ବିଶ୍ୱ ଜାଣିବ ଓଡିଆ ଶକ୍ତି ବନ୍ଦନାର ମହାଗାଥା
ଭୁବନେଶ୍ୱର: ବଳରାମ ଦାସଙ୍କ ସମାଧି ପୀଠ ଠାରେ ‘ଲକ୍ଷ୍ମୀ ପୁରାଣ କରିଡର’ ନିର୍ମାଣ ହେବ। ଓଡ଼ିଶାର ଶକ୍ତି, ସଂସ୍କୃତି ଓ ପରମ୍ପରାର ଦର୍ଶନ ବିଶ୍ୱବାସୀଙ୍କୁ କରାଇ ପର୍ଯ୍ୟଟନ ବିଭାଗ। ଆଜି (ବୁଧବାର) ମିସନ ଶକ୍ତି ଭବନସ୍ଥିତ ଅଡିଟୋରିଅମ୍ ହଲ୍ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ଶକ୍ତି ବନ୍ଦନାର ମହାଗାଥା – ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ରରେ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଉଦ୍ବୋଧନ ଦେଇ କହିଥିଲେ, ମହାଲକ୍ଷ୍ମୀ ପୁରାଣର ମୂଳ ବାର୍ତ୍ତା କେବଳ ଧାର୍ମିକ ନୁହେଁ, ବରଂ ଏହା ଏକ ସାମାଜିକ ବିପ୍ଳବର ପ୍ରତୀକ। ପ୍ରକୃତ ସମୃଦ୍ଧି କେବଳ ଧନରେ ନୁହେଁ, ବରଂ ନ୍ୟାୟ, ସମାନତା, ପରିଶ୍ରମ, ସ୍ୱାଭିମାନ ଓ ସମ୍ମାନ ଉପରେ ନିର୍ଭର କରେ। ଆଗାମୀ ଦିନରେ, ୧ କୋଟି ବଳରାମ ଦାସଙ୍କ ମୂଳ ଲକ୍ଷ୍ମୀପୁରାଣକୁ ଛାପାଯିବ ଏବଂ ଏହାକୁ ମହିଳାଙ୍କ ମଧ୍ୟରେ ବଣ୍ଟାଯିବ। କେବଳ ଏହାନୁହେଁ, ମୌଳିକ ଲକ୍ଷ୍ମୀପୁରାଣକୁ କଣ୍ଠଶିଳ୍ପୀ ନମିତ ଅଗ୍ରୱାଲ୍ ଓ ଗୀତା ଦାସ ଗାଇବେ ବୋଲି କହିଥିଲେ