ପ୍ଲାଷ୍ଟିକମୁକ୍ତ ସହର ଗଠନ ପାଇଁ ସଚେତନତା

ପ୍ଲାଷ୍ଟିକମୁକ୍ତ ସହର ଗଠନ ପାଇଁ ସଚେତନତା

ସୋର: ସୋର ପୌରପାଳିକା ପକ୍ଷରୁ ପ୍ଲାଷ୍ଟିକମୁକ୍ତ ସହର ଗଠନ ଲକ୍ଷ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ମଣିଷର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ସହ ସହର ମଧ୍ୟ ଆବର୍ଜନାମୟ ହେଉଛି। ମଣିଷଙ୍କ ସମେତ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ଓ ପରିବେଶର ସୁରକ୍ଷା ପାଇଁ ପ୍ଲାଷ୍ଟିକ ବର୍ଜନ ଜରୁରୀ ବୋଲି ସଚେତନ କରାଯାଇଥିଲା।

ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ସ୍ୱଚ୍ଛସାଥୀ ଏକତ୍ରିତ ହୋଇ ସହରର ବିଭିନ୍ନ ୱାର୍ଡ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ପୋଷ୍ଟର ବାଣ୍ଟିବା ସହ ପ୍ଲାଷ୍ଟିକ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ।

ଏହି ସମୟରେ ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ହେଉଥିବା ବିଭିନ୍ନ ରୋଗ, ପରିବେଶ ପ୍ରଦୂଷଣ ଓ ଏହାର କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ଏଥିସହ ପ୍ଲାଷ୍ଟିକ ବ୍ୟବହାରରୁ ନିବୃତ୍ତ ନହେଲେ ନିୟମ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ମଧ୍ୟ ଅବଗତ କରାଯାଇଥିଲା।

Leave a Reply

Your email address will not be published. Required fields are marked *