ଭଞ୍ଜନଗର,: ଡିହପଢ଼ାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ଭାଗସ୍ତରୀୟ ସଂସ୍କୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କ ଭିତରେ ଲୁକ୍କାୟିତ ପ୍ରତିଭାର ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବକ୍ଷେତ୍ର ଶାରୀରିକ ଓ ଖେଳକୁଦ ସଂଯୋଜକ ବଲରାମ ସାହୁ, ଦକ୍ଷିଣପୂର୍ବ ସମ୍ଭାଗ ସଂଯୋଜକ ବିଭୂତି ଭୂଷଣ ପାଟକରାୟ, ବିଭାଗ ନିରୀକ୍ଷକ ସନ୍ତୋଷ କୁମାର ପାଢ଼ୀ, ସହ ଜିଲ୍ଲା ପ୍ରମୁଖ ତ୍ରିନାଥ ଗୌଡ଼, ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଜ୍ୟୋତି ରଞ୍ଜନ ବିଷୋୟୀ ଓ ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ଗୌଡ଼ ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ।
ଦକ୍ଷିଣପୂର୍ବ ସମ୍ଭାଗ ଅନ୍ତର୍ଗତ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ୧୦୬ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଚାରକ ଭାବରେ ସଂସ୍କୃତିରତ୍ନ ନାରାୟଣ ମହାରଣା, କବି ପ୍ରଶାନ୍ତ ମହାନ୍ତି, ନେତାଜୀ ବିଷୋୟୀ, ସନ୍ତୋଷ କୁମାର ଜେନା, ପ୍ରଧାନଶିକ୍ଷକ ଉମାକାନ୍ତ ମିଶ୍ର, ନମିତା ପଡଙ୍ଗୀ ଓ ହୃଷିକେଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନାଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପରିଚାଳନା ଓ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ସହଯୋଗ କରିଥିଲେ।