ସାମାଜିକ ସମରସତାର ଆହ୍ୱାନ
ଯେତେବେଳେ ଉଚ୍ଚନୀଚ୍ଚ ଜାତିଭେଦ କଥା ଆସେ ତାହା କେବଳ ହିନ୍ଦୁ ସମାଳରେ ଅଛି ବୋଲି ସମସ୍ତେ ଜାଣନ୍ତି । ଯେତେବେଳେ ଅସ୍ପୃଶ୍ୟତା କଥା ଆସେ ତାହା କେବଳ ହିନ୍ଦୁ ସମାଜର ଏକ ରୋଗ ବୋଲି ସମସ୍ତେ ବୁଝନ୍ତି । ଯେତେବେଳେ ଧର୍ମାନ୍ତରିକରଣ କଥା ଆସେ ହିନ୍ଦୁମାନେ ଅଧିକ ସଂଖ୍ୟାରେ ଖ୍ରୀଷ୍ଟିଆନ ବା ମୁସଲମାନ ହେବାର ଉଦାହରଣ ଦେଖାଯାଏ । ତେଣୁ ଉଚ୍ଚନୀଚ୍ଚ ଜାତିଗତ ଭେଦଭାବ, ଅସ୍ପୃଶ୍ୟତା, ଧର୍ମାନ୍ତରିକରଣ ଏହା ହିନ୍ଦୁ ସମାଜରେ ଏକ ବଡ ସମସ୍ୟା ରୂପେ ରହି ଆସିଛି । ଭାରତ ବିଭାଜନ ପରେ ପରେ ଆମ ଦେଶରେ ହିନ୍ଦୁମାନଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ୮୪% ଥିଲା । ବର୍ତ୍ତମାନ ଏହା କମି ୭୯.୮% ରେ ପହଞ୍ଚିଲାଣି । ଦେଶ ବିରାଳନ ପରେ ପ୍ରାୟ ଦେଢକୋଟି ହିନ୍ଦୁ ପାକିସ୍ତାନରୁ ଭାରତକୁ ପଳାଇ ଆସିଥିଲେ । ପ୍ରାୟ ୬୫ ଲକ୍ଷ ମୁସଲମାନ ପାକିସ୍ତାନ ଯାଇଥିଲେ । ଏହାସତ୍ତ୍ୱେ ଭାରତରେ ହିନ୍ଦୁ ସଂଖ୍ୟାର ହାର କମି କମି ଯାଉଛି । ଏହାର ମୁଖ୍ୟ କାରଣ ହିନ୍ଦୁ ସମାଜରେ ସମରସତାର ଅଭାବ ରହିଛି । ଏହାକୁ ଦୂର କରିବା ପାଇଁ ଆମ ପାଖରେ ତିନୋଟି ଆହ୍ୱାନ ଅଛି । ମନ୍ଦିରର ଦ୍ୱାର ହିନ୍ଦୁ ସମାଜର ସମସ୍ତ ଭାଇ ଭଉଣୀ ଏବଂ ହିନ୍ଦୁ ଧର୍ମପ୍ରତି ଆଗ୍ରହ ରଖୁଥିବା ସମସ୍ତ ବ୍ୟକ୍ତି ମାନଙ୍କ ପାଇଁ ଉନ୍ମୁକ୍ତ ରଖୁବାକୁ ପଡିବ । ବିନା ବାଛ ବିଚାରରେ ପୁଷ୍କରଣୀକୁ ସମସ୍ତେ ବ୍ୟବହାର କରି ପାରିବେ ଏବଂ ହିନ୍ଦୁ ସମାଜର ସମସ୍ତ ଭାଇ ଭଉଣୀମାନଙ୍କ ପାଇଁ ପ୍ରତ୍ୟେକ ଗାଁ ବା ବସ୍ତିରେ ଗୋଟିଏ ଶ୍ମସାନର ବ୍ୟବସ୍ଥା ରହିବା ଦରକାର । ଏହି ସବୁ କାର୍ଯ୍ୟ ବୁଝାମଣା ଭିରିରେ ହେବା ଉଚିତ ଏବଂ ଏଥିପାଇଁ କୌଣସି ଝଗତା ସୃଷ୍ଟି କରିବା ଉଚିତ ନୁହେଁ । ତେବେ ଯାଇ ସମାଳରେ ସମରସତା ସୃଷ୍ଟି ହେବ । ଏହି କାର୍ଯ୍ୟ କୌଣସି ସାମୟିକ ଉତ୍ତେଜନାରେ ବଶବର୍ତୀ ହୋଇ କରିବା ଉଚିତ୍ ନୁହେଁ । ବରଂ ଏହି କାର୍ଯ୍ୟ ଗୋଟିଏ ମିଶନ ଭଳି ଜୀବନସାରା କରିବାର ଅଛି । ଭାରତରେ ଯେତେ ବଡ ବଡ ତୀର୍ଥସ୍ଥାନ ଅଛି ଯଥା କେଦାରନାଥ, ବଦ୍ରିନାଥ, ମଥୁରା, ବୃନ୍ଦାବନ, ଅଯୋଧା, ରାମେଶ୍ୱର,
ପୁରୀ, ଏମାନଙ୍କର ଜାତି ନାହିଁ କିମ୍ବା ଏମାନଙ୍କ ଭିତରୁ କେହି ଅସ୍ପୃଶ୍ୟ ନୁହଁନ୍ତି । ସେହିଭଳି ଯେତେ ଧର୍ମଗ୍ରନ୍ଥ ଅଛି, ଯଥା ରାମାୟଣ, ମହାଭାରତ, ବେଦ,ଉପନିଷଦ, ଗୀତା ଏମାନଙ୍କର ଜାତି ନାହିଁ ବା ଏମାନଙ୍କ ଭିତରୁ କେହି ଅସ୍ପୃଶ୍ୟ ନୁହଁନ୍ତି । ସେହିଭଳି ଯେତେ ସାଧୁ ମହାତ୍ମା ଅଛନ୍ତି, ସେମାନଙ୍କର ଜାତି କେହି ପଚାରନ୍ତି ନାହିଁ । ତୀର୍ଥସ୍ଥାନ ହେଉ ବା ଧର୍ମଗ୍ରନ୍ଥ ହେଉ ବା ସାଧୁସନ୍ଥ ହୁଅନ୍ତୁ, ଏମାନେ ସମସ୍ତେ ହିନ୍ଦୁ ସମାଜର ଶ୍ରଦ୍ଧା କେନ୍ଦ୍ର । ଯଦି ଏମାନଙ୍କ ଭିତରେ ଅସ୍ପୃଶ୍ୟତା ନାହିଁ ତେବେ ହିନ୍ଦୁ ସମାଜରେ ଅସ୍ପୃଶ୍ୟତା
କାହିଁକି ରହିବ ? ହିନ୍ଦୁ ସମାଜର ଉଚ୍ଚନୀଚ୍ଚ ଜାତିଗତ ଭେଦଭାବ ଦୂର କରିବା ପାଇଁ ଏବଂ ଅସ୍ପୃଶ୍ୟତା ନିବାରଣ ପାଇଁ ଅନେକ ମହାପୁରଷ ଯଥା -ଗୁରୁ ଗୋବିନ୍ଦ ସିଂହ, ସବୁ ଏକନାଥ, ମହାତ୍ମା ଫୁଲେ, ରାଜା ରାମ ମୋହନ ରାୟ, ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦ, ସ୍ୱାମୀ ରାମାନୁଜାଚାର୍ଯ୍ୟ, ମହାତ୍ମା ଗାନ୍ଧୀ,ଭୀମରାଓ ଆମ୍ବେଦକର, ଡକ୍ଟର କେଶବ ବଳିରାମ ହେତୁଗେର ଓ ଗୋପବନ୍ଧୁ ଦାସ ପ୍ରଭୃତି ବହୁତ ଚେଷ୍ଟା କରିଥିଲେ । ଗୁରୁ ଗୋବିନ୍ଦ ସିଂହ ତାଙ୍କ କବିତାରେ ଲେଖୁଛନ୍ତି “ ସେ ସଫଲା ଜଗମେ ତବ ହୁଏ
ହେଁ । ଲଘୁ ଜାତନକୋ ବଡପଣ ଦେ ହେଁ । ଇନ୍ କି ଜାତ ଔର କୁଳମା ହିଁ । ସର୍ଦାରି ନେହିଁ ମିଲି କତା ହିଁ ଇନ୍କୋ ସର୍ଦ୍ଦାର ବନାଉ । ତବହି ଗୁରୁ ଗୋବିନ୍ଦ ସିଂହ କହାହୁଁ ।ା
ଅର୍ଥ ଯିଏ ଅସବର୍ଣ୍ଣ ମାନଙ୍କୁ ବଡ କରି ଦେଖେ ସେ ହିଁ ଜୀବନରେ ସଫଳ ହୁଏ । ଏହି ଭାଇମାନଙ୍କ ଭିତରୁ ହିଁ ଅନେକ ସର୍ଦାର ବାହାରି ପାରିବେ । ଯେଉଁଦିନ ମୁଁ ଏମାନଙ୍କ ଭିତରୁ ସନ୍ଧାର ବାହାର କରି ପାରିବି, ସେଦିନ ମୋର ଗୁରୁଗୋବିନ୍ଦ ସିଂହ ନାମ ସାର୍ଥକ ହେବ ।
ସ୍ୱାମୀ ବିବେକାନନ୍ଦ କହିଥିଲେ ଅସ୍ପୃଶ୍ୟତା ଏକ ମାନସିକ ବ୍ୟାଧ । ସେ ପୁର୍ନବାର କହିଥିଲେ ଯେ, ବଙ୍ଗଳାରେ ଗୋଟିଏ କଥା ଅଛି, ଯାହାକୁ ଗୋଖର ସାପ ଚୋଟ ମାରିଥିବ, ତାହାର କ୍ଷତ ସ୍ଥାନରେ ସେହି ଗୋଖର ସାପଟି ମୁହଁ ଲଗାଇ ବିଷ ଶୋଷିଲେ ଲୋକଟି ଦେହରୁ ବିଷ ନଷ୍ଟ ହେବ । ସେହି ଭଳି ଯେଉଁମାନେ ସମାଜରେ ଏହି ଅସ୍ପୃଶ୍ୟତାର ବିଷକୁ ଭରିଛନ୍ତି, ସେହିମାନଙ୍କ ଦାୟିତ୍ୱ ହେଉଛି, ସମାଜରୁ ଏହି ବିଷକୁ ଦୂର କରିବା ।
ହିନ୍ଦୁ ସମାଜରୁ ଅସ୍ପୃଶ୍ୟତା ଦୂର କରିବା ପାଇଁ ମହାତ୍ମାଗାନ୍ଧୀ ୧୯୩୩ ମସିହାରେ ଯେଉଁ ହରିଜନ ଯାତ୍ରା ଆରମ୍ଭ କରିଥିଲେ, ସେଥିରେ ଆଇଏସ୍ଏସ୍ର ସ୍ୱୟଂ ସେବକମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଏପରିକି ଏହି ଯାତ୍ରା ଯେତେବେଳେ ନଭେମ୍ବର ୫ ତାରିଖରେ ନାଗପୁରରେ ପହଞ୍ଚିଲା, ସଂଘର ସ୍ୱୟଂ ସେବକମାନେ ବ୍ୟାଣ୍ଡ ବଳାଇ ଏବଂ ଗାନ୍ଧିଜୀଙ୍କୁ ଫୁଲମାଳ ଦେଇ ଏହାକୁ ସ୍ୱାଗତ କରିଥିଲେ । ଏଥିରେ ସଂଘର ଦୁଇ କଣ କାର୍ଯ୍ୟକର୍ତ୍ତର୍ୀ ଓଗଲେଜୀ ଓ ମାତଣ୍ଡରାଓଜୀ ନେତୃତ୍ୱ ନେଇଥିଲେ । ଡକ୍ଟର କେଶବ ବଳିରାମ ହେଡଗେୱାରଙ୍କ ସାଧନା ଯୋଗୁଁ ଆଉଏସ୍ଏସ୍ ଶାଖାରେ ଅସ୍ପୃଶ୍ୟତା ଏବଂ ଜାତି ଭେଦର ସାମାନ୍ୟତମ ଚିହ୍ନ ଦେଖିବାକୁ ମିଳେ ନାହିଁ । ମହାତ୍ମାଗାନ୍ଧି ୧୯୩୪ ମସିହା ଡିସେମ୍ବର ୨୫ ତାରିଖରେ ୱାର୍ଦ୍ଧାଠାରେ ଆରଏସ୍.ଏସ୍. ଶିବିର ପରିଦର୍ଶନ କରିଥିଲେ । ସେଠାରେ ଅସ୍ପୃଶ୍ୟତା ଏବଂ ନାତିଭେଦ ନଥାଇ ଓ ସମସ୍ତ ସ୍ୱୟଂସେବକ ସମରସତାର ସହିତ ଚଳୁଥିବାର ଦେଖି, ସେ ଏବଂ ତାଙ୍କ ସହିତ ଥିବା ମହାଦେବ ଦେଶାଇ ଓ ଜମୁନା ଲାଲ ବକାଳ ଅତ୍ୟନ୍ତ ଖୁସି ହୋଇଥିଲେ । ସେହିଭଳି ୧୯୩୯ ମସିହା ଏପ୍ରିଲ ୨୧ ତାରିଖରେ ବାବା ସାହେବ ଆମ୍ବେଦକର ପୁନା ଆରଏସ୍ଏସ୍ ଶିକ୍ଷା ବର୍ଗ ପରିଦର୍ଶନ କରିଥିôଲେ । ସେହି ଶିବିରରେ ସେ ନିଜ ମାହାର ଜାତିର ଅନେକ ସ୍ୱୟଂ ସେବକମାନଙ୍କୁ ଦେଖିବାକୁ ପାଇଥିଲେ ।
ସେ ସେମାନଙ୍କୁ ପଚାରି ବୁଝିଲେ ଯେ, ତାଙ୍କ ମାହାର ଜାତିର ଭାଇମାନେ ସେଠାରେ ବିନା ଭେଦଭାବରେ ରହୁଛନ୍ତି ଓ ସମାନ ଅଧିକାର ନେଇ ଚଳ ପ୍ରଚଳ କରୁଛନ୍ତି । ସେଠାରେ ସାମାଜିକ ସମରସତାର ଏହି ଅପୂର୍ବ ଦୃଶ୍ୟ ଦେଖୁ ସେ ଭାବ ବିହ୍ୱଳ ହୋଇ ପଡିଥିଲେ ।
ନାସିକ ସହରର ଯେଉଁ କାଳାରାମ ମନ୍ଦିରରେ ଦିନେ ବାବା ସାହେବ ଆମ୍ବେଦକରଙ୍କୁ ପଶିବାକୁ ଅନୁମତି ଦିଆଯାଇନଥିଲା, ଆରଏସ୍ଏସ୍ ଏବଂ ଅନ୍ୟ ସାମାଜିକ ସଂଗଠନ ମାନଙ୍କ ପ୍ରଚେଷ୍ଟାରେ ସେହି ମନ୍ଦିରର ପୂଳକ ମାନଙ୍କର ବଂଶଧର ନିଜର ପୂର୍ବ ପୁରୁଷ – କରିଥିବା ପାପ ପାଇଁ ଅନୁସୂଚୀତ ଭାଇ ମାନଙ୍କ ପାଖରେ ଭୁଲ ମାଗି ସେମାନଙ୍କୁ ମନ୍ଦିର ଭିତରକୁ କିଛି ଦିନ ତଳେ ପାଛୋଟି ନେଉଥିଲେ ।
ଏହି ଭଳି ଅନେକ ମହାପୁରୁଷ, ସାମାଜିକ ସଂଗଠନ, ରାଜନୈତିକ ଦଳ ସମାଜରୁ ଏହି ବ୍ୟାଧ ଦୂର କରିବା ପାଇଁ ସେମାନଙ୍କର ଚେଷ୍ଟା ଜାରି ରଖିଛନ୍ତି । ଏବଂ ଅନେକ ପତ୍ରପତ୍ରୀକାର ସମ୍ପାଦକ, ସ୍ତମ୍ଭ ଲେଖକ ସେମାନଙ୍କର ବଳିଷ୍ଠ ଲେଖାମାଧ୍ୟମରେ ଅସ୍ପୃଶ୍ୟତା ଏବଂ ସ କାତିଭେଦ ବିରୁଦ୍ଧରେ ସମାଜରେ ଚେତନା ସୃଷ୍ଟି କରିବା ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରୁଛନ୍ତି । ଏସବୁ ସତ୍ତ୍ୱେ ସମାଜରୁ ଏହି ଦୁଇଟି ବ୍ୟାଧି ଏ ପର୍ଯ୍ୟନ୍ତ ଯାଏ ଦୂର ହୋଇ ପାରିନାହିଁ ।
ବର୍ତ୍ତମାନ ସମୟ ଆସିଛି ଦଳ, ମତ, ପନ୍ଥ, ସାଧୁସନ୍ଥ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଚେଷ୍ଟାକଲେ ଆମେ ଏ କ୍ଷେତ୍ରରେ ସଫଳ ହୋଇ ପାରିବା ଏବଂ ସମାଜରେ ସମରସତା ପ୍ରତିଷ୍ଠା ହୋଇ ପାରିବ । ଯାହା ଫଳରେ ଆମ ଦେଶ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବ ।