ପୂରୀର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ରେ ବିଶ୍ଵ ହିନ୍ଦୁ ପରିଷଦ ପୁରୀ ଜିଲା ତରଫରୁ ସେଵା କର୍ଯ୍ୟ ଲାଗି ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ

ପୂରୀର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ରେ ବିଶ୍ଵ ହିନ୍ଦୁ ପରିଷଦ ପୁରୀ ଜିଲା ତରଫରୁ ସେଵା କର୍ଯ୍ୟ ଲାଗି ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ପୂରୀ ଅତିଥି ଭବନ ହେରିଟଜ ରେ ଅନୁଷ୍ଠିତ ହୋଇଥିଲା lଉକ୍ତ ବୈଠକ ରେ ରାଜ୍ୟ କାର୍ଯକାରୀ ସଭାପତି ଶ୍ରୀଯୁକ୍ତ ପବିତ୍ର ସ୍ବାଇଁ ଓ ସହ ସମ୍ପାଦକ ଶ୍ରୀଯୁକ୍ତ ଉମାଶଙ୍କର ଆଚାର୍ଯ୍ୟ, ପୁରୀ ଜିଲା ସଭାପତି ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର ସମେତ ସମସ୍ତ ପଦାଧିକାରୀ ଯୋଗଦାନ କରିଥିଲେ!ଉତ୍କ ବୈଠକ ରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ପୁରୀର ୫ଟି ସ୍ଥାନରେ ସେବାକାର୍ଯ୍ୟ ହେବାର ସ୍ଥିର ହୋଇଥିଲା। ପ୍ରଥମତ ସୂଚନା କେନ୍ଦ୍ର ଓ ସେବା କାର୍ଯ୍ୟରେ ରନ୍ଧନ ଖାଦ୍ୟ,ଶୁଖିଲା ଖାଦ୍ୟ, ପାନୀୟ ଜଳ ବିତରଣ, ସ୍ୱାସ୍ଥ୍ୟ ସେବା, ଆମ୍ବୁଲାନ୍ସ ସେଵା ଓ ବଜରଙ୍ଗ ଦଳ ତରଫରୁ ସବୁଜ କରିଡର(ଆମ୍ବୁଲାନ୍ସ କରିଡ଼ର ହେବାର ନିଷ୍ପତି ହୋଇଥିଲା l ଉକ୍ତ ବୈଠକ ରେ ଜିଲା ସହ ସମ୍ପାଦକ ଗୌରବ କର, ବଜରଙ୍ଗ ଦଳ ଜିଲା ସହ ସଂଯୋଜକ ଗଣେଶ ମହାପାତ୍ର ରାଜପ୍ରିତମ ମହାପାତ୍ର, ବିଭାଗ ସମ୍ପାଦକ ଭାଗିରଥି ସ୍ୱାଇଁ ଦୁର୍ଗା ବାହିନୀ ସଂଯୋଜିକା ରୋସେନି ପାଢ଼ୀ ପ୍ରମୁଖ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ଉକ୍ତ କାଯ୍ୟକ୍ରମ କୁ ପ୍ରାନ୍ତ ସେଵା ପ୍ରମୁଖ ଜଗନ୍ନାଥ ପଟନାୟକ ଓ ସୁଜିତ ନାୟକ ସଂଯୋଜନା କରିଥିଲେ l ପରିଶେଷ ରେ ନିମାପଡା ବ୍ଲକ ର ବିଶ୍ଵ ହିନ୍ଦୁ ପରିଷଦ ସମିତି ଘୋଷଣା କରାଯାଇଥିଲା l ସଭାପତି -ସୀମାନ୍ତ ଶେଖର ରଥ ଉପସଭାପତି -ଅନନ୍ତ ରାମ ପଣ୍ଡା ଓ ଦୁର୍ଗା ପ୍ରସାଦ ସହୂ, ସମ୍ପାଦକ – ଆଇ ତ୍ରିନାଥ ପାତ୍ର, ଯୁଗ୍ମସମ୍ପାଦକ -ଜ୍ୟୋତି ରଞ୍ଜନ ଛୋଟରାୟ, ସହ ସମ୍ପାଦକ-ସ୍ମୃତି ରଞ୍ଜନ ତ୍ରିପାଠୀ, ନିଗମାନନ୍ଦ ସହୂ, ବଜରଙ୍ଗ ଦଳ ସଂଯୋଜକ -ରଞ୍ଜନ ପ୍ରଧାନ, ସହ ସଂଯୋଜକ -ସୁମନ୍ତ ମହାରଣା, ଦେବାଶିଷ ମହାନ୍ତି, ସାମାଜିକ ସମରସତା-ତପନ ରାଉତ ରାୟ, ଗୋରକ୍ଷ୍ୟା ପ୍ରମୁଖ -ବାଲୁଙ୍କେଶ୍ୱର ମହାପାତ୍ର ଓ ବାଳଗୋପାଳ ପଳେଇ, ଦୁର୍ଗା ବାହିନୀ _ପ୍ରିୟ ଦର୍ଶିନୀ ପତି, ମାତୃଶକ୍ତି ଶୁଭଶ୍ରୀ ରଥ ଓ ସେଵା ପ୍ରମୁଖ -ଚନ୍ଦ୍ରକାନ୍ତ ବରାଳ, ପ୍ରଚାର ପ୍ରସାର ପ୍ରମୁଖ ବିଶ୍ୱଜିତ ଭାଇ ଙ୍କ ଦାଇତ୍ୱ ଘୋଷଣା କରାଯାଇଥିଲା ଶେଷରେ ଶାନ୍ତି ପାଠ କରାଯାଇ ସଭା ସାଙ୍ଗ କରା ଯାଇଥିଲା

Leave a Reply

Your email address will not be published. Required fields are marked *