‘ଧର୍ମରକ୍ଷା ଦିବସ ସମାରୋହ’ ଉଦ୍ଯାପିତ
ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ନରୁଆ ଶାଗବାରିଆଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆୟୋଜିତ ସପ୍ତାହବ୍ୟାପୀ ‘ଧର୍ମରକ୍ଷା ଦିବସ ସମାରୋହ’ ଉଦ୍ଯାପିତ ହୋଇଯାଇଛି।
ରାମାୟଣ ପଣ୍ଡିତ ଅଭୟ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଯାପନୀ ସଭାରେ ଧର୍ମ ଜାଗରଣ ମଞ୍ଚର କ୍ଷେତ୍ରୀୟ ସଂଗଠନ ମହାମନ୍ତ୍ରୀ ବିନୟ କୁମାର ଭୂୟାଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସେ ସ୍ୱାମୀଜୀଙ୍କ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ—ଚାରାରୋପଣ, ପରିବେଶ ସୁରକ୍ଷା, ଧର୍ମାନ୍ତରୀକରଣ ରୋକିବା, ଗୋମାତା ସୁରକ୍ଷା ଏବଂ ‘ମା’, ମାଟି, ଭାଷା ଓ ସଂସ୍କୃତିର ସୁରକ୍ଷା—ସମ୍ପର୍କରେ ଆଲୋକପାତ କରିବା ସହ ସାପ୍ତାହିକ ସତ୍ସଙ୍ଗର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।
ଜିଲ୍ଲା ସଂଯୋଜକ ପ୍ରଦୀପ ଲେଙ୍କାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଖଣ୍ଡୋଳ ରଜ ମହୋତ୍ସବ କମିଟି ସଭାପତି ପ୍ରକାଶ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏଥିସହ ଶିକ୍ଷାବିତ୍ ଶରତ ତାରେଣିଆ, ଦେବେନ୍ଦ୍ର ବିଶ୍ୱାଳ, ରମାକାନ୍ତ ସାହୁ, ରଞ୍ଜନ ସାମଲ, ଡଃ ବସନ୍ତ ମଞ୍ଜରୀ ଦାସ, ନିମାଇଁ ଚରଣ ବିଶ୍ୱାଳ, ଦିଲ୍ଲୀପ ସାହୁ, ସ୍ୱରୂପ ସ୍ୱାଇଁ, ଦେବେନ୍ଦ୍ର ପଣ୍ଡା, ସଞ୍ଜୁବାଳା ଲେଙ୍କା, ମାନତୀ ସାହୁଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମରେ ଶାଗବାରିଆ, ନରୁଆ, ଉଡ଼ିସି, ଗରାମ, ତୁଳକ୍କ, ଜଗନ୍ନାଥପୁର ଆଦି ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶାଗବାରିଆ, ନରୁଆ, ଉଡ଼ିସି, ଗରାମ, ତୁଳକ୍କ, ଜଗନ୍ନାଥପୁର ଆଦି ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ।