କୋଦଳା ଇଣ୍ଡୋର ଷ୍ଟାଡିୟମରେ ଯୁବ ସମ୍ମିଳନୀ
କୋଦଳା : ଯୁବକ ହେଉଛନ୍ତି ଏକ ରାଷ୍ଟ୍ରର ପ୍ରକୃତ ଶକ୍ତି । ଯଦି ଯୁବକ ମାନଙ୍କ ମଧ୍ୟରେ ରାଷ୍ଟ୍ରପ୍ରୀତି ରୁହେ ତେବେ ରାଷ୍ଟ୍ରକୁ ଉନ୍ନତିର ସର୍ବୋଚ୍ଚ ସୋପାନରେ ପହଞ୍ଚାଇବାକୁ କୌଣସି ଶକ୍ତି ଅଟକାଇ ପାରିବନାହିଁ l ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାଦ୍ଦୀ ବର୍ଷ ଅବସରରେ କୋଦଳା ଇଣ୍ଡୋର ଷ୍ଟାଡିୟମରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ା ଏହି କାର୍ଯ୍ଯକ୍ରମର ପ୍ରଥମ କଲାଂଶ ରଶ୍ମିରଞ୍ଜନ ମହାକୁଡ଼ ଯୁବା ସମ୍ମିଳନୀ ଉଦ୍ଦେଶ୍ୟ ସଂପର୍କରେ ପ୍ରକାଶ କରିଥିବା ବେଳେ ବକ୍ତା ବିଭାଗ ସେବା ପ୍ରମୁଖ – ଅରୁଣ ନାୟକ ମୁଖ୍ଯବକ୍ତା ଭାବେ ଯୋଗଦେଇଥିଲେ ।
ଦ୍ଵିତୀୟ ସତ୍ରରେ ବକ୍ତା ରୂପେ ସହ ପ୍ରାନ୍ତ ସେବା ପ୍ରମୁଖ ବେଲେଶ୍ୱର ସାହୁ ଯୋଗଦେଇଥିଲେ । ଜିଲ୍ଲା କାର୍ଯ୍ୟ ବାହ ସଞ୍ଜୟ ଦାସ ଶତାବ୍ଦୀ ବର୍ଷ ବିଷୟରେ ସୂଚନା ପ୍ରଦାନ କରିଥିଲେ । ତିନୋଟି ଗଟରେ ଚର୍ଚ୍ଚା ହୋଇଥିଲା । ଏକ ଘଣ୍ଟା ଶାଖାର ଛୋଟ ନାଟକ ହୋଇଥିଲା । ମୋଟ ଉପସ୍ଥିତ ୬୭୦ଜଣ ଯୁବକ ଉପସ୍ଥିତ ଥିଲେ ା