ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର କାର୍ଯ୍ୟକର୍ତ୍ତା ଅଭ୍ୟାସ ବର୍ଗ
ଭୁବନେଶ୍ୱର, ତା୨୮।୫- ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଉଚ୍ଚଶିକ୍ଷା ଶାଖାର ତ୍ରିଦିବସୀୟ କାର୍ଯ୍ୟକର୍ତ୍ତା ଅଭ୍ୟାସ ଵର୍ଗ ନୀଳାଦ୍ରି ବିହାରସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସ୍ତରୀୟ ଏହି ବର୍ଗରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ଯୋଗଦେଇ ଭାରତୀୟ ଜ୍ଞାନ ପରମ୍ପରା, ସଂଗଠନର ବୈଚାରିକ ଅଧିଷ୍ଠାନ, ପରିବେଶ ସୁରକ୍ଷା, ଶିକ୍ଷା ଓ ଶିକ୍ଷକଙ୍କ ସମସ୍ୟା ଆଦି ସମ୍ପର୍କରେ ବିଚାରବିମର୍ଶ କରିଥିଲେ। ମହାସଂଘର ଜାତୀୟ ସଂଗଠନ ସମ୍ପାଦକ ମହେନ୍ଦ୍ର କାପୁର, ସହ ସଂଗଠନ ସମ୍ପାଦକ ଗୁଣ୍ଠା ଲକ୍ଷ୍ମଣ, ସଧାରଣ ସମ୍ପାଦିକା ପ୍ରଫେସର ଗୀତା ଭଟ୍ଟ, କ୍ଷେତ୍ର ସଂଗଠନ ସମ୍ପାଦକ ଆଲୋକ ଚଟ୍ଟୋପାଧ୍ୟାୟ, କେନ୍ଦ୍ରୀୟ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି, ରାଜ୍ୟ ସଭାପତି ପ୍ରଫେସର ଶିବବ୍ରତ ଦାସ, ସାଧାରଣ ସମ୍ପାଦକ ଡକ୍ଟର ବିପ୍ଳବ କୁମାର ଗୁରୁ ବିଭିନ୍ନ ପ୍ରସଙ୍ଗ ଉପରେ ସେମାନଙ୍କ ମତାମତ ପ୍ରଦାନ କରିଥିଲେ। ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ସେନାପତି, ପୂର୍ବତନ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପୂର୍ବତନ କୁଳପତି ପ୍ରଫେସର କ୍ଷିତିଭୂଷଣ ଦାସ, ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଅନୀଲ କୁମାର ମିଶ୍ର ଓ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ କୁମାର ରାଉତ ଜାତୀୟ ଶିକ୍ଷା ନୀତି-୨୦୨୦ର ଭିନ୍ନଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା କୃଷ୍ଣପ୍ରିୟା ବେହେରା, ଡକ୍ଟର ପବିତ୍ର କୁମାର ରଥ, ଡକ୍ଟର ଦୀପ୍ତାଂଶୁ ଭୂଷଣ ପତି, ଡକ୍ଟର ବିଶ୍ୱମୋହନ ଜେନା, ଡକ୍ଟର ସରୋଜ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।