ଡକ୍ଟର ହେଡଗେୱାରଙ୍କୁ ଜନ୍ମଜାତ ଦେଶଭକ୍ତ

ଆମେ ଡକ୍ଟର ହେଡଗେୱାରଙ୍କୁ ଜନ୍ମଜାତ ଦେଶଭକ୍ତ ବୋଲି କହୁ କାରଣ ସେ ପ୍ରାଥମିକ ବିଦ୍ୟାଳୟରେ ପଢିବା ସମୟରୁ ହିଁ ସ୍ପଷ୍ଟ ଥିଲେ। ଭାରତରେ ରାଣୀ ଭିକ୍ଟୋରିଆଙ୍କ ରାଜ୍ୟାଭିଷେକର ଜୟନ୍ତୀ ପାଳନ କରାଯାଉଥିଲା। ଯେହେତୁ ବ୍ରିଟିଶମାନେ ଶାସନ କରୁଥିଲେ, ତେଣୁ ସମସ୍ତ ବିଦ୍ୟାଳୟରେ କାର୍ଯ୍ୟକ୍ରମ ବାଧ୍ୟତାମୂଳକ ଥିଲା, ଏବଂ ସେଗୁଡ଼ିକ ହେଉଥିଲା। ତାଙ୍କ ବିଦ୍ୟାଳୟରେ ମଧ୍ୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା, ଏବଂ ସେ ସେତେବେଳେ ତୃତୀୟ ଶ୍ରେଣୀରେ ଥିଲେ। ଏହି ଅବସରରେ ମିଠା ବଣ୍ଟନ କରାଯାଉଥିଲା, ଏବଂ ସେ ମିଠାକୁ ନେଇ ଅଳିଆ ଗଦାରେ ଫୋପାଡ଼ି ଦେଇଥିଲେ। ତେଣୁ ଶିକ୍ଷକ ତାଙ୍କୁ ପଚାରିଲେ, ” କ’ଣ ତୁମକୁ ମିଠା ପସନ୍ଦ ନୁହଁ , ଯେ ତୁମେ ତାକୁ ଅଳିଆ ଗଦାରେ ଫୋପାଡ଼ି ଦେଲ?” ସେ ଉତ୍ତର ଦେଲେ, “ଆମ ରାଜ୍ୟକୁ ହଡ଼ପ କରିଥିବା ଏବଂ ଆମକୁ ଦାସ କରିଥିବା ଲୋକଙ୍କ ରାଜ୍ୟାଭିଷେକ ଉତ୍ସବର ମିଠା ଆମ ପାଇଁ କିପରି ମିଠା ହୋଇପାରିବ, ଏବଂ ଏହି ଦିନଟି ଆମ ପାଇଁ ଉତ୍ସବର ଦିନ କିପରି ହୋଇପାରେ? ଏହି ଦିନଟି ଶୋକର ଦିନ ଅଟେ ।” ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ସମୟରେ ସମଗ୍ର ବିଶ୍ୱରେ ଏହି ପ୍ରକାର ବିଚାର କେବଳ ଏହି ପିଲାଟି ହିଁ ରଖିଥିଲା

ତାଙ୍କର ମାନସିକ ସ୍ତର ଜନ୍ମରୁ କିପରି ଥିଲା, ଏହା କହିବାଯୋଗ୍ୟ ଅଟେ । ପରେ କଠିନ ପରିସ୍ଥିତିରେ ତାଙ୍କୁ ପଢ଼ିବାକୁ ପଡ଼ିଲା। ସେତେବେଳେ ସେ ୧୧ ବର୍ଷର ଥିଲେ, ନାଗପୁରରେ ପ୍ଲେଗ ରୋଗ ଚାଲିଥିଲା। ରୋଗୀମାନଙ୍କ ସେବାରେ ତାଙ୍କର ମାତା-ପିତା ଦୁହେଁ ଲାଗିଥିଲେ। ଏହି ସମୟରେ ସେମାନେ ମଧ୍ୟ ପ୍ଲେଗରେ ଆକ୍ରାନ୍ତ ହେଲେ ଏବଂ ଗୋଟିଏ ଦିନରେ ଉଭୟଙ୍କ ଦେହାନ୍ତ ହୋଇଥିଲା । ଘରେ ଆୟର କୌଣସି ସାଧନ ନଥିଲା, ସେହିପାଇଁ ଅତ୍ୟନ୍ତ ଦରିଦ୍ରତାର ପରିସ୍ଥିତିରେ ତାଙ୍କୁ ନିଜ ପାଠପଢା ସମାପ୍ତ କରିବାକୁ ପଡ଼ିଲା। ଏହି କଠିନ ପରିସ୍ଥିତିରେ ମଧ୍ୟ କେଶବ ହେଡଗେୱାର, ଯିଏ ପରେ ଡାକ୍ତର ହେଲେ, ତାଙ୍କ ଜୀବନରେ ଦୁଇଟି କଥା କେବେ ଛାଡ଼ିନଥିଲେ। ପ୍ରଥମ—ନିଜ ପାଠପଢା ରେ ସର୍ବଦା ନିଜ ବିଦ୍ୟାଳୟର ପ୍ରଥମ ଦଶ ଜଣ ଛାତ୍ରମାନଙ୍କ ମଧ୍ୟରେ ରହିବା, ଏବଂ ଦ୍ୱିତୀୟ—ଦେଶ ପାଇଁ ଯେକୌଣସି ପ୍ରୟାସ ଚାଲୁଥିଲେ, ସେଥିରେ ତନ-ମନ ପୂର୍ବକ ନିଜକୁ ସାମିଲ କରିବା । ସାର୍ବଜନିକ ଜୀବନର ଦୀକ୍ଷା ତାଙ୍କ ଜୀବନରେ ଶୈଶବରୁ ହିଁ ପ୍ରବେଶ କରିଥିଲା।

ଡ଼ଃ ମୋହନ ଜୀ ଭାଗବତ (ସରସଂଘଚାଳକ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ )

Leave a Reply