ଭୁବନେଶ୍ୱରରେ ଆୟୋଜିତ ହେଉଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରୀ ପରିଷଦ ବୈଠକ ଅବସରରେ ‘ନାଗରିକ ଅଭିନନ୍ଦନ ସମାରୋହ’ର ଶୁଭାରମ୍ଭ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଅଭାବିପର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରୋ. ରଘୁରାଜ କିଶୋର ତିୱାରୀ, ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼ଃ ବୀରେନ୍ଦ୍ର ସିଂହ ସୋଲଙ୍କୀ, ସ୍ୱାଗତ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ମହାନ୍ତି ଏବଂ ସ୍ୱାଗତ ସମିତିର ମନ୍ତ୍ରୀ ଶ୍ରୀ ଅଜୟ ଅଗ୍ରୱାଲଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରି କରାଯାଇଥିଲା।