ଉତ୍କଳ ବିପନ୍ନ ସହାୟତା ସମିତି ଦ୍ୱାରା ରକ୍ତଦାନ ଶିବିର

ଉତ୍କଳ ବିପନ୍ନ ସହାୟତା ସମିତି ଦ୍ୱାରା ରକ୍ତଦାନ ଶିବିର
­­­ ଭୁବନେଶ୍ୱର : ତା.୦୯.୧୦.୨୦୨୫ ରିଖ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅକ୍ଟୋବର ୯, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ‘ସେବା ଦିବସ’ ଭାବେ ପାଳନ କରାଯାଇଛି। ଏହି ଅବସରରେ, ଉତ୍କଳ ବିପନ୍ନ ସହାୟତା ସମିତ (ଟଈଝଝ) ମଞ୍ଚେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ “ସେବା” ପରିସରରେ ରକ୍ତଦାନ ଶିବିରର ଆୟୋଜନ କରାଯାଇ ଥିଲା। ଶିବିରର ଉଦ୍‍ଘାଟନ ଉତ୍ସବରେ କ୍ୟାପିଟାଲ ହସ୍ପିଟାଲ ହୃଦ୍‍ରୋଗ ବିଶେଷଜ୍ଞ ତଥା ନିର୍ଦ୍ଦେଶକ ପ୍ର. ଡା. ପ୍ରଭାତ କୁମାର ଦାଶ ମୁଖ୍ୟ ଅତିଥି, ବ୍ଲଡ ବ୍ୟାଙ୍କ ଅଫିସର ଡା. ଦେବାଶିଷ ମିଶ୍ର ସମ୍ମାନୀତ ଅତିଥି ଏବଂ ପୂର୍ବକ୍ଷେତ୍ରର କ୍ଷେତ୍ର ସେବା ପ୍ରମୁଖ ଶ୍ରୀମାନ ଦୀପକ କୁମାର ରାଉତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉତ୍କଳ ବିପନ୍ନ ସହାୟତା ସମିତିର ସଭାପତି ଶ୍ରୀ ଯୁକ୍ତ ଅଭୟ ସାମନ୍ତରାୟ ଏହି ଉଦ୍‍ଘାଟନ ଉତ୍ସବରେ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଡା. ପ୍ରଭାତ କୁମାର ଦାଶ, ତାଙ୍କର ମାର୍ଗଦର୍ଶନରେ ରକ୍ତଦାନର ମହନୀୟତା ସମ୍ପର୍କରେ ଗଭୀର ଭାବରେ ବିଶ୍ଳେଷଣ ପୂର୍ବକ ଉତ୍କଳ ବିପନ୍ନ ସହାୟତା ସମିତି, ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଏହି ମହାନ ଦିବସରେ ଧାରାବାହିକ ଭାବରେ ରକ୍ତଦାନ ଶିବିର ଆୟୋଜନ କରୁଥିବାରୁ, ସମିତିର ସେବା ମନୋଭାବକୁ ଉଚ୍ଚ ପ୍ରଶଂସା କରିଥିଲେ। ଡା. ଦେବାଶିଷ ମିଶ୍ରଙ୍କ ରକ୍ତଦାନ ଶିବିରରେ ନିରନ୍ତର ଯୋଗଦାନ ଓ ସେବା ଭାବନାକୁ ଅତ୍ୟନ୍ତ ଆନନ୍ଦିତ କରୁଛି ବୋଲି କହିଥିଲେ। ସମିତିର ସଭାପତି ଶ୍ରୀଯୁକ୍ତ ଅଭୟ ସାମନ୍ତରାୟ, ଅଧ୍ୟକ୍ଷୀୟ ଅଭିଭାଷଣରେ ଉତ୍କଳ ବିପନ୍ନ ସହାୟତା ସମିତି ଦ୍ୱାରା ଚାଲୁଥିବା ସେବାକାର୍ଯ୍ୟ ଏବଂ ପଣ୍ଡିତ ଉତ୍କଳମଣିଙ୍କ ନିସ୍ୱାର୍ଥ ସେବାକୁ ମନେ ପକାଇ ମାର୍ମିକ ଢଙ୍ଗରେ ଉପସ୍ଥାପନା କରିଥିଲେ।
ମୁଖ୍ୟବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ପୂର୍ବକ୍ଷେତ୍ର କ୍ଷେତ୍ର ସେବା ପ୍ରମୁଖ ଶ୍ରୀମାନ ଦୀପକ କୁମାର ରାଉତ ଉପସ୍ଥିତ ଜନସାଧାରଣଙ୍କୁ ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନ ଯାହାକି କେବଳ ସେବାରେ ସୀମିତ ନ ରହି କର୍ତ୍ତବ୍ୟ ବୋଲି କୁହାଯିବା ଯଥାର୍ଥ ବୋଲି ପ୍ରତିପାଦନ କରିଥିଲେ। ରକ୍ତଦାନର ମହନୀୟତାକୁ ଅତି ଚମତ୍କାର ଢଙ୍ଗରେ ବ୍ୟାଖ୍ୟା କରିବାକୁ ଯାଇ ଯୁବ ସମାଜ ପାଇଁ ରକ୍ତଦାନ ଏକ ସେବାଦୀପ୍ତ ପ୍ରତିକ ଭାବରେ ଉପସ୍ଥାପନ କରିଥିଲେ। ଏହି ମହାନ କାର୍ଯ୍ୟକୁ ଉତ୍ସାବ ପ୍ରଦାନ କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ରାଷ୍ଟ୍ରୀୟ ସେବା ଭାରତୀର ଅଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଶିବିରକୁ ସୁଶ୍ରୁତ ପ୍ରାନ୍ତ ସଂଯୋଜକ ଶ୍ରୀ ରୁଦ୍ରନାରାୟଣ ମହାପାତ୍ର ସଂଯୋଜନା କରିଥିଲେ ଏବଂ ସମିତିର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ଚୌଧୂରୀ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଶିବିରରେ ୧୧୮ ୟୁନିଟ୍ ରକ୍ତ ସଂଗୃହିତ କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଥିଲା।

Leave a Reply

Your email address will not be published. Required fields are marked *