ରାଉରକେଲାରୁ ଅଯୋଧ୍ୟା ଯିବ ୮ ଫୁଟ୍ ଲମ୍ବର ସୁବର୍ଣ୍ଣ ଧନୁୁ

ରାଉରକେଲାରୁ ଅଯୋଧ୍ୟା ଯିବ ୮ ଫୁଟ୍ ଲମ୍ବର ସୁବର୍ଣ୍ଣ ଧନୁୁ
ରାଉରକେଲାରୁ ଅଯୋଧ୍ୟାର ରାମମନ୍ଦିରକୁ ଯିବ ସୁନାରେ ପ୍ରସ୍ତୁତ ଏକ ଧନୁ । ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସନାତନ ଜାଗରଣ ମଞ୍ଚର ଅଧ୍ୟକ୍ଷ ସନ୍ତୋଷ ବିଶ୍ୱାଳ ସୂଚନା ଦେଇଛନ୍ତି। ଅଯୋଧ୍ୟା ରାମମନ୍ଦିରର ମହାସଚିବ ଚମ୍ପତ ରାୟଙ୍କ ଅନୁମତିକ୍ରମେ ଏହି କାର୍ଯ୍ୟକ୍ରମ ସମାପନ କରାଯିବ। ଏହି ସୁବର୍ଣ୍ଣ ଧନୁର ଲମ୍ବ ୮ ଫୁଟ ଓ ଚଉଡ଼ା ସାଢ଼େ ୩ଫୁଟ୍ । ଏହା ତାମିଲନାଡୁ କାଞ୍ଚିପୁରମର ୪୦ଜଣ ମହିଳା କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଆସନ୍ତା ଜାନୁଆରୀ ୨୦ତାରିଖରେ ପୁରୀରୁ ଏକ ଶୋଭାଯାତ୍ରା ଆରମ୍ଭ ହୋଇ ୨୨ତାରିଖ ଦିନ ଅଯୋଧ୍ୟାର ରାମମନ୍ଦିର ପ୍ରତିଷ୍ଠା ଦିବସରେ ପହଞ୍ଚିବ। ଏହି ଧନୁ ତିଆରିରେ ପ୍ରାୟ ୬ ରୁ ୮ କେଜି ମଧ୍ୟରେ ସୁନା ବ୍ୟବହାର କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାସହ ଏହି ଧନୁରେ ବୀର ସୌର୍ଯ୍ୟ ପ୍ରାପ୍ତ ହୋଇଥିବା ସହିଦ୍‌ମାନଙ୍କ ନାମ ଖୋଦିତ କରାଯିବ । ଏହି କାର୍ଯ୍ୟ ସମାପନ ପରେ ଧନୁକୁ ପ୍ରତିଟି ଜିଲ୍‌ାର ପ୍ରମୁଖ ସ୍କୁଲ ଓ କଲେଜ ପରିକ୍ରମା କରି ସମାଜରେ ଯେଉଁମାନେ ପ୍ରକୃତ ବୀର ସେମାନଙ୍କ ସଂପର୍କରେ ଅବଗତ କରାଯାଇ ଆସନ୍ତା ଜାନୁଆରୀ ୨୨ ତାରିଖରେ
ଅଯୋଧ୍ୟା ଶ୍ରୀରାମ ମନ୍ଦିରର ମହାସଚିବ ଚମ୍ପତ ରାୟଙ୍କୁ ଅର୍ପଣ କରାଯିବ । ସେହିପରି ଅପରେସନ ସିନ୍ଦୂରର ସଫଳତା ପାଇଁ ଶ୍ରୀଜଗନ୍ନାଥଙ୍କ ଭୂମି ତରଫରୁ ବୀର ଯବାନଙ୍କୁ ଏହା ଉତ୍ସର୍ଗୀକୃତ କରାଯିବା ସହ କାରଗିଲରୁ ପେହେଲଗାଁଓ ପର୍ଯ୍ୟନ୍ତ ସମସ୍ତ ସହିଦ୍ ଯବାନଙ୍କ ପରିବାରକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *