ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ

ଭୁବନେଶ୍ୱର: ଭ୍ରମଣକାରୀଙ୍କ ପାଇଁ ଖୁସି ଖବର । ପୁଣି ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ବିମାନ ସେବା । ଆସନ୍ତା ଅକ୍ଟୋବର ୨ରୁ ବ୍ୟାଙ୍କକ୍‌କୁ ଜୁଲାଇ ୧୮ରୁ ବନ୍ଦ ରହିଥିବା ବିମାନ ସେବା ପୁଣି ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ବୁକିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ବରରୁ ବ୍ୟାଙ୍କକ୍‌କୁ ବିମାନ ପ୍ରତି ସପ୍ତାହରେ ଥରେ ଉଡ଼ାଣ ଭରିବ ।
ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ବ୍ୟାଙ୍କକ୍‌ ଏକ ଟୁରିଷ୍ଟ ଜାଗା ଏବଂ ମୌସୁମୀ ଋତୁ ସାଧାରଣତଃ ଅଫ୍‌ ସିଜିନ୍‌ ହୋଇଥାଏ। ତେଣୁ ଏହି କାରଣ ଏବଂ ଅନ୍ୟକିଛି କାରଣ ପାଇଁ ଗତ ଜୁଲାଇରୁ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ଯୋଗାଯୋଗ ଅସ୍ଥାୟୀ ଭାବେ ବନ୍ଦ ରହିଥିଲା। ଏବେ ପୁଣି ଏହି ରୁଟ୍‌ରେ ବିମାନ ସେବା ଆରମ୍ଭ ହେବ। ବିଶେଷକରି ଭୁବନେଶ୍ୱରରୁ ଦକ୍ଷିଣ-ପୂର୍ବ ଏସିଆ ସହ ଆକାଶପଥରେ ଯୋଗାଯୋଗକୁ ଏହି ସେବା ଆହୁରି ସୁଦୃଢ଼ କରିବ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *