ଶିକ୍ଷାର ଲକ୍ଷ୍ୟ ହେଉଛି ମଣିଷର ଚରିତ୍ର ଗଠନ ଏବଂ ବ୍ୟକ୍ତିତ୍ୱର ସାମଗ ବିକାଶ – ଡକ୍ଟର ମୋହନ ଭାଗବତ

ଶିକ୍ଷାର ଲକ୍ଷ୍ୟ ହେଉଛି ମଣିଷର ଚରିତ୍ର ଗଠନ ଏବଂ ବ୍ୟକ୍ତିତ୍ୱର ସାମଗ ବିକାଶ – ଡକ୍ଟର ମୋହନ ଭାଗବତ ରାଷ୍ଟ୍ରୀୟ ସ୍ୱୟଂସେବକ…

ଆଗାମୀ ପିଢ଼ି ଭାରତକୁ ସୁନା ପକ୍ଷୀ ଭାବରେ ନୁହେଁ ବରଂ ଏକ ସୁନା ସିଂହ ଭାବରେ ଦେଖିବାକୁ ଚାହାଁନ୍ତି

କେରଳର ଅମୃତା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍‌ରେ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ ଦ୍ୱାରା ଶିକ୍ଷାରେ ଭାରତୀୟତା ବିଷୟ ଉପରେ ଆୟୋଜିତ…

ଭାରତର ମହାନ ସମ୍ରାଟ ରାଜେନ୍ଦ୍ର ଚୋଳ-ପ୍ରଥମଙ୍କ ସମ୍ମାନାର୍ଥେ ଏକ ସ୍ମାରକୀ ମୁଦ୍ରା ଜାରି 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିରରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କରିଥିଲେ । ସର୍ବଶକ୍ତିମାନ ଭଗବାନ ଶିବଙ୍କୁ…

ଉତ୍ତରାଖଣ୍ଡର ହରିଦ୍ୱାରରେ ଦଳାଚକଟା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ମନସା ଦେବୀ ମନ୍ଦିର ରାସ୍ତାରେ ଦଳାଚକଟା ଯୋଗୁ ଜୀବନହାନି ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି: “ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ମନସା ଦେବୀ ରାସ୍ତାରେ ଦଳାଚକଟା ଯୋଗୁ ଜୀବନହାନି ଘଟଣାରେ ଗଭୀର ଦୁଃଖିତ । ସମ୍ପର୍କୀୟଙ୍କୁ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ମୋର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଭାବିତମାନଙ୍କୁ ସ୍ଥାନୀୟ ପ୍ରଶାସନ ଯଥାସମ୍ଭବ ସହାୟତା କରୁଛି: ପ୍ରଧାନମନ୍ତ୍ରୀ @narendramodi”

ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ଜଣେ ପ୍ରେରଣାଦାୟକ ଦୂରଦୃଷ୍ଟି ସମ୍ପନ୍ନ, ଉତ୍କୃଷ୍ଟ ବୈଜ୍ଞାନିକ, ମାଗଦର୍ଶକ ଏବଂ ଜରେ ମହାନ ଦେଶପ୍ରେମୀ ଭାବରେ ମନେ ରଖାଯାଏ । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି; “ପୂର୍ବତନ ରାଷ୍ଟ୍ରପତି ତଥା ଆମର ପ୍ରିୟ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ତାଙ୍କୁ ଜଣେ ପ୍ରେରଣାଦାୟକ ଦୂରଦୃଷ୍ଟିସମ୍ପନ୍ନ, ଉତ୍କୃଷ୍ଟ ବୈଜ୍ଞାନିକ, ମାର୍ଗଦର୍ଶକ ଏବଂ ଜଣେ ମହାନ ଦେଶପ୍ରେମୀ ଭାବରେ ମନେ ରଖାଯାଏ । ଆମ ଦେଶ ପ୍ରତି ତାଙ୍କର ସମର୍ପଣ ଅନୁକରଣୀୟ ଥିଲା । ତାଙ୍କର ଚିନ୍ତାଧାରା ଭାରତର ଯୁବପିଢ଼ିଙ୍କୁ ଏକ ବିକଶିତ ଏବଂ ସଶକ୍ତ ଭାରତ ଗଠନ ଦିଗରେ ଯୋଗଦାନ ଦେବାକୁ ପ୍ରେରଣା ଯୋଗାଇ ଥାଏ ।”

ପ୍ରତିଷ୍ଠା ଦିବସ ଅବସରରେ ସିଆରପିଏଫ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସିଆର୍‌ପିଏଫର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ସିଆରପିଏଫ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସିଆର୍‌ପିଏଫ୍ କର୍ମଚାରୀମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ସେମାନଙ୍କର କର୍ତ୍ତବ୍ୟ, ସାହସ ଏବଂ ଦୃଢ଼ ପ୍ରତିବଦ୍ଧତା ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ସମସ୍ତ ସିଆରପିଏଫ କର୍ମଚାରୀମାନଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା । ଏହି ବାହିନୀ ଆମର ସୁରକ୍ଷା ବ୍ୟବସ୍ଥାରେ ବିଶେଷକରି ଆଭ୍ୟନ୍ତରୀଣ ସୁରକ୍ଷା ସହିତ ଜଡିତ ଆହ୍ୱାନପୂର୍ଣ୍ଣ ଦିଗଗୁଡିକରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସିଆର୍‌ପିଏଫ କର୍ମଚାରୀମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ସେମାନଙ୍କର କର୍ତ୍ତବ୍ୟ, ସାହସ ଏବଂ ଦୃଢ଼ ପ୍ରତିବଦ୍ଧତା ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ କରିଛନ୍ତି । ମାନବୀୟ ଆହ୍ୱାନ ଉପରେ ବିଜୟ ହାସଲ କରିବାରେ ସେମାନଙ୍କର ଅବଦାନ ମଧ୍ୟ ପ୍ରଶଂସନୀୟ ।”

ଲଜିଷ୍ଟିକ୍ସ ପ୍ରଣାଳୀ ସୁଦୃଢ଼ ହେଲେ ଦେଶର ସୀମା ମଜବୁତ ହେବ

ଗୁଜରାଟ ଭଦୋଦରାରେ ଆଜି ଗତି ଶକ୍ତି ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ରୂପେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏଥିରେ ଆଭାସୀ…

ମନ କୀ ବାତରେ ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର କରିଥିବା ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ବିଷୟରେ ଚର୍ଚ୍ଚା

ଭୁବନେଶ୍ୱର, ୨୭ ଜୁଲାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ର ୧୨୪ତମ ଅଧ୍ୟାୟରେ…

ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ପଦକ୍ଷେପ ପ୍ରତି ଦୃଢ଼ ପ୍ରତିବଦ୍ଧତା ସହିତ ଆଲଷ୍ଟମ୍, ଭାରତରୁ 3,800+ ବଗି ଏବଂ 4,000+ ଫ୍ଲାଟପ୍ୟାକ୍ (ମଡ୍ୟୁଲ୍) ରପ୍ତାନି କରିଛି

27.07.2025 : କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତରେ ରେଳ ରୋଲିଂ ଷ୍ଟକ୍ ପାଇଁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର, ଗୁଜରାଟର ଭଦୋଦରାରେ…

ଅଗଷ୍ଟ ୧୫ ସୁଦ୍ଧା ଲଖପତି ଦିଦିଙ୍କ ସଂଖ୍ୟା ୨ କୋଟି ହେବ

‘ବୀମା ସଖୀ ଯୋଜନା’ ସମ୍ପର୍କରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ‘ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ବୀମା ସଖୀ ଯୋଜନା’ର ଐତିହାସିକ ଶୁଭାରମ୍ଭ ହୋଇଛି। ଏହି ଯୋଜନା କେବଳ ମହିଳା ସଶକ୍ତୀକରଣ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ନୁହେଁ, ବରଂ ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଞ୍ଚଳ ଭାରତକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ଦିଗରେ ମଧ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ। କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ମହିଳାଙ୍କୁ ଆତ୍ମନିର୍ଭରଶୀଳ ଏବଂ ଆର୍ଥିକ ଭାବରେ ସଶକ୍ତ କରିବାକୁ ପ୍ରତିବଦ୍ଧ।’ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଭାରତ ସରକାରଙ୍କ ମିଶନ “୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା”କୁ ସାକାର କରିବା ପାଇଁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀତା କରିଛି। ଜାତୀୟ ଜୀବିକା ମିଶନ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ଅଧୀନରେ ଏହି ଯୋଜନା ଅଧୀନରେ, ସାରା ଦେଶର ତାଲିମପ୍ରାପ୍ତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ମହିଳାମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରରେ ‘ବୀମା ସଖୀ’ ଭାବରେ ନିଯୁକ୍ତି ଦିଆଯିବ। ଶ୍ରୀ ଶିବରାଜ ସିଂହ କହିଛନ୍ତି ଯେ “ବୀମା ସଖୀ ଯୋଜନା ମହିଳା ଉଦ୍ୟୋଗୀତା ଏବଂ ଆର୍ଥିକ ସ୍ୱାଧୀନତା ପାଇଁ ଏକ ଦୃଢ଼ ମାଧ୍ୟମ। ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।” କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ଗ୍ରାମୀଣ ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି। ‘ବୀମା ସଖୀ’ ହେବା ଦ୍ୱାରା, ମହିଳାମାନେ ଏବେ ଉଦ୍ୟୋମୀତା ଏବଂ ଆୟ ପାଇଁ ନୂତନ ସୁଯୋଗ ପାଉଛନ୍ତି, ଯାହା ଏସଡିଜି-୫ (ଲିଙ୍ଗ ସମାନତା) ଏବଂ ‘ଲକ୍ଷପତି ଦିଦି ମିଶନ’ର ଲକ୍ଷ୍ୟକୁ ସୁଦୃଢ଼ କରିବ। ସେ କହିଛନ୍ତି ଯେ ଅଗଷ୍ଟ ୧୫ ସୁଦ୍ଧା ଦେଶରେ ଲଖପତି ଦିଦିଙ୍କ ସଂଖ୍ୟା ୨ କୋଟିରେ ପହଞ୍ଚିବ। କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ କହିଛନ୍ତି ଯେ ନିଯୁକ୍ତି ସୃଷ୍ଟି ଏବଂ ମହିଳା ଶ୍ରମଶକ୍ତିର ଅଂଶଗ୍ରହଣ ଅଧୀନରେ, ‘ବୀମା ସଖୀ’ ଯୋଜନା ସ୍ଥାନୀୟ ସ୍ତରରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ନିଯୁକ୍ତିରେ ଏକ ନୂତନ ଅଧ୍ୟାୟ ଯୋଡୁଛି। ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ଅନ୍ତର୍ଭୁକ୍ତ ବୀମା ଇକୋସିଷ୍ଟମ ଅଧୀନରେ, ବୀମା ସଖୀମାନେ କେବଳ ବୀମା ଯୋଜନାର ପହଞ୍ଚ ବୃଦ୍ଧି କରୁନାହାଁନ୍ତି ବରଂ ଶେଷ ମାଇଲ ପର୍ଯ୍ୟନ୍ତ ବିଶ୍ୱାସ-ଆଧାରିତ ସେବାଗୁଡ଼ିକୁ ବିସ୍ତାର କରୁଛନ୍ତି। ଏହା ସହିତ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ ସରକାରୀ ପ୍ରାଥମିକତା ସହିତ ସମନ୍ୱୟ ରଖି, ଏହି ପଦକ୍ଷେପ ‘ଜନ ଧନ ସେ ଜନ ସୁରକ୍ଷା’, ଡିଜିଟାଲ୍ ଇଣ୍ଡିଆ ଏବଂ ମହିଳା ଦକ୍ଷତା ବିକାଶ ଭଳି ଯୋଜନାଗୁଡ଼ିକୁ ସୁଦୃଢ଼ କରୁଛି। ବିପର୍ଯ୍ୟୟ ସୁରକ୍ଷାରେ ଯୋଗଦାନ ଦେବା ସହିତ, ଏହି ଯୋଜନା ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଗ୍ରାମୀଣ ପରିବାରଗୁଡ଼ିକୁ ଆର୍ଥିକ ବିପଦରୁ ରକ୍ଷା କରିବା ପାଇଁ ଏକ ସୁରକ୍ଷା ଢାଲ ପ୍ରମାଣିତ ହେବ। ଶ୍ରୀ ଚୌହାନ କହିଛନ୍ତି, “ବୀମା ସଖୀ କେବଳ ବୀମା ଏଜେଣ୍ଟ ନୁହେଁ ବରଂ ସାମାଜିକ ପରିବର୍ତ୍ତନର ଏକ ଅଗ୍ରଣୀ ବାହକ । ‘ବୀମା ସଖୀ’ ପ୍ରତ୍ୟେକ ଗାଁରେ ଆର୍ଥିକ ସୁରକ୍ଷାର ମଶାଲ ନେଇ ଆଗକୁ ବଢ଼ୁଛନ୍ତି, ଯାହା ଫଳରେ ଗ୍ରାମଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେଉଛନ୍ତି ଏବଂ ମହିଳାମାନେ ସ୍ୱାବଲମ୍ବୀ ହେଉଛନ୍ତି।” ଶେଷରେ, ଶ୍ରୀ ଶିବରାଜ ସିଂହ ରାଜ୍ୟ ଏବଂ ସମସ୍ତ ସହଭାଗୀ ଅନୁଷ୍ଠାନକୁ ଏହି ଜନ ଆନ୍ଦୋଳନର ଅଂଶ ହେବାକୁ ଏବଂ ‘ବୀମା ସଖୀ ଯୋଜନା’କୁ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ଘରକୁ ନେବାରେ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “ବୀମା ସଖୀ ଯୋଜନା ଏକ ପରିବର୍ତ୍ତନକାରୀ ଆନ୍ଦୋଳନ, ଏହାର ସମର୍ଥନ ସହିତ, ଭାରତକୁ ଏକ ସ୍ଥିର, ଅନ୍ତର୍ଭୁକ୍ତ ଏବଂ ବୀମାକୃତ ରାଷ୍ଟ୍ର କରିବାରେ ଏକ ଦୃଢ଼ ଅବଦାନ ରହିବ। ଏହି ପଦକ୍ଷେପ ଆମର ଗ୍ରାମୀଣ ମା’ ଏବଂ ଭଉଣୀମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସାମଗ୍ରିକ ବିକାଶର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ।”