ରଣ୍ଡିବl ରେ ହିନ୍ଦୁ ସମ୍ମିଳନୀ

ରଣ୍ଡିବl ରେ ହିନ୍ଦୁ ସମ୍ମିଳନୀ
ମୋହନା- ଗଜପତି ରା.ଉଦୟଗିରି ଖଣ୍ଡ ରଣ୍ଡିବା ମଣ୍ଡଳ ଓ ଛେଳିଗଡ଼ ମଣ୍ଡଳ ପକ୍ଷରୁ ରଣ୍ଡିବା ରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଶତାଧିକ ମହିଳା ପୁରୁଷ ଗ୍ରାମ ପରିକ୍ରମା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଆରଏସଏସ ଗଞ୍ଜାମ ବିଭାଗ କାର୍ଯ୍ୟବାହ ମନୋଜ ଚୌଧୁରୀ ଯୋଗଦେଇ ସଂଘ ଶତାବ୍ଦୀ ବର୍ଷ ଓ ସମଗ୍ର ହିନ୍ଦୁ ସମାଜର ଦାୟିତ୍ୱ ଉପରେ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ସହ ବିଭାଗ କାର୍ଯ୍ୟବାହ ଜୁରିଆ ଜାନି, ବିଶ୍ୱହିନ୍ଦୁ ପରିଷଦ ବିଭାଗ ସହ ସମ୍ପାଦକ ନରେନ୍ଦ୍ର ଜାନି, ବୁଦ୍ଧିଜୀବୀ ଜଗନ୍ନାଥ ବେହେରଦଳାଇ, ନାରାୟଣ ନାୟକ, ଗୋପାଳ ଗୌଡ଼, ନୀଳକଣ୍ଠ ଦଣ୍ଡସେନା ଯୋଗଦେଇଥିବା ବେଳେ ସହ ଜିଲ୍ଲା ବୌଦ୍ଧିକ ପ୍ରମୁଖ ଲୋକନାଥ ଦଣ୍ଡସେନା ଓ ଖଣ୍ଡ କାର୍ଯ୍ୟବାହ ବୃନ୍ଦାବନ ପ୍ରଧାନ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *