ନୂଆଦିଲ୍ଲୀ: ରାଫେଲ ବିମାନ ତିଆରି କରୁଥିବା ଫରାସୀ କମ୍ପାନୀ ଡାସଲ୍ଟ ଆଭିଏସନ୍ର ସିଇଓ ଏରିକ୍ ଟ୍ରାପିଅର୍ ପାକିସ୍ତାନ ଦ୍ୱାରା କରାଯାଇଥିବା ସାମ୍ପ୍ରତିକ…
Author: Contributor
ପ୍ରଧାନମନ୍ତ୍ରୀଙ୍କ ସାଇପ୍ରସ ଗଣରାଜ୍ୟ, କାନାଡା ଓ କ୍ରୋଏସିଆ ଗସ୍ତ
ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ନିକୋସ କ୍ରୀଷ୍ଟୋଡୋଲିଡେସ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫-୧୬ ଜୁନ୍, ୨୦୨୫ ମଧ୍ୟରେ ସାଇପ୍ରସକୁ ସରକାରୀ ଗସ୍ତରେ ଯିବେ । ଦୁଇ ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସାଇପ୍ରସ ଗସ୍ତ ହେବ । ନିକୋସିଆରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କ୍ରୀଷ୍ଟୋଡୋଲିଡେସ୍ଙ୍କ ସହ ଆଲୋଚନା କରିବେ ଏବଂ ଲିମାସୋଲରେ ବ୍ୟାପାର ଜଗତର ପ୍ରମୁଖ ବ୍ୟକ୍ତିମାନଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ସହ ଭୂମଧ୍ୟସାଗରୀୟ କ୍ଷେତ୍ର ଏବଂ ୟୁରୋପୀୟ ସଂଘ ସହିତ ଭାରତର ଭାଗିଦାରୀକୁ ମଜବୁତ୍ କରିବା ପାଇଁ ଦୁଇ ଦେଶର ମିଳିତ ପ୍ରତିବଦ୍ଧତାକୁ ନିଶ୍ଚିତ କରିବ । ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ଜୁନ୍ ମଧ୍ୟରେ ଜି-୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପାଇଁ କାନାଡ଼ାର କାନାନାସ୍କିସ୍ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ କ୍ରମାଗତ ଷଷ୍ଠ ଥର ପାଇଁ ଜି-୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବେ । ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଜି-୭ ନେତୃବୃନ୍ଦଙ୍କୁ, ଅନ୍ୟାନ୍ୟ ଦେଶର ନେତା ସମୂହ ଏବଂ ଆନ୍ତର୍ଜାତିକ ସଙ୍ଗଠନ ଗୁଡ଼ିକର ମୁଖ୍ୟଙ୍କ ସହ ଶକ୍ତି ସୁରକ୍ଷା, ପ୍ରାଦ୍ୟାଗିକୀ ଏବଂ ନବାଚାର, ବିଶେଷ କରି ଏଆଇ-ଏନର୍ଜି ମେଣ୍ଟ ଏବଂ କ୍ୱାଣ୍ଟମ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରିବେ । ଶିଖର ସମ୍ମଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ।
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ଲୋକଙ୍କୁ ବଞ୍ଚାଇବାର ପ୍ରୟାସ ବିଫଳ ହୋଇଛି କାରଣ ବିମାନରେ ଥିବା ୧.୨୫ ଲକ୍ଷ ଲିଟର ଇନ୍ଧନ ଜଳିବା ଯୋଗୁଁ ତାପମାତ୍ରା ଅତ୍ୟଧିକ ଉଚ୍ଚ ସ୍ତରକୁ ବୃଦ୍ଧି ପାଇଥିଲା
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର କହିଛନ୍ତି ଯେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ଲୋକଙ୍କୁ ବଞ୍ଚାଇବାର ପ୍ରୟାସ ବିଫଳ ହୋଇଛି…
କ୍ରୁ ମେମ୍ବର ଥିଲେ NCP ନେତାଙ୍କ ବୋହୂ
ଅହମ୍ମଦାବାଦ: ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ୨୪୨…
ରମେଶ ବିଶ୍ୱାସଙ୍କ ଜୀବନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି କଲେ ବର୍ଣ୍ଣନା
ଅହମ୍ମଦାବାଦ, ୧୩ା୬: ଗୁଜରାଟର ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା କେବଳ ସମଗ୍ର ଦେଶକୁ ନୁହେଁ, ବିଦେଶର ଲୋକଙ୍କୁ ମଧ୍ୟ ଝଟକା ଦେଇଛି।…
ମିଳିଲା ବ୍ଲାକ୍ବକ୍ସ
ନୂଆଦିଲ୍ଲୀ: ଭାରତର ବିମାନ ସେବା କ୍ଷେତ୍ରରେ ଘଟିଛି ଭୟଙ୍କର ଦୁର୍ଘଟଣା। ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ- ଏଆଇ୧୭୧ (ବୋଇଂ…
ବିଜୟ ରୂପାନୀଙ୍କ ପୁଅ ବି ଦୁର୍ଘଟଣାରେ ହାରିଥିଲେ ଜୀବନ
ଅହମ୍ମଦାବାଦ,୧୩ା୬: ୧୨ ଜୁନ୍ ୨୦୨୫ ଭାରତୀୟଙ୍କ ଇତିହାସରେ ଏକ ଦୁଃଖଦ ଦିନ ଭାବରେ ଲିପିବଦ୍ଧ ହୋଇଛି। ଏହି ଦିନ ଅପରାହ୍ନ ଗୋଟାଏ…
ଦୁର୍ଘଟଣାର ସମ୍ଭାବ୍ୟ କାରଣ
ବିଶେଷଜ୍ଞମାନେ ଏହି ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଛନ୍ତି ଏବଂ ଚାରୋଟି ସମ୍ଭାବ୍ୟ କାରଣ ଉପରେ ଆଲୋଚନା କରୁଛନ୍ତି: ୱିଙ୍ଗ ଫ୍ଲାପ୍ସର ତ୍ରୁଟି:…
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସିକିମ ରାଜ୍ୟପାଳ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ନୂଆଦିଲ୍ଲୀରେ ସିକିମ ରାଜ୍ୟପାଳ ଶ୍ରୀ ଓମ୍ ପ୍ରକାଶ ମାଥୁର ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି: “ସିକିମ ରାଜ୍ୟପାଳ ଶ୍ରୀ @OmMathur_Raj ପ୍ରଧାନମନ୍ତ୍ରୀଙ୍କୁ @narendramodi ଭେଟିଛନ୍ତି ।”
ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ସହିତ ସ୍ଥାନୀୟ ଅଞ୍ଚଳର ପରିବର୍ତ୍ତିତ ପରିସ୍ଥିତି ସମ୍ପର୍କରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଏହି ଅଞ୍ଚଳର ପରିବର୍ତ୍ତିତ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଶ୍ରୀ ମୋଦୀଙ୍କୁ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ପରିସ୍ଥିତିକୁ ନେଇ ଭାରତର ଚିନ୍ତା ବ୍ୟକ୍ତ କରିଥିଲେ। ବିଶ୍ୱ ଶାନ୍ତି ପ୍ରୟାସ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ମୋଦୀ ଏହି ଅଞ୍ଚଳରେ ଶୀଘ୍ର ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଏକ୍ସ ରେ ଏକ ପୋଷ୍ଟରେ ଲେଖିଛନ୍ତି : “ଇସ୍ରାଏଲର ପ୍ରଧାନମନ୍ତ୍ରୀ ଶ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଠାରୁ ଏକ ଫୋନ କଲ୍ ପାଇଲି। ସେ ମୋତେ ପରିବର୍ତ୍ତିତ ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ। ମୁଁ ଭାରତର ଚିନ୍ତାଧାରାକୁ ସେୟାର କରିଥିଲି ଏବଂ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଶୀଘ୍ର ପୁନରୁଦ୍ଧାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲି।