ପ୍ରତ୍ୟେକ ହିନ୍ଦୁ ନିଜ ଧର୍ମଗ୍ରନ୍ଥ ଅଧ୍ୟୟନ କରିବା ଆବଶ୍ୟକ

ସମଗ୍ର ହିନ୍ଦୁ ସଂଗଠନ ପକ୍ଷରୁ ବିଶାଳ ହିନ୍ଦୁ ସମ୍ମିଳନୀ ଉଦଘାଟିତ
ପ୍ରତ୍ୟେକ ହିନ୍ଦୁ ନିଜ ଧର୍ମଗ୍ରନ୍ଥ ଅଧ୍ୟୟନ କରିବା ଆବଶ୍ୟକ :ମୁକୁନ୍ଦ ଜୀ ମହାରାଜ
ବାଲେଶ୍ଵର ତା ଆଜି ସ୍ଥାନୀୟ ପୁରୁଣା ଷ୍ଟାଡିୟମ ରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦଂଯୋଜକ ରାଜେନ୍ଦ୍ର ପ୍ରସାଦ ମୋର ଙ୍କ ପୌରହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବାଘଶ୍ୱେର ଧାମ ର ପିଠାସିନ ଅଧିକାରୀ ଶ୍ରୀ ମୁକୁନ୍ଦ ଜୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସନାତନ ଧର୍ମ, ହିନ୍ଦୁତ୍ୱ ଓ ଏହାର ସୁରକ୍ଷା ତଥା ନିଜ ଧର୍ମ କୁ ନିଷ୍ଠା ର ସହ କିଭଳି ପାଳନ କରିବାକୁ ପଡିବ ସେ ସମ୍ପର୍କ ରେ ଉଲ୍ଲେଖ କରି ଥିଲେ। ନିଜ ଧର୍ମ କୁ ଠିକ ଭାବେ ବୁଝିବା ପାଇଁ ଗୀତା, ମହାଭାରତ, ବେଦ କୁ ଭଲ ଭାବେ ପଢି ଏହାର ସାର ମର୍ମ କୁ ନିଜ ଜୀବନ ରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ। ଜାତି ବାଦ କୁ କିଛି ସ୍ୱାର୍ଥ ପର ଗୋଷ୍ଠୀ ସୃଷ୍ଟି କରିଥିବା ସ୍ୱୀକାର କରି ମହାରାଜ କହିଥିଲେକି ପୁରାଣ ରେ କିମ୍ବା ଗୀତା ରେ ଜାତି ପ୍ରଥା ର କୌଣସି ବର୍ଣ୍ଣନା ନାହିଁ। ତେଣୁ ହିନ୍ଦୁ ମାନେ ଜାତି ପ୍ରଥା କୁ ବିରୋଧ କରିବା ଆବଶ୍ୟକ।
ଅନ୍ୟ ମାନଙ୍କ ମଧ୍ୟରେ ଆଚାର୍ଯ୍ୟ ବିଜୟ ଜୀ, ରାଷ୍ଟ୍ରୀୟ ସ୍ୱୟଂଗ ସେବକ ସଙ୍ଘ ର ପୂର୍ବ ପ୍ରାନ୍ତ ଗୋ ସେବକ ପ୍ରମୁଖ ଶାନ୍ତନୁ ମାଝି ଓ ପିଞ୍ଛା ବଣିଆ ଗୁରୁକୁଳ ସମାଜ ର ପ୍ରତିଷ୍ଠାତା ଆଚାର୍ଯ୍ୟ ବିନୟ ଜୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ସକାଳେ ଏକ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ପୁରୁଣା ଷ୍ଟାଡିୟମ ରେ ପହଂଚି ଥିଲା।
ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନେ ପରିବେଷଣ କାରିଥିଲେ

Leave a Reply