ରାଞ୍ଚି: ଝାଡ଼ଖଣ୍ଡରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ୩ ଜଣ ଆଫଗାନୀ ନାଗରିକଙ୍କ ନାଁ ଭୋଟର ତାଲିକାରେ ଥିବା ଜଣାପଡ଼ିଛି। ଘଟଣାଟି ଜାମସେଦପୁର ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରେ ଦସ୍ତାବିଜ ଯାଞ୍ଚ ସମୟରେ ସାମ୍ନାକୁ ଆସିଛି। ଏହି ୩ ଜଣ ହେଲେ ଅସିଲ ଖାନ୍, ମହମ୍ମଦ ଅସଲମ ଓ ମହମ୍ମଦ ଇବ୍ରାହିମ। ସେମାନଙ୍କ ନାଁ ମତଦାନ କେନ୍ଦ୍ର ନମ୍ବର ୨୮୬ର ତାଲିକାରେ ଯଥାକ୍ରମେ ୩୦, ୩୧ ଓ ୩୩ ନମ୍ବରରେ ରହିଥିଲା।ଏସ୍ଆଇଆର ଯାଞ୍ଚ ବେଳେ ଦସ୍ତାବିଜରେ ଅସଙ୍ଗତି ମିଳିବା ପରେ ତିନିଜଣଙ୍କୁ ନୋଟିସ୍ ଦିଆଯାଇଥିଲା। ପରେ ପାସପୋର୍ଟ ଯାଞ୍ଚରୁ ସେମାନେ ଆଫଗାନୀ ନାଗରିକ ବୋଲି ଜଣାପଡ଼ିଥିବା ଅଧିକାରୀମାନେ କହିଛନ୍ତି। ଏହା ପରେ ନିର୍ବାଚନ କର୍ତ୍ତୃପକ୍ଷ ୩ ଜଣଙ୍କ ନାଁ ଭୋଟର ତାଲିକାରୁ ହଟାଇ ଦେଇଛନ୍ତି।