BLA ବଲୁଚିସ୍ତାନରେ ଉଡ଼ାଇଲା ଅନେକ ପୋଲ… କ୍ୱେଟା-କରାଚୀ ରାଜପଥ ମଧ୍ୟ କଲା ଠପ୍; ଭୟଭୀତ ହୋଇପଡ଼ିଲା ମୁନୀରଙ୍କ ସେନା

ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ବଲୁଚ୍ ଲିବରେସନ୍ ଆର୍ମି (BLA) ର ସଂଗଠିତ ଆକ୍ରମଣ ସଡ଼କ ସଂଯୋଗକୁ ଗମ୍ଭୀର ଭାବେ ପ୍ରଭାବିତ କରିଛି। ଏଠାକାର କେତେକ ଅଞ୍ଚଳରେ ଛୋଟ ଛୋଟ ପୋଲଗୁଡ଼ିକୁ ବିସ୍ଫୋରଣ କରି କ୍ଷତିଗ୍ରସ୍ତ କରାଯାଇଛି। ଏହାଯୋଗୁଁ ସହରଗୁଡ଼ିକ ମଧ୍ୟରେ ଯାତାୟାତ ବନ୍ଦ ହୋଇଯାଇଛି। BLA ର ଆକ୍ରମଣ ଯୋଗୁଁ କ୍ୱେଟା-କରାଚୀ ଜାତୀୟ ରାଜପଥରେ ମଧ୍ୟ କେତେକ ଘଣ୍ଟା ଧରି ଯାତାୟାତ ପ୍ରଭାବିତ ହୋଇଛି।

BLA ର ଆକ୍ରମଣକୁ ଦୃଷ୍ଟିରେ ରଖି ଖାଦକୋଚା ଏବଂ ମସ୍ତୁଙ୍ଗର କେତେକ ଭାଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲଗାଯାଇଛି। ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ତା’ସହିତ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି। ସୁରକ୍ଷା ବଳ BLA ର ଆକ୍ରମଣକୁ ରୋକିବାକୁ ଚେଷ୍ଟା କରୁଛନ୍ତି। ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି BLA ସମେତ କେତେକ ବଲୁଚ୍ ବିଦ୍ରୋହୀ ପାକିସ୍ତାନ ସରକାରଙ୍କ ବିରୋଧରେ ଲଢ଼େଇ କରିଆସୁଛନ୍ତି। BLA ଅଭିଯୋଗ କରେ ଯେ ଇସଲାମାବାଦ ବଲୁଚିସ୍ତାନର ପ୍ରାକୃତିକ ସମ୍ପଦର ଶୋଷଣ କରୁଛି। BLA ର ଏହି ଆକ୍ରମଣ ଯୋଗୁଁ ମୁନୀରଙ୍କ ସେନା ମଧ୍ୟ ଛାନ୍‌ଆକ୍ସି ହୋଇପଡ଼ିଛି, ଯାହା ପରେ ପ୍ରତ୍ୟେକ କୋଣ-କୋଣରେ ସୁରକ୍ଷା ବଳ ପହରା ଦେଉଛନ୍ତି।

Leave a Reply

Your email address will not be published. Required fields are marked *