ଶାରଳା ରୋଡ୍ରେ ହିନ୍ଦୁ ସମ୍ମିଳନୀ
ତିର୍ତ୍ତୋଲ: ତିର୍ତ୍ତୋଲ ନିକଟ ସାରଳା ରୋଡ ସ୍ଥିତ ଶାରଳା ଶ୍ରୀକ୍ଷେତ୍ର ନାମରେ ପରିଚିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ତରଜଙ୍ଗା ମଣ୍ଡଳର ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଂଚଳର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଘୃତ ଯଜ୍ଞ, ଜ୍ଞାନ
ଯଜ୍ଞ, ଅର୍ଥ ଯଜ୍ଞର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ କଟକ ବିଭାଗର କୁଟୁମ୍ବ ପ୍ରବୋଧନ ପ୍ରମୁଖ ପଣ୍ଡିତ ରବିନାରାୟଣ ମିଶ୍ର, ମୁଖ୍ୟ ବକ୍ତା
ବିଭାଗ ବୌଦ୍ଧିକ ପ୍ରମୁଖ ବିଜୟ ନାୟକ ଯୋଗ ଦେଇ ହିନ୍ଦୁ ଧର୍ମର ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଯୋଗ ଗୁରୁ ଡ଼ ସ୍ମୃତି ରଞ୍ଜନ ରାୟ ରାମଧୁନ ଗାନ କରିଥିଲେ । ଜିଲ୍ଲା ଶାରୀରିକ ପ୍ରମୁଖ ବାବାଜୀ ଚରଣ ବେହେରା, ସାରଳା ପଞ୍ଜିକାର ବିକାଶ ପରିଜା ଅଧେନ୍ଦ୍ର ଶେଖର ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ । ପଣ୍ଡିତ ଅଶୋକ ଦାଶ ଧନ୍ୟ ବାଦ ଅର୍ପଣ କରିଥିଲେ।