କହ୍ନାଇ ଲାଲ୍ ଦତ୍ତ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅତ୍ୟନ୍ତ ସାହସୀ କ୍ରାନ୍ତିକାରୀ ଥିଲେ। ସେ ଅନୁଶୀଳନ ସମିତି ପରି କ୍ରାନ୍ତକାରୀ ସଂଗଠନର ସଦସ୍ୟ ଥିଲେ। ବ୍ରିଟିଶ ଶାସନର ଦମନକାରୀ ଆଇନ ଏବଂ ଅତ୍ୟାଚାର ବିରୁଦ୍ଧରେ ସେ ସସ୍ତ୍ର ପ୍ରତିରୋଧ କରିଥିଲେ।
୧୯୦୮ ମସିହାର ପ୍ରସିଦ୍ଧ ଆଲିପୁର ବୋମା ଘଟଣା ସମୟରେ ସେ ନିଜ ସାଥୀମାନଙ୍କ ସହିତ ମିଶି ସେହି ସରକାରୀ ସାକ୍ଷୀ ନରେନ୍ଦ୍ର ଗୋସାଇଁଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ, ଯିଏ କ୍ରାନ୍ତିକାରୀ କାର୍ଯ୍ୟକଳାପର ସୂଚନା ଦେଇ ଆନ୍ଦୋଳନକୁ ଦୁର୍ବଳ କରିଦେଇଥିଲେ। ଏହି ଘଟଣା ପରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ୧୦ ନଭେମ୍ବର ୧୯୦୮ ମସିହାରେ ତାଙ୍କୁ ଫାଶୀ ଦିଆଯାଇଥିଲା।
ମାତ୍ର ୨୦ ବର୍ଷ ବୟସରେ ସେ ମାତୃଭୂମିର ସ୍ୱାଧୀନତା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ତାଙ୍କର ଜୀବନ ଯୁବ ସାହସ, ସଂଗଠନ ନିଷ୍ଠା ଏବଂ ରାଷ୍ଟ୍ରପ୍ରେମର ଏକ ପ୍ରତୀକ ଅଟେ। ତାଙ୍କର ବଳିଦାନ ବଙ୍ଗଳାର କ୍ରାନ୍ତିକାରୀ ଆନ୍ଦୋଳନରେ ଏକ ପ୍ରେରଣାଦାୟୀ ଘଟଣା ଭାବରେ ସ୍ମରଣ କରାଯାଏ।