ବିକଶିତ କୃଷି ସଂକଳ୍ପ ଅଭିଯାନ’ର ପ୍ରଥମ ପର୍ଯ୍ୟାୟର ଆଖି ଦୃଶିଆ ସଫଳତା ପରେ, ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ଆରମ୍ଭ ହେବାକୁ ଯାଉଛି। ପୂର୍ବରୁ ଏହି ଅଭିଯାନରେ ଖରିଫ ଫସଲ ଉପରେ ଗୁରୁତ୍ୱ ଦିଆଯାଇଥିଲା, ଏବଂ ଏବେ ରବି ଫସଲ ଉପରେ ଗୁରୁତ୍ଵ ଦିଆଯିବ। ଏହି ଅଭିଯାନ ଅଧୀନରେ ସାରା ଦେଶର କୃଷି ବୈଜ୍ଞାନିକମାନେ ଗ୍ରାମକୁ ଗସ୍ତ କରି, ଚାଷୀମାନଙ୍କୁ ଭେଟି, ଆବଶ୍ୟକୀୟ ସୂଚନା ପ୍ରଦାନ କରିବା ସହ ସେମାନଙ୍କ ସମସ୍ୟା ଶୁଣିବେ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଲ୍ୟାବ ଟୁ ଲ୍ୟାଣ୍ଡ’ ମନ୍ତ୍ରକୁ ପୂରଣ କରିବାରେ ପ୍ରମୁ୍ଖ ଭୂମିକା ଗ୍ରହଣ କରିବେ। ଅଭିଯାନ ପ୍ରସ୍ତୁତିର ଅଂଶ ଭାବରେ, ସେପ୍ଟେମ୍ବର ୧୫ ତାରିଖରୁ ନୂଆଦିଲ୍ଲୀର ପୁସା କ୍ୟାମ୍ପସରେ ଦୁଇ ଦିନିଆ ‘ଜାତୀୟ କୃଷି ସମ୍ମିଳନୀ – ରବି ଅଭିଯାନ ୨୦୨୫’ ଆୟୋଜନ କରାଯାଉଛି। ରବି ଫସଲ ପାଇଁ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀ କୃଷି ବିଶେଷଜ୍ଞ, ବୈଜ୍ଞାନିକ, ନୀତି ନିର୍ଦ୍ଧାରକ ଏବଂ ଦେଶବ୍ୟାପୀ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧିମାନଙ୍କ ପାଇଁ ଏକ ସାଧାରଣ ମଞ୍ଚ ପ୍ରଦାନ କରିବ, ଯେଉଁଠାରେ ରବି ୨୦୨୫ – ୨୬ ପାଇଁ ବିହନ ଋତୁ ସହିତ ଜଡିତ ପ୍ରସ୍ତୁତି, ଉତ୍ପାଦନ ଲକ୍ଷ୍ୟ ଏବଂ ରଣନୀତି ଉପରେ ବ୍ୟାପକ ଆଲୋଚନା କରାଯିବ। ଏହି ସମ୍ମିଳନୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଅଧ୍ୟକ୍ଷତା କରିବେ। ଏହି ଅବସରରେ, ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ସଚିବ, ଆଇସିଏଆର୍ ର ମହାନିର୍ଦ୍ଦେଶକ ସମେତ ଅନ୍ୟାନ୍ୟ ସଂପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଜ୍ୟର ଅନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିବେ। ପ୍ରଥମ ଥର ପାଇଁ, କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶରେ, ରବି ସମ୍ମିଳନୀ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି, ଯେଉଁଥିରେ ଚାଷୀମାନଙ୍କୁ ଲାଭ ପ୍ରଦାନ…
Author: Contributor
ଭାରତର ଅଭିବୃଦ୍ଧି ଇଞ୍ଜିନ ହେବାକୁ ଯାଉଛି ଉତ୍ତର-ପୂର୍ବ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଜୋରାମର ଆଇଜଲରେ ୯୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ…
ମଣିପୁରକୁ ଶାନ୍ତି, ସମୃଦ୍ଧି ଓ ପ୍ରଗତିର ପ୍ରତୀକ କରିବାକୁ ପ୍ରୟାସରତ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରର ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ…
ଭାରତ-ଇଟାଲୀ ସମ୍ପର୍କ: ରଣନୈତିକ ଭାଗିଦାରୀ ସୁଦୃଢ କରିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ଜର୍ଜିଆ ମେଲୋନିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତିଭାରତ-ଇଟାଲୀ ସମ୍ପର୍କ: ରଣନୈତିକ ଭାଗିଦାରୀ ସୁଦୃଢ କରିବାରେ
ଉଭୟ ନେତା ନିବେଶ, ପ୍ରତିରକ୍ଷା, ସୁରକ୍ଷା, ମହାକାଶ, ବିଜ୍ଞାନ ଓ ପ୍ରଯୁକ୍ତି, ଶିକ୍ଷା, ଲୋକ-ସମ୍ପର୍କ ଏବଂ ଆତଙ୍କବାଦବିରୋଧୀ ସହିତ ବିଭିନ୍ନ କ୍ଷେତ୍ରରେ…
“ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ ଏବଂ ସ୍ୱାଭାବିକ ଅଂଶୀଦାର
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ପୁଣି ଦୋହରାଇବା ସହ ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଉଭୟ ରାଷ୍ଟ୍ର ନିଜ ଲୋକମାନଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବାକୁ ଏକାଠି କାମ କରିବେ । ଆମେରିକା ରାଷ୍ଟ୍ରପତିଙ୍କର ଏକ୍ସରେ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି; “ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ ଏବଂ ସ୍ୱାଭାବିକ ଅଂଶୀଦାର । ମୁଁ ନିଶ୍ଚିତ ଯେ ଆମର ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଭାଗୀତାର ଅସୀମ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ପଥ ପ୍ରଶସ୍ତ କରିବ । ଆମ ଟିମ୍ ଏହି ଆଲୋଚନାକୁ ଯଥାଶୀଘ୍ର ଶେଷ କରିବାକୁ କାର୍ଯ୍ୟ କରୁଛନ୍ତି । ମୁଁ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ଉତ୍ସାହିତ ଅଛି । ଆମେ ଉଭୟ ଦେଶର ଲୋକମାନଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକାଠି କାମ କରିବୁ।”
୩,୧୬୯ କୋଟି ଟଙ୍କା ବ୍ଯୟ ଅଟକଳରେ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଭାଗଲପୁର – ଡୁମକା – ରାମପୁରହାଟ ଏକକ ରେଳ ଲାଇନ ସେକ୍ସନ (୧୭୭ କିଲୋମିଟର)ର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଭାଗଲପୁର – ଡୁମକା – ରାମପୁରହାଟ ଏକକ ରେଳ ଲାଇନ ସେକ୍ସନ (୧୭୭ କିଲୋମିଟର) ର ଦୋହରୀକରଣକୁ ମଞ୍ଜୁରୀ ଦେଇଛି, ଯାହାର ମୋଟ ମୂଲ୍ୟ ପ୍ରାୟ ୩,୧୬୯ କୋଟି ଟଙ୍କା ହେବ। ଏହି ବର୍ଦ୍ଧିତ ଲାଇନ ଗତିଶୀଳତାରେ ଉନ୍ନତି ଆଣିବ, ଭାରତୀୟ ରେଳ ପାଇଁ ଉନ୍ନତ ଦକ୍ଷତା ଏବଂ ସେବାରେ ନିର୍ଭରଯୋଗ୍ୟତା ପ୍ରଦାନ କରିବ। ମଲ୍ଟି-ଟ୍ରାକିଂ ପ୍ରସ୍ତାବ କାର୍ଯ୍ୟକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ, ଯାହା ଫଳରେ ଭାରତୀୟ ରେଳର ବ୍ୟସ୍ତତମ ବିଭାଗଗୁଡ଼ିକରେ ଆବଶ୍ୟକୀୟ ଭିତ୍ତିଭୂମି ବିକଶିତ ହୋଇପାରିବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତର ଦୃଷ୍ଟିକୋଣ ସହିତ ସମାନ, ଯାହା ଏହି ଅଞ୍ଚଳର ଲୋକମାନଙ୍କୁ ବ୍ୟାପକ ବିକାଶ ଦ୍ୱାରା “ଆତ୍ମନିର୍ଭର” କରିବ ଯାହା ସେମାନଙ୍କର ନିଯୁକ୍ତି /…
ହାଇବ୍ରିଡ୍ ଆନ୍ୟୁଇଟି ମୋଡ୍ (ଏଚଏଏମ) ରେ ନିର୍ମାଣ ହେବାକୁ ଥିବା ଏହି ଗ୍ରୀନଫିଲ୍ଡ୍ ଆକ୍ସେସ୍-କଣ୍ଟ୍ରୋଲ୍ଡ୍ ପ୍ରକଳ୍ପ, ବକ୍ସର-ଭାଗଲପୁର ହାଇସ୍ପିଡ୍ କରିଡୋରର ଗୁରୁତ୍ୱପୂର୍ଣ୍ଣ ଅଂଶ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି, ବିହାରରେ ବକ୍ସର–ଭାଗଲପୁର ହାଇ-ସ୍ପିଡ୍ କରିଡର…
ଏକ ପେଡ଼ ମା କେ ନାମ” ଅଭିଯାନ ଅଧୀନରେ, ପ୍ରତ୍ୟେକ ଗାଁ, ବିଦ୍ୟାଳୟ ଏବଂ ପୌର ଅଞ୍ଚଳରେ ଖାଲିଥିବା ସ୍ଥାନରେ ସର୍ବାଧିକ ବୃକ୍ଷରୋପଣ କରାଯିବା ଉଚିତ
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ସାନନ୍ଦ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାୟ ୬୬ କୋଟି ଟଙ୍କା…
ପ୍ରସିଦ୍ଧ ଭାରତୀୟ କ୍ରାନ୍ତିକାରୀ ଜତୀନ୍ଦ୍ରନାଥ ମୁଖାର୍ଜୀଙ୍କ ପୁଣ୍ୟତିଥିରେ କୋଟି କୋଟି ପ୍ରଣାମ ।
ପ୍ରସିଦ୍ଧ ଭାରତୀୟ କ୍ରାନ୍ତିକାରୀ ଜତୀନ୍ଦ୍ରନାଥ ମୁଖାର୍ଜୀଙ୍କ ପୁଣ୍ୟତିଥିରେ କୋଟି କୋଟି ପ୍ରଣାମ । ।। ୦୭ ଡିସେମ୍ବର ୧୮୭୯ – ୧୦…
ଉତ୍ତର ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାରତରତ୍ନ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ଜନ୍ମ ଜୟନ୍ତୀରେ କୋଟି କୋଟି ପ୍ରଣାମ।
ଉତ୍ତର ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାରତରତ୍ନ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ଜନ୍ମ ଜୟନ୍ତୀରେ କୋଟି କୋଟି…