ସଂଘ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ମାମଲାରେ ମାକପା (ସିପିଆଇ-ଏମ୍)ର ୧୧ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଆଜୀବନ କାରାଦଣ୍ଡ

କେରଳ,୧୮/ ୧୧: କେରଳର ଏକ ଅଦାଲତ ଆଜି ୨୦୦୮ ମସିହାରେ ମନ୍ନନ୍ଥଲାଠାରେ ଜଣେ ସ୍ଥାନୀୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ମାମଲାରେ ମାକପା (ସିପିଆଇ-ଏମ୍)ର ୧୧ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ତିରୁଅନନ୍ତପୁରମର ଅତିରିକ୍ତ ଦୌରା ଅଦାଲତ ସଂଘ କାର୍ଯ୍ୟକର୍ତ୍ତା ରଞ୍ଜିତଙ୍କ ହତ୍ୟାର ୧୮ ବର୍ଷ ପରେ ୧୧ ଜଣ ଦୋଷୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଆଜୀବନ କାରାଦଣ୍ଡ ମଧ୍ୟ ଶୁଣାଇଛନ୍ତି। ତେବେ ଉଭୟ ଦଣ୍ଡ ଏକକାଳୀନ ଲାଗୁ ହେବ। ଏଥିସହ ଅଦାଲତ ପ୍ରତ୍ୟେକ ଦୋଷୀଙ୍କ ଉପରେ ୯୫,୦୦୦ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲଗାଇଛନ୍ତି ।

Leave a Reply

Your email address will not be published. Required fields are marked *