧି, ଚାଷ ଖର୍ଚ୍ଚ ହ୍ରାସ, ଚାଷୀମାନଙ୍କୁ ବିହନ ଠାରୁ ବଜାର ପର୍ଯ୍ୟନ୍ତ ଆଧୁନିକ ସୁବିଧା ଯୋଗାଇବା ଆମ ସରକାରଙ୍କ ପ୍ରାଥମିକତା।” – ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ
ଭାରତର ଅର୍ଥନୀତି ଏବଂ ସଂସ୍କୃତିର ହୃଦୟରେ ରହିଛି କୃଷି। ଏହା ଲକ୍ଷ ଲକ୍ଷ ଲୋକଙ୍କୁ ଜୀବୀକା ଦେବା ସହ ଦେଶକୁ ପରିଚୟ ଦେଇଥାଏ। ଗତ ଏଗାର ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ବିବାହ ପଞ୍ଜିକରଣ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ: ଶନିଦେବ ବନାମ ଉତ୍ତର ପ୍ରଦେଶ ସରକାରଙ୍କ ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ବିବାହ ପଞ୍ଜିକରଣ ପାଇଁ ଏକ ନୂତନ…
ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍ଘାଟିତ
ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍ଘାଟନ କରିଛନ୍ତି। ଏହି ଇଞ୍ଜିନିୟରିଂ…
ସର୍ଚ୍ଚ ଅପରେସନରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ
ଛତିଶଗଡ଼ ବିଜାପୁର ଜିଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ୩ ଦିନ ଧରି ଚାଲିଥିବା ବଡ଼ ଧରଣର ସର୍ଚ୍ଚ ଅପରେସନରେ ଯବାନଙ୍କ ଗୁଳିରେ…
ଆସାମ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି
ଆସାମ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତେବେ ୧୪ଟି ଜିଲ୍ଲାର ୪ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଏବେ…
ମଣିପୁରର ୫ ଜିଲାରେ ସରକାର ଇଣ୍ଟରନେଟ ଏବଂ ମୋବାଇଲ ଡାଟା ସେବା ବନ୍ଦ
ମଣିପୁରର ୫ ଜିଲାରେ ସରକାର ଇଣ୍ଟରନେଟ ଏବଂ ମୋବାଇଲ ଡାଟା ସେବା ବନ୍ଦ କରିଦେଇଛନ୍ତି। ୫ ଦିନ ପାଇଁ ଏହି କଟକଣା…
ଚିକେନ୍ ନେକ୍ ନିକଟରେ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ
କିଶନଗଞ୍ଜ: ବାଂଲାଦେଶ ସୀମା ନିକଟବର୍ତ୍ତୀ ଭାରତର ଏକ ଅତି ସଂବେଦନଶୀନ ଅଂଚଳ ଚିକେନ୍ ନେକ୍ ନିକଟରେ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ…
ରାଜନୈତିକ ଦଳ ଗଡିବେ ଏଲନ ମସ୍କ!
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଆହୁରି ଘନେଇବାରେ ଲାଗିଛି…
ରଥଯାତ୍ରା ସୁପରିଚାଳନା ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠିତ
ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ସରକାର ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ…