ପଟ୍ଟାମୁଣ୍ଡାଇ ବ୍ଲକ ଅରଡ଼ପଲ୍ଲୀ ମଣ୍ଡଳ ପକ୍ଷରୁ ଅରଡ଼ପଲ୍ଲୀ ଖେଳ ପଡିଆରେ ଠାରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ

ହିନ୍ଦୁ ଜାଗରଣ ପାଇଁ ହୋଇଥ‌ିବା କାର୍ଯ୍ୟଧାରାକୁ ନୂତନ ଶକ୍ତି ଏବଂ ଚେତନା ପ୍ରଦାନ କରିବା ଉଦେଶ୍ୟରେ ସମଗ୍ର ହିନ୍ଦୁ ସମାଜ ଦ୍ବାରା ସନାତନ ସଂସ୍କୃତି, ସନାତନ ଧର୍ମ ଏବଂ ସାମାଜିକ ଏକତାର ପ୍ରତୀକ ଭାବରେ ସମଗ୍ର ହିନ୍ଦୁ ସମାଜ ସଂଗଠନ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଅରଡ଼ପଲ୍ଲୀ ମଣ୍ଡଳ ପକ୍ଷରୁ ଅରଡ଼ପଲ୍ଲୀ ଖେଳ ପଡିଆରେ ଠାରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ହିନ୍ଦୁ ସମ୍ମିଳନୀ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କଟକ ବିଭାଗ ପ୍ରଚାରକ ଲକ୍ଷ୍ମୀଧର ପରିଡା, କଟକ ବିଭାଗ ଧର୍ମ ଜାଗରଣ ପ୍ରମୁଖ ଗୋଲକ ଚନ୍ଦ୍ର ବେହେରା, ଶ୍ରୀପାଦ ଭକ୍ତିବେଦାନ୍ତ ସନ୍ୟାସୀ ମହାରାଜ, ବାବା ଅମୃତାନନ୍ଦ ଦାସଜୀ ମହାରାଜ,ସନ୍ଥ କୃଷ୍ଣ ଦାସ, ସଂଯୋଜକ ବିଜ୍ଞାନ ଭୂଷଣ ପ୍ରଧାନ ପ୍ରମୁଖ ମାର୍ଗଦର୍ଶନ ରଖିଥିଲେ lଏହି କାର୍ଯ୍ୟକ୍ରମ ରେ ରେ ସମଗ୍ର ହିନ୍ଦୁ ସମାଜ ଅଂଶ ଗ୍ରହଣ କରିଥିଲେ lଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ, ବିଜେପି ନେତା ସୁନାକର ବେହେରା, ପ୍ରଶାନ୍ତ ମହାନ୍ତି, ରାଜକିଶୋର ସାହୁ, ସଞ୍ଜୟ ପୃଷ୍ଟି,ସଂଜୀବ ତରାଇ,ଦେବାଶିଷ ମାନ୍ଧାତା,ପ୍ରକାଶ ଜେନା, ପ୍ରଭାତ ସେନାପତି, ନକୁଳ ସୁତାର, ସାରଦା ପ୍ରସନ୍ନ ଭୂୟାଁ, ଶୁଭମ ଜେନା, ଲକ୍ଷ୍ମୀପ୍ରିୟା ରାଉତ ବିପିନ ମଲ୍ଲିକ,ନୀଲକଣ୍ଠ ମିଶ୍ର,ହରିହର ସାହୁ, ବିଭୁତି ଭୂଷଣ ବେହେରା,ଧର୍ମପ୍ରତୀକ ରାଉତ ଆଶିଷ ମହାନ୍ତି,ଓ ସମରେନ୍ଦ୍ର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପ୍ରଥମେ ସୂର୍ଯ୍ୟ ପୂଜା, କନ୍ୟା ପୂଜା,ହୋମଯଜ୍ଞ ସହିତ ସଂକୀର୍ତନ ମଣ୍ଡଳୀ ଗ୍ରାମ ପରିକ୍ରମା କରିଥିଲେ l ଉପସ୍ଥିତ ହିନ୍ଦୁମାନେ ପର୍ଯ୍ୟାବରଣର ସୁରକ୍ଷା, କୁଟୁମ୍ବ ପ୍ରବୋଧନ, ସୁଦେଶୀ, ସାମାଜିକ ସମରସତା, ନାଗରିକ କର୍ତ୍ତବ୍ୟ ପାଳନ କରି ଭାରତ ମାତାର ସେବା କରିବାକୁ ପ୍ରତିଜ୍ଞା ନେଇଥିଲେ l

Leave a Reply

Your email address will not be published. Required fields are marked *