ବାଂଲାଦେଶୀଙ୍କ ଉପରେ ତୀକ୍ଷ୍ଣ ନଜର: ଡିଜିପି

ବାଂଲାଦେଶୀଙ୍କ ଉପରେ ତୀକ୍ଷ୍ଣ ନଜର: ଡିଜିପି
କଟକ: ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ଅନୁପ୍ରବେଶକାରୀମାନେ ରାଜ୍ୟ ଛାଡ଼ି ଚାଲିଯିବା ପାଇଁ ସେଠାକାର ସରକାର ଜୋର୍ ଦେଉଛନ୍ତି। ତେଣୁ ସେଠାରୁ ବିସ୍ଥାପିତ ହେଉଥିବା ବାଂଲାଦେଶୀ କାଳେ ଓଡ଼ିଶାରେ ପ୍ରବେଶ କରିବେ ସେଥିପାଇଁ ପୁଲିସ ସତର୍କ ରହିଛି । ଉଭୟ ସ୍ଥଳପଥ ଓ ଜଳପଥରେ ଅନୁପ୍ରବେଶକାରୀଙ୍କ ଉପରେ ପୁଲିସ ନଜର ରଖିଛି। ତଟରକ୍ଷୀ ପୁଲିସ ଓ ରେଳବାଇ ପୁଲିସକୁ ଏନେଇ ଆଲର୍ଟରେ ରଖାଯାଇଥିବା କହିଛନ୍ତି ରାଜ୍ୟ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ।

Leave a Reply

Your email address will not be published. Required fields are marked *