ଗୋରୁ ବୋଝେଇ ଗାଡ଼ି ଜବତ, ୨ ଗିରଫ

ଗୋରୁ ବୋଝେଇ ଗାଡ଼ି ଜବତ, ୨ ଗିରଫ

ବେଗୁନିଆ:ବେଗୁନିଆ ଥାନା ଅଧୀନ ପିଟୁପିଟାରୁ ପୁଲିସ ରବିବାର ସକାଳେ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ୪ଟି ଗୋରୁ ବୋଝେଇ କରି ଯାଉଥିବା ଏକ ଗାଡ଼ି ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଗିରଫଦ୍ୱୟ ହେଲେ ଗାଡ଼ି ଚାଳକ ବୋଲଗଡ଼ ଥାନା ଅଧୀନ ଆରିକମା ଗ୍ରାମର ଚନ୍ଦ୍ରକାନ୍ତ ରାଉତରାୟ ଏବଂ ହେଲପର ବେଗୁନିଆ ଥାନା ଜାମୁସାହି ଗ୍ରାମର ଇଦ୍ରୀସ ଖାଁ ।

ଏହି ଗାଡ଼ିଟି ଜାମୁସାହିରୁ ଗୋରୁ ବୋଝେଇ କରି ଆସୁଥିବାବେଳେ ବେଗୁନିଆ ପୁଲିସ ପିଚୁକୋଳି ଠାରେ ଧରିଥିଲା। ପୁଲିସ ଏସଆଇ ସଞ୍ଜୟ କୁମାର ପାତ୍ର, କନେଷ୍ଟବଳ ପି. ରାଉତରାୟ, ହୋମଗାର୍ଡ ଏସ ନାୟକ ଗୋରୁ ଗାଡ଼ିକୁ ଜବତ କରି ଥାନାକୁ ଆଣିଥିଲେ। ପରେ ଉକ୍ତ ଗୋରୁଙ୍କୁ ଗୋଶାଳାରେ ଛଡ଼ାଯାଇଛି।

Leave a Reply

Your email address will not be published. Required fields are marked *