ବେତାରସିଂ ମଣ୍ଡଳ ସ୍ତରୀୟ ହିନ୍ଦୁ ସମ୍ମିଳନୀ

ବେତାରସିଂ ମଣ୍ଡଳ ସ୍ତରୀୟ ହିନ୍ଦୁ ସମ୍ମିଳନୀ
ମୋହନା- ଗଜପତି ଜିଲ୍ଲା ନୂଆଗଡ ବ୍ଲକ ବେତାରସିଂ ପଞ୍ଚାୟତ କେ.ସୁବଲଡା ରେ ମଣ୍ଡଳ ସ୍ତରୀୟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତାବ୍ଦୀ ବର୍ଷ ଅବସରରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ରେ ମୁଖ୍ୟବକ୍ତା ଆରଏସଏସ ଗଜପତି ଜିଲ୍ଲା ପ୍ରଚାର ପ୍ରମୁଖ ବାବୁଲା ସେଠୀ ଯୋଗଦେଇ ଭାରତୀୟ ସଂସ୍କୃତି, ପରମ୍ପରା ରକ୍ଷା ପାଇଁ ଆରଏସଏସ ଗତ ଶହେ ବର୍ଷ ହେଲା କାର୍ଯ୍ୟ ଜାରି ରଖିଛି l ସମସ୍ତ ହିନ୍ଦୁ ସମାଜ ଜାଗ୍ରତ ହେଲେ ଏହା ସମ୍ଭବ ହୋଇପାରିବ ବୋଲି କହିଛନ୍ତି l ଏଥିସହ ବର୍ତ୍ତମାନ ପରିସ୍ଥିତିରେ ସମାଜିକ ସମରସତl, ପର୍ଯ୍ୟlବରଣ ସଂରକ୍ଷଣ, କୁଟୁମ୍ବ ପ୍ରବୋଧନ, ସ୍ବଦେଶୀ ଓ ନାଗରିକ କର୍ତ୍ତବ୍ୟ ଆଦି ପଞ୍ଚ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଛନ୍ତି l କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମିତି ସଭ୍ୟ ନାରାୟଣ ନାୟକ, ସମ୍ମାନିତ ଅତିଥି ଜିଲ୍ଲା ଗ୍ରାମବିକାଶ ପ୍ରମୁଖ ସମ୍ପଦ ନାୟକ, ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ସହ ସତସଙ୍ଗ ପ୍ରମୁଖ ନାରାୟଣ ରଇତ ଯୋଗଦେଇ ମାର୍ଗଦର୍ଶନ କରିଛନ୍ତି l କାର୍ଯ୍ୟକ୍ରମରେ ପୁଟୁରୁପଡl ସରପଞ୍ଚ ଚୈତନ୍ୟ ଭୂୟାଁ, ଟାଙ୍ଗିଲି ସରପଞ୍ଚ ସିଙ୍ଗନା ରଇତ, ବନବାସୀ କଲ୍ୟାଣ ଆଶ୍ରମ ଗଜପତି ଜିଲ୍ଲା ସଂଗଠନ ମନ୍ତ୍ରୀ ସଞ୍ଜୟ ରଇତ, ଆରଏସଏସ ନୂଆଗଡ ଖଣ୍ଡ କାର୍ଯ୍ୟବାହ ରବୀନ୍ଦ୍ର ପାଇକ, ମଣ୍ଡଳ କାର୍ଯ୍ୟବାହ କିଶୋର ମଣ୍ଡଳ, ମଣ୍ଡଳ ଶାରୀରିକ ପ୍ରମୁଖ ଅଜୟ କୁମାର ମଣ୍ଡଳ, ପ୍ରମୁଖ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ପବିତ୍ର ରଇତ ସଂଚାଳନ କରିଥିବା ବେଳେ ପୁଟୁରୁପଡl, ବେତାରସିଂ, ଟାଙ୍ଗିଲି ଓ ଆତରସିଂ ପଞ୍ଚାୟତର କାର୍ଯ୍ୟକର୍ତ୍ତା ଓ ପାଞ୍ଚଶହ ରୁ ଅଧିକ ଜନସାଧାରଣ ଯୋଗଦେଇଥିଲେ l

Leave a Reply