ମହିଳା ନେତୃତ୍ୱ କେବଳ ପ୍ରତିନିଧିତ୍ୱ ନୁହେଁ ବରଂ ଏକ ବିକଶିତ ଭାରତ ପାଇଁ ମହିଳା ନେତୃତ୍ୱାଧୀନ ବିକାଶକୁ ତ୍ୱରାନ୍ୱିତ କରିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ

କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଆଜି ନୂଆଦିଲ୍ଲୀରେ ‘ୟୁଏନ ଓମେନ୍ସ’ର ପ୍ରମୁଖ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ – ‘ସି ଲିଡ୍ସ-୨: ନେତୃତ୍ୱ ନେଉଥିବା ମହିଳାମାନଙ୍କ ପାଇଁ କର୍ମଶାଳା’ର ଦ୍ୱିତୀୟ ସଂସ୍କରଣକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ତୃଣମୂଳ ସ୍ତରର ମହିଳା ନେତ୍ରୀ, ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସକମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିଥିଲା ଏବଂ ବିଚାରବିମର୍ଷ, ସମ୍ଭାବ୍ୟ ନେତୃତ୍ବ ଦକ୍ଷତା ବିକାଶ ତଥା ପ୍ରଶାସନରେ ମହିଳାଙ୍କ ଭାଗିଦାରୀକୁ ପ୍ରେତ୍ସାହିତ କରିଥିଲା । ଜାତିସଂଘ ମହିଳା ଭାରତ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ କର୍ମଶାଳା ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଆୟୋଜନ କରାଯାଇଛି, ଯେତେବେଳେ କି ଦେଶରେ ଐତିହାସିକ ମହିଳା ସଂରକ୍ଷଣ ଆଇନ, ୨୦୨୩ର ପାସ ହୋଇଛି, ଯାହାକି ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରେ। ତେବେ ବର୍ତ୍ତମାନର ୧୮ତମ ଲୋକସଭାରେ ମହିଳାମାନଙ୍କ ପ୍ରତିନିଧିତ୍ୱ ମାତ୍ର ୧୪ ପ୍ରତିଶତ ଥିବାବେଳେ ଏହି ବ୍ୟବଧାନକୁ ପୂରଣ କରିବା ପାଇଁ ‘ସି ଲିଡ୍ସ‘ ଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ। ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ତାଙ୍କ ମୁଖ୍ୟ ଭାଷଣରେ ଗୁରୁତ୍ୱାରୋପ କରିଥିଲେ ଯେ ମହିଳା ନେତୃତ୍ୱ କେବଳ ପ୍ରତିନିଧିତ୍ୱ ନୁହେଁ ବରଂ ଏକ ବିକଶିତ ଭାରତ ପାଇଁ ମହିଳା ନେତୃତ୍ୱାଧୀନ ବିକାଶକୁ ତ୍ୱରାନ୍ୱିତ କରିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ। ‘ସି ଲିଡ୍ସ’ ଭଳି ପଦକ୍ଷେପ ମହିଳାମାନଙ୍କୁ ନେତୃତ୍ୱ ଭୂମିକା ଗ୍ରହଣ କରିବା ପାଇଁ ଆବଶ୍ୟକୀୟ ଦକ୍ଷତା ଏବଂ ନେଟୱାର୍କ ସହିତ ସଜ୍ଜିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ସୁନିଶ୍ଚିତ କରେ ଯେ ଆମର ବିକାଶ ଏଜେଣ୍ଡା, ତାହା ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ୨୦୩୦ ହେଉ କିମ୍ବା ଭାରତର ଏଜେଣ୍ଡା ୨୦୪୦, ପ୍ରକୃତରେ ସମାବେଶୀ ହେବ ଓ ସେଥିରେ ସମସ୍ତଙ୍କ ପ୍ରତିନିଧିତ୍ୱ ରହିବ । ଭାରତ, ଶ୍ରୀଲଙ୍କା ଏବଂ ଭୁଟାନରେ ନରୱେର ରାଷ୍ଟ୍ରଦୂତ ସୁଶ୍ରୀ ମେ-ଏଲିନ୍ ଷ୍ଟେନର ତାଙ୍କ ଅଭିଭାଷଣରେ କହିଥିଲେ ଯେ ନରୱେ ନେତୃତ୍ୱ ସ୍ଥାନରେ ଥିବା ମହିଳାମାନଙ୍କୁ ସଶକ୍ତ କରିବା ଏବଂ ଅନ୍ତର୍ଭୁକ୍ତ ଶାସନକୁ ପ୍ରୋତ୍ସାହିତ କରୁଥିବା ପଦକ୍ଷେପଗୁଡ଼ିକୁ ସମର୍ଥନ କରିବାକୁ ନେଇ ଗର୍ବିତ। ନୀତିଗତ ପ୍ରତିବଦ୍ଧତାକୁ ବାସ୍ତବିକ ପ୍ରଭାବରେ ପରିଣତ କରିବା ପାଇଁ ‘ସି ଲିଡ୍ସ‘ ଭଳି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚଳିତ ବର୍ଷ, ଏହି କର୍ମଶାଳା ଲାଗି ୨୨ଟି ରାଜ୍ୟରୁ ୨୬୦ରୁ ଅଧିକ ଆବେଦନ ମିଳିଛି, ଯାହା ଫେବୃଆରୀରେ ଏହାର ଉଦଘାଟନୀ ଅଧିବେଶନ ତୁଳନାରେ ଦୁଇଗୁଣ ଅଧିକ। ଏକ ପୁଙ୍ଖାନୁପୁଙ୍ଖ ଚୟନ ପ୍ରକ୍ରିୟା ପରେ, ୩୬ ଜଣ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ଅଭିଜ୍ଞତା, ପ୍ରେରଣା ଏବଂ ଭବିଷ୍ୟତ ଯୋଜନା ଆଧାରରେ ଚୟନ କରାଯାଇଥିଲା। ଦୁଇ ଦିନ ଧରି, ଅଂଶଗ୍ରହଣକାରୀମାନେ ସଂସଦୀୟ, ନୀତି ବିଶେଷଜ୍ଞ ଏବଂ ଗଣମାଧ୍ୟମ ରଣନୀତିଜ୍ଞଙ୍କ ସହିତ ପାରସ୍ପରିକ ଆଲୋଚନା ଅଧିବେଶନରେ ସାମିଲ ହେବେ ଏବଂ ନିର୍ବାଚନ ପ୍ରଚାର, ଶାସନ ଗଠନ, ବର୍ଣ୍ଣନାତ୍ମକ ଗଠନ ଏବଂ ପ୍ରଭାବଶାଳୀ ଗଣମାଧ୍ୟମ କାର୍ଯ୍ୟ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ୟୁଏନ ଓମେନ ଇଣ୍ଡିଆର ପ୍ରତିନିଧି ସୁଶ୍ରୀ କାନ୍ତା ସିଂହ ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ଯେ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ରାଜନୀତିରେ ମହିଳାମାନଙ୍କର ପ୍ରତିନିଧିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନେତୃତ୍ବ କରୁଥିବା ମହିଳା ମାନେ କେବଳ ସେମାନଙ୍କ ସମ୍ପ୍ରଦାୟରେ ପରିବର୍ତ୍ତନ ଆଣନ୍ତି ନାହିଁ, ବରଂ ସମସ୍ତ ନାଗରିକଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରୁଥିବା ନୀତି ଏବଂ ଶାସନ ଗଠନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସି ଲିଡ୍ସ ମହିଳାମାନଙ୍କୁ ଏହି ଭୂମିକାରେ ଆତ୍ମବିଶ୍ୱାସର ସହିତ ପାଦ ଦେବା ପାଇଁ ପ୍ଲାଟଫର୍ମ, ଦକ୍ଷତା ଏବଂ ନେଟୱାର୍କ ପ୍ରଦାନ କରିବାକୁ ଉଦ୍ୟମ କରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ‘ସି ଲିଡ୍ସ’ ହେଉଛି ୟୁଏନ ଓମେନ ଇଣ୍ଡିଆର ଅଫିସର ଏକ ପ୍ରମୁଖ କାର୍ଯ୍ୟକ୍ରମ, ଯାହାର ଲକ୍ଷ୍ୟ ହେଉଛି ସାର୍ବଜନୀନ ଏବଂ ରାଜନୈତିକ ନେତୃତ୍ୱ କ୍ଷେତ୍ରରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ଏବଂ ଆଗାମୀ / ଆଗାମୀ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନରେ ମହିଳା ନେତ୍ରୀମାନଙ୍କୁ ସମର୍ଥନ କରିବା।

ବୟନ ଶିଳ୍ପ କ୍ଷେତ୍ର ଏବେ ଦେଶର ଦ୍ୱିତୀୟ ସର୍ବବୃହତ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର ଭାବରେ ଉଭା ହୋଇଛି

ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ନିମୁବେନ ଜୟନ୍ତୀଭାଇ ବାମ୍ଭାନିଆ, ସାଂସଦ ଶ୍ରୀମତୀ କଙ୍ଗନା ରାଣାୱତ, ବୟନ ସଚିବ…

ଭାରତରଉପକୂଳଅର୍ଥବ୍ୟବସ୍ଥାକୁମିଳିବପ୍ରୋତ୍ସାହନ

ଦେଶର ଉପକୂଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଉପକୂଳ ଜାହାଜ ଚଳାଚଳ ବିଲ୍, ୨୦୨୫ ଆଜି ରାଜ୍ୟସଭାରେ ଗୃହୀତ ହୋଇଛି। ଏହି…

ହସ୍ତତନ୍ତ ଆତ୍ମନିର୍ଭରଶୀଳତାର ପ୍ରତୀକ; ଭାରତର ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହା ଅହିଂସାତ୍ମକ ସଂଗ୍ରାମର ଏକ ଅସ୍ତ୍ର ମଧ୍ୟ ଥିଲା”-ଶ୍ରୀ ଶିବରାଜ ସିଂହ

ଜାତୀୟ ହସ୍ତତନ୍ତ ଦିବସ ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ…

ବାଣିଜ୍ୟ, ପ୍ରଯୁକ୍ତି, ଶକ୍ତି, ପ୍ରତିରକ୍ଷା, କୃଷି, ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ଦିଗରେ ସହଯୋଗ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରାଜିଲ ରାଷ୍ଟ୍ରପତିଙ୍କ ମତବିନିମୟ

ବ୍ରାଜିଲର ରାଷ୍ଟ୍ରପତି ମହାମହିମ ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କ ଠାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କଲ…

ଭାରତ ରତ୍ନ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ପୂଣ୍ୟତିଥିରେ କୋଟି କୋଟି ପ୍ରଣାମ

ଭାରତ ରତ୍ନ ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ୭ ମେ ୧୮୬୧- ୭ ଅଗଷ୍ଟ ୧୯୪୧ଭାରତୀୟ ସଂସ୍କୃତି, ସାହିତ୍ୟ ଏବଂ ରାଷ୍ଟ୍ରୀୟ ଚେତନାର…

ଭାରତ କେବେବି ଏହାର କୃଷକମାନଙ୍କ ସ୍ୱାର୍ଥ ସହିତ ସାଲିସ କରିବ ନାହିଁ 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଆଇସିଏଆର୍ ପୁସାରେ ଆୟୋଜିତ ଏମ୍. ଏସ୍. ସ୍ୱାମୀନାଥନ୍ ଜନ୍ମ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମେଳନର…

ଜାତୀୟ ହସ୍ତତନ୍ତ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା

ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ । ୦୭ ଅଗଷ୍ଟ । ହସ୍ତତନ୍ତ ଶିଳ୍ପ – ଭାରତର ଏକ ସାଂସ୍କୃତିକ ସମ୍ପତ୍ତି ଜାତୀୟ ହସ୍ତତନ୍ତ…

ବନ୍ଦେ ମାତରମ୍‌, ରାଷ୍ଟ୍ର ଜାଗରଣ ପତ୍ର

।। ପ୍ରତିଷ୍ଠା ଦିବସ ।। ବନ୍ଦେ ମାତରମ୍‌, ରାଷ୍ଟ୍ର ଜାଗରଣ ପତ୍ର ରାଷ୍ଟ୍ରୀୟ କ୍ରାନ୍ତିବୀରମାନଙ୍କୁ କୋଟି କୋଟି ପ୍ରଣାମ ବନ୍ଦେ ମାତରମ୍…

ପ୍ରଖ୍ୟାତ ବକ୍ତା, ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପୂଣ୍ୟତିଥିରେ କୋଟି କୋଟି ପ୍ରଣାମ ।

ପ୍ରଖ୍ୟାତ ବକ୍ତା, ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପୂଣ୍ୟତିଥିରେ କୋଟି କୋଟି ପ୍ରଣାମ । ।। ୧୪ ଫେବୃଆରୀ ୧୯୫୨…