Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ପ.ପୂ. ସରସଂଘଚାଳକ ଶ୍ରୀ ମୋହନଜୀ ଭାଗବତଙ୍କ ଦ୍ୱାରାନାଗପୁରରେ ଅନୁଷ୍ଠିତ ଶ୍ରୀ ବିଜୟାଦଶମୀ ଉତ୍ସବ ଉପଲକ୍ଷେ ପ୍ରଦତ୍ତ ଉଦ୍‌ବୋଧନର ସାରାଂଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ.ପୂ. ସରସଂଘଚାଳକ ଶ୍ରୀ ମୋହନଜୀ ଭାଗବତଙ୍କ ଦ୍ୱାରାନାଗପୁରରେ ଅନୁଷ୍ଠିତ ଶ୍ରୀ ବିଜୟାଦଶମୀ ଉତ୍ସବ ଉପଲକ୍ଷେ ପ୍ରଦତ୍ତ ଉଦ୍‌ବୋଧନର ସାରାଂଶ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ପ.ପୂ. ସରସଂଘଚାଳକ ଶ୍ରୀ ମୋହନଜୀ ଭାଗବତଙ୍କ ଦ୍ୱାରା
ନାଗପୁରରେ ଅନୁଷ୍ଠିତ ଶ୍ରୀ ବିଜୟାଦଶମୀ ଉତ୍ସବ ଉପଲକ୍ଷେ ପ୍ରଦତ୍ତ ଉଦ୍‌ବୋଧନର ସାରାଂଶ
(ଆଶ୍ୱିନ ଶୁକ୍ଲ ୧୦ ଯୁଗାବ୍ଦ ୫୧୨୭-ଦିନାଙ୍କ ୨ ଅକ୍ଟୋବର ୨୦୨୫, ଗୁରୁବାର )
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟ ଶହେ ବର୍ଷ ପୂର୍ଣ୍ଣ ହୋଇଥିବା ଅବସରରେ ଏହି ବିଜୟାଦଶମୀ ଉପଲକ୍ଷେ ଆମେ ଏଠାରେ ଏକତ୍ରିତ ହୋଇଛୁ। ସଂଯୋଗବଶତଃ ଏହି ବର୍ଷଟି ହେଉଛି ଗୁରୁ ଶ୍ରୀତେଗବାହାଦୂରଜୀ ମହାରାଜଙ୍କ ପବିତ୍ର ବଳିଦାନର ତିନିଶହ ପଚାଶତମ ବର୍ଷ। ସେ ‘ହିନ୍ଦ କୀ ଚାଦର’ ଅର୍ଥାତ ସୁରକ୍ଷା ବଳୟ ସାଜି ଅନ୍ୟାୟ, ଅତ୍ୟାଚାର ଓ ସାଂପ୍ରଦାୟିକ ଭେଦଭାବରୁ ସମାଜକୁ ମୁକ୍ତି ଦେବା ନିମନ୍ତେ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିଲେ ଏବଂ ସମାଜର ରକ୍ଷା କରିଥିଲେ । ଏଭଳି ବିଭୂତିଙ୍କ ସ୍ମରଣ ବର୍ଷ ସାରା କରାଯିବ । ଇଂରାଜୀ ତାରିଖ ଅନୁସାରେ ଆଜି ସ୍ୱର୍ଗତ ମହାତ୍ମାଗାନ୍ଧୀଙ୍କର ଜନ୍ମଦିନ ଅଟେ । ଭାରତର ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଅବଦାନ ଥିଲା ଅବିସ୍ମରଣୀୟ, କିନ୍ତୁ ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷର ସଂକଳ୍ପନା କିପରିହେବ ଏବଂ ଭାରତବାସୀଙ୍କ ଜୀବନଧାରା କେଉଁ ତନ୍ତ୍ର ଦ୍ୱାରା ପରିଚାଳିତ ହେବ ଏଭଳି ଚିନ୍ତାକରିଥିବା ସେ ସମୟର ଦାର୍ଶନିକ ନେତାଙ୍କ ମଧ୍ୟରେ ତାଙ୍କ ସ୍ଥାନ ଅଗ୍ରଣୀ ରହିଥିଲା । ‘ହିନ୍ଦ ସ୍ୱରାଜ’ରେ ଏ କଥା ସେ ରେଖାଙ୍କିତ କରିଯାଇଛନ୍ତି । ସରଳତା, ବିନମ୍ରତା, ପ୍ରାମାଣିକତା ଏବଂ ଦୃଢ଼ତା ଆଦି ଗୁଣର ପ୍ରତୀକ ତଥା ଦେଶହିତ ପାଇଁ ନିଜକୁ ବଳିଦାନ କରିଥିବା ଆମର ଭୂତପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲବାହାଦୂର ଶାସ୍ତ୍ରୀଙ୍କର ମଧ୍ୟ ଆଜି ଜନ୍ମଦିବସ । ଭକ୍ତି, ସମର୍ପଣ ଏବଂ ଦେଶସେବାର ଏଭଳି ଉଚ୍ଚକୋଟୀର ଉଦାହରଣଗୁଡ଼ିକ ଅନୁକରଣୀୟ । ମନୁଷ୍ୟ ହେବା ପାଇଁ ଏବଂ ମନୁଷ୍ୟ ଭଳି ବଞ୍ଚିବା ପାଇଁ ଏହିସବୁ ଆଦର୍ଶ ଆମକୁ ମାର୍ଗଦର୍ଶନ କରିଥାଏ ।
ବର୍ତ୍ତମାନର ପରିସ୍ଥିତିକୁ ବିଚାର କଲେ ଏକଥା ଆମ ମନକୁ ସ୍ୱତଃ ଆସିଥାଏ ଯେ ଏ ପରିସ୍ଥିତି ମଧ୍ୟ ଆମଠାରୁ ଏହି ପ୍ରକାରର ଜୀବନର ଅପେକ୍ଷା ରଖେ । ପରିସ୍ଥିତି ବିଭିନ୍ନ ପ୍ରକାରର ରଙ୍ଗ ନେଇ ଆସିଥାଏ । ବିଗତ ବର୍ଷ ମଧ୍ୟରେ ଆମେ ଯେଉଁ ମାର୍ଗ ନିର୍ଦ୍ଧାରିତ କରିଛୁ ତାହାର ପୁନରାବଲୋକନ କଲେ ଏକଥା ମନକୁ ଆସେ ।
ବର୍ତ୍ତମାନର ପରିଦୃଶ୍ୟ – ଆଶା ଏବଂ ଆହ୍ୱାନ
ବିତି ଯାଇଥିବା ସମୟର ଗୋଟିଏ ପଟେ ବିଶ୍ୱାସ ତଥା ଆଶା ଅଧିକ ଦୃଢ଼ୀଭୂତ ହୋଇଛି, ମାତ୍ର ଅନ୍ୟ ପଟେ ଆମ ସମ୍ମୁଖରେ ଛିଡ଼ା ହୋଇଥିବା ପୁରାତନ ଓ ନୂତନ ଆହ୍ୱାନକୁ ଅଧିକ ସ୍ପଷ୍ଟ ଭାବରେ ଉଜାଗର କରି ଆମ ପାଇଁ ବିହିତ କର୍ତ୍ତର୍ବ୍ୟର ମାର୍ଗକୁ ମଧ୍ୟ ନିର୍ଦ୍ଦେଶିତ କରୁଛି।
ଗତ ବର୍ଷ ପ୍ରୟାଗରାଜରେ ସଂପନ୍ନ ହୋଇଥିବା ମହାକୁମ୍ଭ ସମଗ୍ର ଭାରତ ବର୍ଷରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ଏବଂ ଉତ୍ତମ ବ୍ୟବସ୍ଥା ଦୃଷ୍ଟିରୁ ଏକ ବିଶ୍ୱ କୀର୍ତ୍ତିମାନ ପ୍ରସ୍ଥାପିତ କରିଛି। ଏହା ସମଗ୍ର ଭାରତବର୍ଷରେ ଶ୍ରଦ୍ଧା ଓ ଏକତାର ପ୍ରଚଣ୍ଡ ଲହର ସୃଷ୍ଟି କରିଛି ।
ଗତ ୨୨ ଏପ୍ରିଲ ଦିନ ପହଲଗାମରେ ସୀମା ସେପାଖରୁ ଆସିଥିବା ଆତଙ୍କବାଦୀ ମାନେ ୨୬ ଜଣ ଭାରତୀୟ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କଲେ। ଯାହା ସମଗ୍ର ଭାରତବର୍ଷରେ ନାଗରିକମାନଙ୍କ ମଧ୍ୟରେ ଦୁଃଖ ଓ କ୍ରୋଧର ଜ୍ୱାଳା ପ୍ରଜ୍ଜ୍ୱଳିତ କଲା। ଭାରତ ସରକାର ମଇ ମାସରେ ଯୋଜନାବଦ୍ଧ ଭାବରେ ଦୃଢ଼ତାର ସହିତ ଏହାର ଜବାବ ଦେଇଥିଲେ। ଏହି ସମୟରେ ଦେଶର ଦୃଢ଼ ନେତୃତ୍ୱ, ଆମ ସୈନ୍ୟବାହିନୀର ପରାକ୍ରମ ଓ ଯୁଦ୍ଧ କୌଶଳ ଏବଂ ସମାଜର ଦୃଢ଼ତା ଓ ଏକତାର ଏକ ସୁଖପ୍ରଦ ଦୃଶ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ନିଜ ଆଡୁ ସମସ୍ତଙ୍କ ପ୍ରତି ମିତ୍ରତାର ଭାବନା ଓ ନୀତି ଅକ୍ଷୁର୍ଣ୍ଣ ରଖିବା ସହିତ ନିଜ ସୁରକ୍ଷା ବିଷୟରେ ଅଧିକାଧିକ ଜାଗୃତ ତଥା ସାମର୍ଥ୍ୟବାନ ହୋଇ ରହିବାକୁ ପଡ଼ିବ ଏକଥା ଆମେ ବୁଝିପାରିଲୁ । ଏହି ପ୍ରସଙ୍ଗକୁ ନେଇ ବିଶ୍ୱର ଅନ୍ୟ ଦେଶମାନଙ୍କ କାର୍ଯ୍ୟକଳାପ ସ୍ପଷ୍ଟ କଲା ଯେ କେଉଁ ଦେଶ ଆମର ମିତ୍ର ଅଟନ୍ତି ଏବଂ ସେମାନେ କେତେ ଦୂର ପର୍ଯ୍ୟନ୍ତ ଆମ ସାଙ୍ଗରେ ରହିବେ, ତାହାର ମଧ୍ୟ ପରୀକ୍ଷା ହୋଇଗଲା।
ଦେଶ ମଧ୍ୟରେ ଉଗ୍ରବାଦୀ ନକ୍ସଲ ଆନ୍ଦୋଳନକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିଛି। ଏହାର କାରଣ ହେଲା ସରକାର ତଥା ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ନକ୍ସଲବାଦୀ ବିଚାରଧାରାର ଶୂନ୍ୟତାବୋଧ ଓ କ୍ରୁରତା ବିଷୟରେ ଲୋକଙ୍କ ହୃଦବୋଧ ହେବା। ବିଭିନ୍ନ ଅଞ୍ଚଳରେ ନକ୍ସଲ ଆନ୍ଦୋଳନ ବୃଦ୍ଧିର କାରଣ ହେଉଛି ସେଠାରେ ଲୋକଙ୍କ ପ୍ରତି ଚାଲିଥିବା ଶୋଷଣ, ଅନ୍ୟାୟ ଓ ବିକାଶର ଅଭାବ ଆଦି ବିଷୟ ପ୍ରତି ପ୍ରଶାସନର ସମ୍ବେଦନହୀନତା। ବର୍ତ୍ତମାନ ଏହିସବୁ ବାଧା ଦୂର ହୋଇଥିବାରୁ ଏବେ ସେହି ଅଞ୍ଚଳ ଗୁଡିକରେ ନ୍ୟାୟ, ବିକାଶ, ସଦ୍‌ଭାବନା, ସମ୍ବେଦନା ଓ ସମରସତା ସ୍ଥାପନ କରିବା ପାଇଁ ପ୍ରଶାସନ ଦ୍ୱାରା ବ୍ୟାପକ ଯୋଜନା ହାତକୁ ନିଆଯିବାର ଆବଶ୍ୟକତା ରହିଛି।
ପ୍ରଚଳିତ ମାନଦଣ୍ଡ ଆଧାରରେ ଆର୍ôଥକ କ୍ଷେତ୍ରରେ ମଧ୍ୟ ଆମର ପ୍ରଗତି ହୋଇଛି। ନିଜ ଦେଶକୁ ବିଶ୍ୱରେ ଶ୍ରେଷ୍ଠ କରି ଗଢ଼ି ତୋଳିବା ନିମନ୍ତେ ସାଧାରଣଜନତାଙ୍କ ମଧ୍ୟରେ ଉତ୍ପନ୍ନ ହେଉଥିବା ଉତ୍ସାହ ଆମ ଶିଳ୍ପ ଜଗତରେ ବିଶେଷ କରି ନୂତନ ପିଢ଼ି ମଧ୍ୟରେ ଦେଖିବାକୁ ମିଳୁଛି। ମାତ୍ର ପ୍ରଚଳିତ ଆର୍ôଥକ ବ୍ୟବସ୍ଥା ଯୋଗୁଁ ଧନୀ ଓ ଗରିବ ମଧ୍ୟରେ ବ୍ୟବଧାନ ବଢ଼ିବା ସହିତ କିଛି ବ୍ୟକ୍ତିଙ୍କ ହାତରେ ଆର୍ଥିକ ସାମର୍ଥ୍ୟ ରହୁଛି । ଏହାଛଡା ଶୋଷକ ବର୍ଗଙ୍କ ପାଇଁ ଶୋଷଣ କରିବାର ଅଧିକ ସୁରକ୍ଷିତ ଓ ନୂତନ ତନ୍ତ୍ରମାନ ବିକଶିତ ହେଉଛି । ପର୍ଯ୍ୟାବରଣର ହାନି, ପାରସ୍ପରିକ ବ୍ୟବହାରରେ ମାନବିକତା ବଦଳରେ ବ୍ୟାପାରିକ ଦୃଷ୍ଟିଭଙ୍ଗୀ ଏବଂ ଅମାନବୀୟତା ବୃଦ୍ଧି ଭଳି ଦୋଷତୃଟି ବର୍ତ୍ତମାନ ବିଶ୍ୱର ସର୍ବତ୍ର ଦେଖାଯାଉଛି । ଏହାଦ୍ୱାରା ଆମ ପାଇଁ କୌଣସି ଆହ୍ୱାନପୂର୍ଣ୍ଣ ସ୍ଥିତି ଉତ୍ପନ୍ନ ନହେଉ, ସେଥିପ୍ରତି ଧ୍ୟାନ ଦେବାକୁ ହେବ। ବର୍ତ୍ତର୍ମାନ ଆମେରିକା ନିଜର ହିତ ପାଇଁ ଯେଉଁ ଆମଦାନୀ ଶୁଳ୍କ ନୀତି ଲାଗୁ କରିଛି ସେହି ଦୃଷ୍ଟିରୁ ଆମକୁ କିଛି ବିଷୟରେ ପୁନର୍ବିଚାର କରିବାକୁ ପଡ଼ିବ। ବିଶ୍ୱ ପରସ୍ପର ନିର୍ଭରଶୀଳତାରେ ହିଁ ବଞ୍ଚିଛି। ମାତ୍ର ନିଜେ ଆତ୍ମନିର୍ଭରଶୀଳ ହୋଇ, ବିଶ୍ୱ ଏକତାକୁ ଧ୍ୟାନରେ ରଖି ବାଧ୍ୟବାଧକତାରେ ପରସ୍ପର ନିର୍ଭରଶୀଳତାକୁ ଗ୍ରହଣ ନ କରି ସ୍ୱେଚ୍ଛାରେ ବଞ୍ôଚ ରହିବା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡିବ । ଦେଖିବାକୁ ଗଲେ ସ୍ୱଦେଶୀ ତଥା ସ୍ୱାବଲମ୍ବନର କୌଣସି ବିକଳ୍ପ ନାହିଁ।
ବର୍ତ୍ତମାନ ସମଗ୍ର ବିଶ୍ୱ ଜଡବାଦ ଓ ଉପଭୋଗବାଦ ନୀତି ଆଧାରରେ ପରିଚାଳିତ । ଯାହା ଏକ ଜଡ଼ବାଦୀ ଓ ପୃଥକତାବାଦୀ ଆଧାରିତ ବିକାଶର ଧାରା ସୃଷ୍ଟି କରୁଛି। ଏହାର ଦୁଷ୍ପରିଣାମ ସର୍ବତ୍ର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ମଧ୍ୟ ଗତ ତିନି ଚାରି ବର୍ଷ ହେଲା ସେହି ସମାନନୀତି କାରଣରୁ ଅନିୟମିତ ବୃଷ୍ଟି, ଭୂସ୍ଖଳନ, ହିମସ୍ରୋତ ଶୁଖିଯିବା ଭଳି ବିପର୍ଯ୍ୟୟମାନ ଅଧିକ ତୀବ୍ର ହୋଇ ଚାଲିଛି। ଦକ୍ଷିଣ ପଶ୍ଚିମ ଏସିଆର ପ୍ରାୟ ସମସ୍ତ ଜଳସ୍ରୋତ ହିମାଳୟରୁ ନିର୍ଗତ । ତେଣୁ ହିମାଳୟରେ ଘଟୁଥିବା ଏପରି ଦୁର୍ଘଟଣାଗୁଡ଼ିକ ଭାରତବର୍ଷ ଏବଂ ଦକ୍ଷିଣ ଏସିଆର ଅନ୍ୟ ଦେଶମାନଙ୍କ ପ୍ରତି ବିପଦର ଘଣ୍ଟି ସଦୃଶ।
ଗତ କିଛି ବର୍ଷ ହେଲା ଆମର ପଡ଼ୋଶୀ ଦେଶ ମାନଙ୍କରେ ଭୟଙ୍କର ଅଶାନ୍ତି ସୃଷ୍ଟି ହୋଇଛି। ଶ୍ରୀଲଙ୍କା, ବଙ୍ଗଳାଦେଶ ଏବଂ ନିକଟ ଅତୀତରେ ନେପାଳରେ ଯେଉଁପରି ଜନ ଆକ୍ରୋଶ ହିଂସ୍ର ରୂପ ନେଲା ଏବଂ ପରିଣାମ ସ୍ୱରୂପ ଶାସନର ପରିବର୍ତ୍ତନ ହେଲା, ତାହା ଆମପାଇଁ ଚିନ୍ତାର ବିଷୟ । ଭାରତବର୍ଷରେ ମଧ୍ୟ ଏପରି ଉପଦ୍ରବମାନ ହେଉ ବୋଲି ଚାହୁଁଥିବା ଶକ୍ତି ଗୁଡ଼ିକ ଭାରତ ଭିତରେ ଓ ବାହାରେ ସକ୍ରିୟ ରହିଛନ୍ତି । ଏହି ଅଶାନ୍ତିର ତାତ୍କାଳିକ କାରଣ ହେଲା ସମାଜ ସହିତ ପ୍ରଶାସନର ଦୁର୍ବଳ ସମ୍ପର୍କ, ଦୃଢ଼ ଏବଂ ଲୋକାଭିମୁଖି ପ୍ରଶାସକୀୟ କାର୍ଯ୍ୟକଳାପର ଅଭାବ । ହେଲେ ଏଭଳି ହିଂସ୍ର ଓ ଉଗ୍ର ପ୍ରଦର୍ଶନରେ ଆଶାନୁରୂପ ପରିବର୍ତ୍ତନ ଆଣିବାର ଶକ୍ତି ନଥାଏ। ଗଣତାନ୍ତ୍ରିକ ମାର୍ଗରେ ହିଁ ସମାଜରେ ଏପରି ସଂପୂର୍ଣ୍ଣ ପରିବର୍ତ୍ତର୍ନ ସମ୍ଭବ । ବିଶ୍ୱର କ୍ଷମତାଶାଳୀ ଶକ୍ତିସମୂହ ଗୁଡିକ ଏପରି ହିଂସ୍ର ପରିବେଶରେ ନିଜର ଚକ୍ରାନ୍ତ ସାକାର କରିବାର ସୁଯୋଗ ଖୋଜିଥାନ୍ତି। ଆମର ସମସ୍ତ ପଡ଼ୋଶୀ ଦେଶ ସାଂସ୍କୃତିକ ବିଚାର ଏବଂ ଜନସାଧାରଣଙ୍କ ନିତ୍ୟ ସଂପର୍କ ଦୃଷ୍ଟିରୁ ଭାରତ ସହିତ ଯୋଡ଼ି ହୋଇ ରହିଛନ୍ତି। ଅନ୍ୟ ଭାଷାରେ କହିଲେ ସେମାନେ ଆମର ପରିବାର ସଦୃଶ। ସେ ଅଞ୍ଚଳରେ ଶାନ୍ତି, ସ୍ଥିରତା, ଉନ୍ନତି, ସୁଖ ଓ ସୁବିଧାର ବ୍ୟବସ୍ଥା ବଜାୟ ରହିବା ଆମ ଦେଶ ପାଇଁ ହିତକାରକ ଏବଂ ପରସ୍ପର ମଧ୍ୟରେ ସ୍ୱାଭାବିକ ଆତ୍ମୀୟତା ସୃଷ୍ଟି ପାଇଁ ଆବଶ୍ୟକ ଅଟେ।
ବିଶ୍ୱର ସର୍ବତ୍ର ଜ୍ଞାନ ବିଜ୍ଞାନର ପ୍ରଗତି, ବୈଷୟିକ ଜ୍ଞାନ କୌଶଳର ବିକାଶ ଜନଜୀବନକୁ ଆରାମଦାୟକ କରିଛି। ଅର୍ନ୍ତରାଷ୍ଟ୍ରୀୟ ବ୍ୟାପାର ତଥା ସଞ୍ଚାର ମାଧ୍ୟମ ଯୋଗୁଁ ପୃଥିବୀର ରାଷ୍ଟ୍ରମାନଙ୍କ ମଧ୍ୟରେ ନିକଟତା ବୃଦ୍ଧିପାଇ ପରିସ୍ଥିତିକୁ ଆନନ୍ଦମୟ କରିଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନର ପ୍ରଗତିର ଗତି ସହିତ ସାମଞ୍ଜସ୍ୟ ରଖିବା ପାଇଁ ଆବଶ୍ୟକ ହେଉଥିବା ମାନବୀୟଗତି ମଧ୍ୟରେ ବଡ଼ ପାର୍ଥକ୍ୟ ଦେଖାଯାଉଛି। ତେଣୁ ମନୁଷ୍ୟ ଜୀବନରେ ଅନେକ ସମସ୍ୟା ଉତ୍ପନ୍ନ ହୋଇଛି । ସର୍ବତ୍ର ଯୁଦ୍ଧ ଓ କଳହର ବାତାବରଣ, ପର୍ଯ୍ୟାବରଣ ନଷ୍ଟ ଜନିତ ପ୍ରକୃତିର ଉଗ୍ର ପ୍ରକୋପ, ସମଗ୍ର ସମାଜ ଓ ପରିବାରମାନଙ୍କରେ ଦେଖା ଦେଇଥିବା ବିଘଟନ, ନାଗରିକ ଜୀବନରେ ବଢୁଥିବା କୁତ୍ସିତ ଆଚରଣ ଭଳି ସମସ୍ୟାମାନ ଦେଖା ଦେଇଛି। ଏହାକୁ ରୋକିବା ଦିଗରେ ଅନେକ ପ୍ରୟାସ ହୋଇଛି ସତ କିନ୍ତୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ କୌଣସି ସଫଳତା ଏଯାବତ୍ ମିଳିନାହିଁ। ଏଥିଯୋଗୁଁ ମଣିଷ ସମାଜରେ ଦେଖା ଦେଇଥିବା ଅସ୍ୱସ୍ତିକର ପରିସ୍ଥିତି, କଳହ ଓ ହିଂସାରେ ବୃଦ୍ଧି ଘଟିଛି ତଥା ମଙ୍ଗଳମୟୀ ସଂସ୍କୃତି, ଶ୍ରଦ୍ଧା ଓ ପରମ୍ପରାର ବିନାଶ ଘଟିଛି। ଏ ସମସ୍ୟା ଗୁଡିକର ସ୍ୱତଃ ସମାଧାନ ହୋଇଯିବ ବୋଲି ଭାବିବାର ବିକୃତ ଓ ବିପରୀତ ବିଚାର ପୋଷଣ କରୁଥିବା ଶକ୍ତିମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ସଙ୍କଟ ପ୍ରାୟ ସବୁ ଦେଶରେ ଦେଖିବାକୁ ମିଳୁଛି। ଭାରତବର୍ଷରେ ମଧ୍ୟ ଉଣା ଅଧିକେ ଏହି ସମସ୍ୟା ଦେଖିବାକୁ ମିଳୁଛି। ଆଜି ସମଗ୍ର ବିଶ୍ୱ ଏହି ସମସ୍ୟାଗୁଡିକର ସମାଧାନ ପାଇଁ ଭାରତୀୟ ଦୃଷ୍ଟିକୋଣକୁ ନେଇ ପ୍ରସ୍ତୁତ ବିଚାରକୁ ଅପେକ୍ଷା କରି ରହିଛି।
ଆମ ସମସ୍ତଙ୍କ ପାଇଁ ଆଶା ଓ ଆଶ୍ୱସ୍ତି ବିଷୟ ଯେ ଆମ ଦେଶରେ ସର୍ବତ୍ର ବିଶେଷ କରି ନୂତନ ପିଢ଼ି ମଧ୍ୟରେ ଦେଶଭକ୍ତିର ଭାବନା, ନିଜ ସଂସ୍କୃତି ପ୍ରତି ଆସ୍ଥା ଓ ବିଶ୍ୱାସ ନିରନ୍ତର ବଢ଼ି ଚାଲିଛି। ସଂଘର ସ୍ୱୟଂସେବକମାନଙ୍କ ସହିତ ସମାଜରେ କାର୍ଯ୍ୟରତ ବିଭିନ୍ନ ଧାର୍ମିକ ତଥା ସାମାଜିକ ସଂସ୍ଥା ଏବଂ ବ୍ୟକ୍ତି ସମୂହ ସମାଜର ଅଭାବଗ୍ରସ୍ତ ବର୍ଗଙ୍କୁ ନିଃସ୍ୱାର୍ଥ ସେବା ପ୍ରଦାନ କରିବା ପାଇଁ ଅଧିକ ସଂଖ୍ୟାରେ ଆଗେଇ ଆସୁଛନ୍ତି। ଏହିସବୁ କାରଣରୁ ସମାଜ ସ୍ୱୟଂ ସକ୍ଷମ ହେବା ସହିତ ନିଜ ଉଦ୍ୟମରେ ନିଜ ସମସ୍ୟାର ସମାଧାନ କରିବା ଏବଂ ନିଜ ଅଭାବକୁ ପୂରଣ କରିବାର କ୍ଷମତା ମଧ୍ୟ ସମାଜରେ ବିକଶିତ ହୋଇଛି। ସଂଘର ସ୍ୱୟଂସେବକମାନଙ୍କର ଅନୁଭବ ରହିଛି ଯେ ସଂଘ ଓ ସମାଜ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବରେ ସହଭାଗୀ ହେବାର ଇଚ୍ଛା ସମାଜରେ ବଢ଼ି ଚାଲିଛି। ସମାଜର ବୁଦ୍ଧିଜୀବୀ ବର୍ଗ ମଧ୍ୟରେ ବର୍ତ୍ତମାନ ବିଶ୍ୱରେ ପ୍ରଚଳିତ ବିକାଶ ଓ ଲୋକ ପ୍ରବନ୍ଧନର ମାନକ ବଦଳରେ ଆମ ନିଜ ଦେଶର ଜୀବନ ଦର୍ଶନ, ପ୍ରକୃତି ତଥା ଆବଶ୍ୟକତା ଆଧାରରେ ନିଜସ୍ୱ ଏକ ସ୍ୱତନ୍ତ୍ର ଏବଂ ଭିନ୍ନ ପ୍ରକାର ମାନକ କିପରି ଗଢ଼ିବା ସେଥିପାଇଁ ଗବେଷଣା ଓ ଚିନ୍ତନ ମଧ୍ୟ ଚାଲିଛି।
ଭାରତୀୟ ଚିନ୍ତନର ଦୃଷ୍ଟିଭଙ୍ଗୀ
ଭାରତ ତଥା ସମଗ୍ର ବିଶ୍ୱକୁ ଭାରତୀୟ ଦୃଷ୍ଟିଭଙ୍ଗୀ ଆଧାରରେ ବିଚାର ପ୍ରଦାନ କରିଥିବା ସ୍ୱାମୀ ବିବେକାନନ୍ଦଙ୍କ ଠାରୁ ଆରମ୍ଭ କରି ମହାତ୍ମାଗାନ୍ଧୀ, ଦୀନଦୟାଲ ଉପାଧ୍ୟାୟ, ରାମ ମନୋହର ଲୋହିଆଙ୍କ ପରି ଆମର ଆଧୁନିକ ମନିଷୀ ତଥା ସମାଜର ନେତୃତ୍ୱ ନେଉଥିବା ମହାପୁରୁଷଗଣ ଉପରୋକ୍ତ ସମସ୍ତ ସମସ୍ୟାର ସମାଧାନ ପାଇଁ ଏକ ସମାନ ମାର୍ଗ ପ୍ରଦର୍ଶନ କରିଛନ୍ତି। ଜୀବନକୁ ନେଇ ଆଧୁନିକ ବିଶ୍ୱର ଦୃଷ୍ଟିଭଙ୍ଗୀ ସଂପୂର୍ଣ୍ଣ ତୃଟିଯୁକ୍ତ ନ ହେଲେ ମଧ୍ୟ ଅପୂର୍ଣ୍ଣ ଅଟେ। ସେଥିପାଇଁ ମାନବ ସମାଜର ଭୌତିକ ବିକାଶ ଅଳ୍ପ କିଛି ଦେଶ ଓ ବର୍ଗମାନଙ୍କ ପାଖରେ ପହଞ୍ôଚଛି, ସମସ୍ତଙ୍କ ପାଖରେ ନୁହେଁ । ଭାରତବର୍ଷ ଯଦି ଆମେରିକା ଶୈଳୀରେ ତଥାକଥିତ ସମୃଦ୍ଧ ଏବଂ ଭୌତିକବାଦୀ ଜୀବନଯାପନ କରିବାକୁ ଚାହିଁବ, ତାହାହେଲେ ତାକୁ ଅନ୍ୟୁନ ପାଞ୍ଚଟି ପୃଥିବୀର ସଂସାଧନ ଦରକାର ପଡିବ ଏକଥା ଅନେକ ବ୍ୟକ୍ତି କହୁଛନ୍ତି। ଆଜିର ଏହି ପ୍ରଚଳିତ ପ୍ରଣାଳୀ ଦ୍ୱାରା ମାନବର ଭୌତିକ ବିକାଶ ସଙ୍ଗେ ସଙ୍ଗେ ମାନସିକ ତଥା ନୈତିକ ବିକାଶ ହେଉ ନାହିଁ। ଏଥିଯୋଗୁଁ ପ୍ରଗତି ହେବା ସହିତ ମାନବ ସମାଜ ତଥା ସମଗ୍ର ବିଶ୍ୱ ସମ୍ମୁଖରେ ନୂଆନୂଆ ସମସ୍ୟାମାନ ସୃଷ୍ଟି ହେଉଛି। ତାର କାରଣ ହେଲା – ସେହି ସମଗ୍ର ଦୃଷ୍ଟିଭଙ୍ଗୀର ଅଭାବ ।
ଭାରତବର୍ଷର ସନାତନ, ଆଧ୍ୟାତ୍ମିକ, ସମଗ୍ର ଏବଂ ଏକାତ୍ମ ଦର୍ଶନରେ ମାନବର ଭୌତିକ ବିକାଶ ସହିତ ମନ, ବୁଦ୍ଧି ଓ ଆଧ୍ୟାତ୍ମିକତାର ବିକାଶ ତଥା ସମାଜ ଓ ସୃଷ୍ଟିର ବିକାଶ କରିବାର ଶକ୍ତି ନିହିତ ଅଛି। ମନୁଷ୍ୟର ଆବଶ୍ୟକତା ଏବଂ ଇଚ୍ଛା ଅନୁରୂପ ଆର୍ଥିକ ସ୍ଥିତି ସାଙ୍ଗକୁ ସମାଜ ଓ ସୃଷ୍ଟିକୁ ନେଇ କର୍ତ୍ତବ୍ୟ, ବୁଦ୍ଧି ତଥା ପରସ୍ପର ମଧ୍ୟରେ ଆତ୍ମୀୟତାଭାବର ସାକ୍ଷାତକାରକୁ ଅନୁଭବ କରିବାର ସ୍ୱଭାବ ବିକଶିତ କରିବାର ଶକ୍ତି ମଧ୍ୟ ଆମର ଏହି ଏକାତ୍ମ ଦୃଷ୍ଟିରେ ଅଛି। କାରଣ ସମସ୍ତଙ୍କୁ ଯୋଡୁଥିବା ତତ୍ତ୍ୱର ସାକ୍ଷାତକାର ଆମ ନିକଟରେ ରହିଛି। ଏହି ଆଧାରରେ ହଜାର ହଜାର ବର୍ଷ ହେଲା ସମଗ୍ର ବିଶ୍ୱରେ ଆମେ ଏକ ସୁନ୍ଦର, ସମୃଦ୍ଧ ଏବଂ ଶାନ୍ତିପୂର୍ଣ୍ଣ ତଥା ପରସ୍ପର ସହିତ ସୁସଂପର୍କ, ମନୁଷ୍ୟ ଓ ସୃଷ୍ଟିର ସହଯୋଗ ଆଧାରିତ ଜୀବନ ଦର୍ଶନ ଉପସ୍ଥାପିତ କରିଛୁ । ଆମର ଏହି ସମଗ୍ର ତଥା ଏକାତ୍ମ ଦୃଷ୍ଟିର ଆଧାରରେ ଆଜିର ବିଶ୍ୱ ନିଜ ଆବଶ୍ୟକତା ଗୁଡ଼ିକୁ ପୂରଣ କରି ସମଗ୍ର ପୃଥିବୀ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛି ତାହାର ଶାଶ୍ୱତ ସମାଧାନ ଦେଇ ପାରୁଥିବା ଏକ ନୂତନ ସଂରଚନାର ଆବଶ୍ୟକତା ରହିଛି। ଉପରୋକ୍ତ ଉଦାହରଣ ଗୁଡିକରୁ ସ୍ପଷ୍ଟ ଯେ ନିୟତି ସେହି ସଂରଚନାର ଏକ ସିଦ୍ଧାନ୍ତ ବିଶ୍ୱକୁ ପ୍ରଦାନ କରିବାର କାର୍ଯ୍ୟ ଆମ ଭାରତବାସୀ ଉପରେ ନ୍ୟସ୍ତ କରିଛି।
ସଂଘର ଚିନ୍ତନ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନିଜ କାର୍ଯ୍ୟର ଶହେବର୍ଷ ପୂର୍ଣ୍ଣ କରିଛି। ସଂଘର ବିଚାର ଏବଂ ସଂସ୍କାର ପ୍ରାପ୍ତ କରି ସ୍ଥାନୀୟ ସ୍ତରରୁ ନେଇ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ସମାଜ ଜୀବନର ବିଭିନ୍ନ ବର୍ଗରେ, ବିଭିନ୍ନ ସଂଗଠନରେ, ସଂସ୍ଥାମାନଙ୍କରେ ବହୁ ସ୍ୱୟଂସେବକ ସକ୍ରିୟ ଅଛନ୍ତି। ସମାଜ ଜୀବନରେ ସକ୍ରିୟ ଅନେକ ସଜ୍ଜନଶକ୍ତିଙ୍କ ସହିତ ସ୍ୱୟଂସେବକ ମାନେ ସହଯୋଗ ଓ ବାର୍ତ୍ତାଳାପ କରୁଛନ୍ତି। ଏହି ସମଗ୍ର ପ୍ରକ୍ରିୟାର ସଂକଳିତ ଅନୁଭବ ଆଧାରରେ ସଂଘ କେତେକ ନିଷ୍କର୍ଷରେ ପହଞ୍ଚିଛି:
୧) ଭାରତବର୍ଷର ଉତ୍ଥାନ ପ୍ରକ୍ରିୟାର ଗତି ବୃଦ୍ଧି ପାଇଛି। ମାତ୍ର ଆମେ ଆଜି ମଧ୍ୟ ସେହି ନୀତି ଓ ବ୍ୟବସ୍ଥାର ପରିଧି ଭିତରେ ହିଁ ଚିନ୍ତା କରି ଚାଲିଛୁ ଯାହାର ପରିଣାମ ଆଜି ସ୍ପଷ୍ଟ କରିଦେଇଛି ଯେ ଏହା ସମ୍ପୂର୍ଣ୍ଣ ନୁହେଁ। ଏ କଥା ସତ୍ୟ ଯେ ସେହି ବ୍ୟବସ୍ଥାରେ ଆମେ ସମଗ୍ର ବିଶ୍ୱ ସହିତ ଏତେ ଆଗକୁ ବଢ଼ି ଯାଇଛୁ ଯେ ତାକୁ ତତ୍‌କ୍ଷଣାତ୍ ପରିବର୍ତ୍ତନ କରିଦେବା ସମ୍ଭବ ନୁହେଁ, ଧିରେ ଧିରେ ଏକ ଦୀର୍ଘ ବୃତ୍ତରେ ବୁଲିବାକୁ ହେବ। ହେଲେ ଆମ ସହିତ ସମଗ୍ର ବିଶ୍ୱ ସମ୍ମୁଖୀନ ହୋଇଥିବା ସମସ୍ୟା, ଭବିଷ୍ୟତ ବିପଦ ଗୁଡିକରୁ ବଞ୍ଚିବା ପାଇଁ ଅନ୍ୟ କୌଣସି ଉପାୟ ଆଜି ନାହିଁ। ଆମକୁ ଏକାଗ୍ର, ସମଗ୍ର ତଥା ଏକାତ୍ମ ଦୃଷ୍ଟି ଆଧାରରେ ନିଜର ବିକାଶପଥ ନିର୍ମାଣ କରି ସମଗ୍ର ବିଶ୍ୱ ସମ୍ମୁଖରେ ଏକ ସଫଳ ଉଦାହରଣ ପ୍ରସ୍ତୁତ କରିବାକୁ ପଡ଼ିବ। ଅନ୍ଧ ଭାବରେ ଅର୍ଥ ଓ କାମର ଅନୁଧାବନ କରୁଥିବା ବିଶ୍ୱକୁ ପୂଜା ଉପାସନା ରୀତିନୀତିର ଉର୍ଦ୍ଧ୍ୱକୁ ଯାଇ ସମସ୍ତଙ୍କୁ ଯୋଡୁଥିବା, ମିଳିମିଶି ଚଳୁଥିବା, ଏକତ୍ର ଉନ୍ନତି କରୁଥିବା, ଧର୍ମର ମାର୍ଗ ଦେଖାଇବାକୁ ପଡ଼ିବ।
୨) ଦେଶର ଏପରି ଏକ ଆଦର୍ଶ ଚିତ୍ର ବିଶ୍ୱ ସମ୍ମୁଖରେ ପ୍ରସ୍ତୁତ କରିବାର କାମ କେବଳ ବ୍ୟବସ୍ଥା ପକ୍ଷର ନୁହେଁ। କାରଣ ବ୍ୟବସ୍ଥା ପରିବର୍ତ୍ତନର ନିଜସ୍ୱ ସାମର୍ଥ୍ୟ ଓ ଇଚ୍ଛାକୁ ନେଇ ଏକ ନିର୍ଦ୍ଦିଷ୍ଟ ସୀମା ରହିଛି। ଏହି ସବୁର ପ୍ରେରଣା ଏବଂ ନିୟନ୍ତ୍ରଣ ସମାଜର ପ୍ରବଳ ଇଚ୍ଛାଶକ୍ତି ଦ୍ୱାରା ହିଁ ସମ୍ଭବ ହୋଇଥାଏ । ତେଣୁ ବ୍ୟବସ୍ଥା ପରିବର୍ତ୍ତନର ଦୁଇଟି ସର୍ତ୍ତ ରହିଛି ଯଥା: ସମାଜର ପ୍ରବୋଧନ ଏବଂ ସମାଜର ଆଚରଣରେ ପରିବର୍ତ୍ତନ। ଭାଷଣ କିମ୍ବା ପୁସ୍ତକ ଦ୍ୱାରା ସମାଜର ଆଚରଣରେ ପରିବର୍ତ୍ତନ ହୁଏ ନାହିଁ। ସେଥିପାଇଁ ବ୍ୟାପକ ପ୍ରବୋଧନ କରିବା ଆବଶ୍ୟକ ହୁଏ ଏବଂ ପ୍ରବୋଧନ କରିବା ଲୋକଙ୍କୁ ସ୍ୱୟଂ ପରିବର୍ତ୍ତନର ଉଦାହରଣ ହେବାକୁ ପଡିଥାଏ। ସମାଜ ଦ୍ୱାରା ଗ୍ରହଣୀୟ ହେଉଥିବା, ନିଜ ଜୀବନରେ ପାରଦର୍ଶିତା, ନିଃସ୍ୱାର୍ଥ ଚରିତ୍ର, ସଂପୂର୍ଣ୍ଣ ସମାଜକୁ ନିଜର ଭାବି ସମାଜ ସହିତ ନିତ୍ୟ ବ୍ୟବହାରରେ ଥିବା ଗୁଣସଂପନ୍ନ ବ୍ୟକ୍ତି ମଧ୍ୟ ସମାଜରେ ରହିବା ଆବଶ୍ୟକ। ସମାଜରେ ସମସ୍ତଙ୍କ ସାଥିରେ ରହି ନିଜ ଜୀବନର ଆଚରଣ ଦ୍ୱାରା ସମାଜକୁ ପ୍ରେରଣା ଦେଉଥିବା ସ୍ଥାନୀୟ ସାମାଜିକ ନେତୃତ୍ୱର ଆବଶ୍ୟକତା ରହିଛି। ତେଣୁ ସ୍ୱୟଂସେବକମାନଙ୍କ ଅନୁଭବ ହେଉଛି ଯେ ଦେଶ ଓ ବିଶ୍ୱରେ ପରିବର୍ତ୍ତନର ଉଚିତ ମାର୍ଗ ହେଉଛି ବ୍ୟକ୍ତି ନିର୍ମାଣରୁ ସମାଜ ପରିବର୍ତ୍ତନ ଏବଂ ସମାଜ ପରିବର୍ତ୍ତନରୁ ବ୍ୟବସ୍ଥାର ପରିବର୍ତ୍ତନ।
୩) ଏପରି ବ୍ୟକ୍ତି ନିର୍ମାଣର ବ୍ୟବସ୍ଥା ଭିନ୍ନ ଭିନ୍ନ ସମାଜରେ କ୍ରିୟାଶୀଳ ରହିଛି। ବିଦେଶୀ ଆକ୍ରମଣର ଦୀର୍ଘ କାଳାବଧିରେ ଏହି ବ୍ୟବସ୍ଥା ଆମ ସମାଜରେ ଧ୍ୱସ୍ତ ହୋଇ ଯାଇଥିଲା। ତେଣୁ ଘରେ, ଶିକ୍ଷା ପଦ୍ଧତିରେ ଏବଂ ସମାଜର କାର୍ଯ୍ୟକଳାପରେ ଏକ ଯୁଗାନୁକୂଳ ବ୍ୟବସ୍ଥା ପୁଣି ସ୍ଥାପିତ କରିବାକୁ ପଡ଼ିବ। ଏହି କାର୍ଯ୍ୟ କରିବା ପାଇଁ ବ୍ୟକ୍ତି ନିର୍ମାଣ ଆବଶ୍ୟକ। ମନ ଓ ବୁଦ୍ଧିରେ ଏହି ବିଚାର ଗ୍ରହଣ କରିବା ପରେ ତାକୁ ଆଚରଣରେ ପ୍ରଦର୍ଶନ କରିବା ତଥା କାୟ-ମନ-ବାକ୍ୟରେ ପରିଣତ କରିବା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ। ସଂଘର ଶାଖା ହେଉଛି ଏହିପରି ବ୍ୟବସ୍ଥା। ବିଗତ ଏକ ଶହ ବର୍ଷ ହେଲା ସବୁ ପରିସ୍ଥିତିରେ ନିଷ୍ଠାର ସହିତ ସଂଘର ସ୍ୱୟଂସେବକ ମାନଙ୍କ ଦ୍ୱାରା ଏହି କାର୍ଯ୍ୟ ନିରନ୍ତର ଚାଲିଛି। ଭବିଷ୍ୟତରେ ମଧ୍ୟ ଏହି କାର୍ଯ୍ୟ ଚାଲୁରହିବ। ଏଥିପାଇଁ ସ୍ୱୟଂସେବକ ମାନଙ୍କୁ ନିତ୍ୟ ଶାଖାର କାର୍ଯ୍ୟକ୍ରମକୁ ମନଦେଇ କରିବା ସହିତ ନିଜ ଆଚରଣରେ ପରିବର୍ତ୍ତନ ପାଇଁ ସାଧନା କରିବାକୁ ପଡିଥାଏ। ବ୍ୟକ୍ତିଗତ ସଦ୍‌ଗୁଣ ତଥା ସାମୂହିକ ଜୀବନ ପାଇଁ ସାଧନା କରିବା ଏବଂ ସମାଜର କାର୍ଯ୍ୟକଳାପରେ ସହଭାଗୀ ତଥା ସହଯୋଗୀ ହୋଇ ସମାଜରେ ସଦ୍‌ଗୁଣ ଓ ସାମୂହିକତାର ବାତାବରଣ ନିର୍ମାଣ କରିବା ହିଁ ସଂଘ ଶାଖାର ଲକ୍ଷ୍ୟ।
୪) କୌଣସି ଦେଶର ଉତ୍‌ଥାନ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାରକ ହେଉଛି ଦେଶରେ ଥିବା ସମାଜ ମଧ୍ୟରେ ଏକତାର ଭାବ। ଆମ ଦେଶ ହେଉଛି ବିବିଧତାପୂର୍ଣ୍ଣ ଦେଶ। ଅନେକ ଭାଷା, ଅନେକ ପନ୍ଥ, ଭୌଗୋଳିକ ବିବିଧତା ଯୋଗୁଁ ଚାଲିଚଳଣ, ଖାଦ୍ୟପେୟରେ ବିବିଧତା, ଜାତି ଉପଜାତିର ବିବିଧତା ବହୁ ଆଗରୁ ଅଛି। ଗତ ଏକହଜାର ବର୍ଷର ଅବଧିରେ ବାହାର ଦେଶରୁ ମଧ୍ୟ ଅନେକ ବିଦେଶୀ ସଂପ୍ରଦାୟ ଭାରତକୁ ଆସିଛନ୍ତି। ଏବେ ବିଦେଶୀ ଚାଲି ଯାଇଛନ୍ତି କିନ୍ତୁ ଆମର ଅନେକ ଭାଇ ସେହି ସଂପ୍ରଦାୟକୁ ସ୍ୱୀକାର କରି ଭାରତରେ ବିଦ୍ୟମାନ ଅଛନ୍ତି। ଭାରତର ପରମ୍ପରା ଅନୁସାରେ ଏହି ସମସ୍ତେ ଆମ ପାଇଁ ସ୍ୱାଗତଯୋଗ୍ୟ ଏବଂ ସ୍ୱୀକାର୍ଯ୍ୟ ଅଟନ୍ତି। ଆମେ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁନାହୁଁ। ଆମର ବିବିଧତାକୁ ଆମେ ନିଜର ବିଶିଷ୍ଟତା ଭାବରେ ଦେଖୁ ଏବଂ ନିଜ ନିଜର ବିଶିଷ୍ଟତା ଉପରେ ଗୌରବ ଭାବ ପୋଷଣ କରିବାର ସ୍ୱଭାବକୁ ସ୍ୱୀକାର କରୁ, କିନ୍ତୁ ଏହି ବିଶିଷ୍ଟତା ଗୁଡ଼ିକ ବିଭେଦର କାରଣ ହେବା ଉଚିତ ନୁହେଁ। ଆମର ସମସ୍ତ ବିଶିଷ୍ଟତା ସତ୍ତ୍ୱେ ଆମେ ସମସ୍ତେ ଏକ ବୃହତ ସମାଜର ଅଙ୍ଗ ବିଶେଷ। ସମାଜ, ଦେଶ, ସଂସ୍କୃତି ତଥା ରାଷ୍ଟ୍ର ଆଧାରରେ ଆମେ ଏକ ଅଟୁ । ଆମେ ସଦୈବ ସ୍ମରଣ ରଖିବା ଉଚିତ ଯେ ଏହି ପରିଚୟ ଆମ ପାଇଁ ସର୍ବୋପରି ଅଟେ। ଏହି କାରଣରୁ ସମାଜରେ ସମସ୍ତଙ୍କ ବ୍ୟବହାର ସଦ୍‌ଭାବପୂର୍ଣ୍ଣ ଏବଂ ସଂଯମପୂର୍ଣ୍ଣ ହେବା ଉଚିତ୍‌। ସମସ୍ତଙ୍କର ନିଜ ନିଜ ଶ୍ରଦ୍ଧା, ମହାପୁରୁଷ ଏବଂ ପୂଜାସ୍ଥଳୀ ରହିଛି। ଆମେ ଧ୍ୟାନ ଦେବା ଯେ ମନ, ବଚନ ଓ କର୍ମରେ କେବେ ବି ଏହାର ଅବମାନନା ହେବା ଉଚିତ ନୁହେଁ। ଏଥିପାଇଁ ସମସ୍ତଙ୍କୁ ପ୍ରବୋଧନ ଦେବା ଆବଶ୍ୟକ। ସମସ୍ତେ ନିୟମପାଳନ, ସଦ୍‌ଭାବପୂର୍ଣ୍ଣ ବ୍ୟବସ୍ଥା ପାଳନ କରିବା ଉଚିତ୍‌। ଏହା ଆମର ସ୍ୱଭାବ ହେବା ଉଚିତ। ଛୋଟ ଛୋଟ କଥାରେ କିମ୍ବା କେବଳ ମନରେ ସନ୍ଦେହ ଅଛି ତେଣୁ ଆଇନକୁ ହାତକୁ ନେଇ ରାସ୍ତାରେ ପ୍ରଦର୍ଶନ କରିବା, ଗୁଣ୍ଡାମୀ ଓ ହିଂସା କରିବାର ପ୍ରବୃତ୍ତି ଠିକ ନୁହେଁ। ମନରେ ପ୍ରତିକ୍ରିୟା ରଖି କିମ୍ବା କୌଣସି ସଂପ୍ରଦାୟକୁ ଉତ୍ତେଜିତ କଲା ଭଳି ନିଜର ଶକ୍ତି ପ୍ରଦର୍ଶନ କରିବାର ଘଟଣାମାନ ଯୋଜନାପୂର୍ବକ କରାଯାଉଛି। ସେମାନଙ୍କ ଚକ୍ରାନ୍ତରେ ପଡ଼ିବାର ପରିଣାମ ତାତ୍‌କାଳିକ ଏବଂ ଦୀର୍ଘକାଳିକ ଉଭୟ ଦୃଷ୍ଟିରୁ ଭୟାନକ ଅଟେ। ଏହି ପ୍ରବୃତ୍ତିକୁ ରୋକିବା ଆବଶ୍ୟକ। ସରକାର ଓ ପ୍ରଶାସନ ନିଜ କାର୍ଯ୍ୟ ପକ୍ଷପାତିତା କିମ୍ବା କାହାରି ଚାପରେ ନ କରି ନିୟମ ଅନୁସାରେ କରିବା ଉଚିତ୍‌। ଏଥିପାଇଁ ସମାଜର ସଜ୍ଜନ ଶକ୍ତି ଏବଂ ତରୁଣ ପିଢ଼ିକୁ ଜାଗୃତ ଏବଂ ସଂଗଠିତ ହେବାକୁ ପଡ଼ିବ। ଆବଶ୍ୟକତା ଅନୁସାରେ ହସ୍ତକ୍ଷେପ ମଧ୍ୟ କରିବା ଉଚିତ୍‌।
୫) ଆମର ଏହି ଏକତାର ଆଧାରକୁ ଡ.ଆମ୍ବେଦକର ଓଦ୍ଭଷରକ୍ସରଦ୍ଭଗ୍ଧ ମଙ୍କକ୍ଷଗ୍ଧଙ୍କକ୍ସବକ୍ଷ ଙ୍କଦ୍ଭସଗ୍ଧଚ୍ଚ (ଅନ୍ତର୍ନିହିତ ସାଂସ୍କୃତିକ ଏକତା) ବୋଲି କହିଛନ୍ତି। ଭାରତୀୟ ସଂସ୍କୃତି ପ୍ରାଚୀନ ସମୟରୁ ଚଳି ଆସିଥିବା ଭାରତର ବିଶେଷତା, ଏହା ହେଉଛି ସର୍ବସମାବେଶୀ । ଏହା ସମସ୍ତ ବିବିଧତାକୁ ସମ୍ମାନ ଏବଂ ସ୍ୱୀକାର କରିବା ପାଇଁ ଶିକ୍ଷା ଦେଉଛି। ତାର କାରଣ ହେଲା ଭାରତର ଆଧ୍ୟାତ୍ମିକତା ସତ୍ୟ, କରୁଣା, ଶୁଚିତା ଏବଂ ତପସ ଧର୍ମ ଉପରେ ଆଧାରିତ ଅଟେ। ଏହି ଦେଶର ପୁତ୍ରରୂପୀ ହିନ୍ଦୁ ସମାଜ ପରମ୍ପରା ତଥା ନିଜର ଆଚରଣ ଦ୍ୱାରା ଏହାର ଯତ୍ନ ନେଇ ଆସିଛି, ତେଣୁ ଏହାକୁ ହିନ୍ଦୁ ସଂସ୍କୃତି ମଧ୍ୟ କୁହାଯାଏ। ପ୍ରାଚୀନ ଭାରତର ଋଷିଗଣ ନିଜ ତପୋବଳ ଦ୍ୱାରା ଏହାକୁ ଦୀପ୍ତିମନ୍ତ କଲେ। ଭାରତର ସମୃଦ୍ଧ ଏବଂ ସୁରକ୍ଷିତ ପରିବେଶ କାରଣରୁ ସେମାନଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପନ୍ନ ହୋଇପାରିଲା। ଆମର ପୂର୍ବଜ ମାନଙ୍କ ପରିଶ୍ରମ, ତ୍ୟାଗ ଓ ବଳିଦାନ କାରଣରୁ ଏହି ସଂସ୍କୃତି ସମୁନ୍ନତ ହେଲା ଏବଂ ଅକ୍ଷୁର୍ଣ୍ଣ ରହି ଆଜି ଆମ ପର୍ଯ୍ୟନ୍ତ ପହଞ୍ôଚଛି। ସଂସ୍କୃତି ସଂପନ୍ନ ଆମ ଆଚରଣ, ତାର ଆଦର୍ଶ ସାଜିଥିବା ଆମର ପୂର୍ବପୁରୁଷଙ୍କ ପ୍ରତି ମନରେ ଗୌରବର ଭାବନା ଓ କାର୍ଯ୍ୟରେ ବିବେକପୂର୍ଣ୍ଣ ଅନୁସରଣ ଏଗୁଡିକ ଯାହା ପାଇଁ ସମ୍ଭବ ହୁଏ, ସେହି ପବିତ୍ର ମାତୃଭୂମି ପ୍ରତି ଭକ୍ତି ଆମର ରାଷ୍ଟ୍ରୀୟତା ଅଟେ। ବିବିଧତାକୁ ସମ୍ପୂର୍ଣ୍ଣ ସ୍ୱୀକାର ଏବଂ ସମ୍ମାନ ସହିତ ଆମକୁ ଗୋଟିଏ ମାଳାରେ ଗୁନ୍ଥିଥିବା ହିନ୍ଦୁ ରାଷ୍ଟ୍ରୀୟତା ଆମକୁ ସର୍ବଦା ଏକ ରଖିଛି। ଆମର ଘବଗ୍ଧସକ୍ଟଦ୍ଭ ଝଗ୍ଧବଗ୍ଧର ପରି କୌଣସି କଳ୍ପନା ନାହିଁ। ରାଜ୍ୟ ଆସିଥାଏ, ଯାଇଥାଏ। ହେଲେ ରାଷ୍ଟ୍ର ନିରନ୍ତର ବିଦ୍ୟମାନ ଥାଏ। ଆମ ସମସ୍ତଙ୍କ ଏକତାର ଏହି ଆଧାରକୁ ଆମେ କେବେହେଲେ ଭୁଲିବା ଉଚିତ ନୁହେଁ।
୬) ବଳ ସମ୍ପନ୍ନ, ଚରିତ୍ର ସମ୍ପନ୍ନ ସଂଗଠିତ ସମ୍ପୂର୍ଣ୍ଣ ହିନ୍ଦୁ ସମାଜର ସ୍ୱରୂପ ଏହି ଦେଶର ଏକତା, ଏକାତ୍ମତା, ବିକାଶ ଏବଂ ସୁରକ୍ଷାର ଗ୍ୟାରେଣ୍ଟିି। ହିନ୍ଦୁ ସମାଜ ଏହି ଦେଶର ଉତ୍ତରଦାୟୀ ଓ ସର୍ବ ସମାବେଶୀ ସମାଜ। ଉପରେ ଉଲ୍ଲିଖିତ ବହୁବିଧ ନାମ ଏବଂ ରୂପକୁ ଦେଖି ସମାଜ ଭିତରେ ବିଚ୍ଛିନ୍ନତାର ଭାବନା ଓ ଭେଦଭାବ ସୃଷ୍ଟି କରୁଥିବା “ଆମେ ଏବଂ ସେମାନେ”ର ମାନସିକତାରୁ ହିନ୍ଦୁ ସମାଜ ମୁକ୍ତ ରହିଛି ଏବଂ ରହିବ। ‘ବସୁଧୈବ କୁଟୁମ୍ବକମ୍‌’ ର ଉଦାର ବିଚାରଧାରାର ସଂରକ୍ଷକ ଏବଂ ଅଭିଭାବକ ଭାବରେ ହିନ୍ଦୁ ସମାଜ କାର୍ଯ୍ୟ କରୁଛି। ଏଥିପାଇଁ ଭାରତବର୍ଷକୁ ବୈଭବସଂପନ୍ନ ଏବଂ ସମ୍ପୂର୍ଣ୍ଣ ବିଶ୍ୱରେ ନିଜର ଅପେକ୍ଷିତ ଏବଂ ସମୁଚିତ ଯୋଗଦାନ ଦେଉଥିବା ଦେଶ ଭାବରେ ଗଢ଼ିତୋଳିବା ହିନ୍ଦୁ ସମାଜର କର୍ତ୍ତବ୍ୟ ଅଟେ। ନିଜର ସଂଗଠିତ କାର୍ଯ୍ୟଶକ୍ତି ଦ୍ୱାରା ବିଶ୍ୱକୁ ନୂତନ ପଥ ପ୍ରଦର୍ଶନ କରୁଥିବା, ଧର୍ମକୁ ସଂରକ୍ଷଣ କରି ଭାରତକୁ ବୈଭବ ସଂପନ୍ନ କରିବାର ସଂକଳ୍ପ ନେଇ ସଂଘ ସଂପୂର୍ଣ୍ଣ ହିନ୍ଦୁ ସମାଜକୁ ସଂଗଠିତ କରିବାର କାର୍ଯ୍ୟ କରୁଛି। ଏକ ସଂଗଠିତ ସମାଜ ନିଜର ସମସ୍ତ କର୍ତ୍ତବ୍ୟ ନିଜସ୍ୱ ଶକ୍ତି ଦ୍ୱାରା ସଂପନ୍ନ କରିଥାଏ। ସେଥି ନିମନ୍ତେ ଅନ୍ୟ କାହାକୁ ସ୍ୱତନ୍ତ୍ର ଭାବରେ କିଛି କରିବାର ଆବଶ୍ୟକତା ନାହିଁ ।
୭) ଉପରୋକ୍ତ ସମାଜର ଚିତ୍ର ପ୍ରତ୍ୟକ୍ଷ ଭାବରେ ସାକାର କରିବାକୁ ହେଲେ ବ୍ୟକ୍ତି ମଧ୍ୟରେ, ସାମୂହିକ ଜୀବନରେ ଉଭୟ ବ୍ୟକ୍ତିଗତ ତଥା ରାଷ୍ଟ୍ରୀୟ ଚରିତ୍ର ସୁଦୃଢ଼ ହେବା ଆବଶ୍ୟକ । ରାଷ୍ଟ୍ର ସ୍ୱରୂପର ସ୍ପଷ୍ଟ କଳ୍ପନା ଏବଂ ଗୌରବ ଆମକୁ ସଂଘ ଶାଖାରୁ ପ୍ରାପ୍ତ ହୋଇଥାଏ। ନିତ୍ୟ ଶାଖାରେ ହେଉଥିବା କାର୍ଯ୍ୟକ୍ରମ ଦ୍ୱାରା ସ୍ୱୟଂସେବକ ମାନଙ୍କ ମଧ୍ୟରେ ବ୍ୟକ୍ତିତ୍ୱ, କର୍ତ୍ତୃତ୍ୱ, ନେତୃତ୍ୱ, ଭକ୍ତି ଏବଂ ବୁଝିପାରିବା କ୍ଷମତାର ବିକାଶ ହୋଇଥାଏ ।
ଏଥିନିମନ୍ତେ ଭୌଗୋଳିକ ଦୃଷ୍ଟିରୁ ସମଗ୍ର ଦେଶରେ ଶତାବ୍ଦୀ ବର୍ଷରେ ବ୍ୟକ୍ତି ନିର୍ମାଣର କାର୍ଯ୍ୟ ସର୍ବବ୍ୟାପୀ ହେବ । ସାମାଜିକ ଆଚରଣରେ ସ୍ୱାଭାବିକ ପରିବର୍ତ୍ତନ ଆଣୁଥିବା ପଞ୍ଚପରିବର୍ତ୍ତନ କାର୍ଯ୍ୟକ୍ରମ ସ୍ୱୟଂସେବକଙ୍କ ଆଚରଣ ଜରିଆରେ ସମାଜବ୍ୟାପୀ କରିବା ପାଇଁ ସଂଘ ପ୍ରୟାସ କରିବ। ସାମାଜିକ ସମରସତା, କୁଟୁମ୍ବ ପ୍ରବୋଧନ, ପର୍ଯ୍ୟାବରଣ ସଂରକ୍ଷଣ, ସ୍ୱ-ବୋଧ ଏବଂ ସ୍ୱଦେଶୀ ନିୟମ କାନୁନ, ନାଗରିକ ଅନୁଶାସନ ଏବଂ ସମ୍ବିଧାନର ପାଳନ ଏହି ପାଞ୍ଚଟି ବିଷୟରେ ବ୍ୟକ୍ତି ଓ ପରିବାର, ନିଜର କାର୍ଯ୍ୟ ତଥା ଆଚରଣରେ ପରିବର୍ତ୍ତନ ଆଣିବାରେ ସକ୍ରିୟ ହେବ ତଥା ସମାଜରେ ସ୍ୱୟଂସେବକଙ୍କ ଆଚରଣ ଅନୁକରଣୀୟ ହେବ । ଏହା ଆଚରଣ ନିମନ୍ତେ ସରଳ ଓ ସହଜ କାର୍ଯ୍ୟକ୍ରମ । ବିଗତ ଦୁଇ ତିନି ବର୍ଷ ମଧ୍ୟରେ ସମୟ ସମୟରେ ସଂଘର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଏହାକୁ ନେଇ ବିସ୍ତୃତ ଆଲୋଚନା ହୋଇଛି। ସଂଘର ସ୍ୱୟଂସେବକଙ୍କ ବ୍ୟତୀତ ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତିବିଶେଷ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରି ଆସୁଛନ୍ତି। ଏମାନଙ୍କ ସହିତ ସଂଘର ସ୍ୱୟଂସେବକମାନଙ୍କ ଦ୍ୱାରା ସହଯୋଗ ଓ ସମନ୍ୱୟ ପାଇଁ ପ୍ରୟାସ କରାଯାଉଛି। ବିଶ୍ୱ ଇତିହାସରେ ଭିନ୍ନଭିନ୍ନ ସମୟରେ ଭାରତର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହି ଆସିଛି। ବିଶ୍ୱରେ ହଜିଯାଇଥିବା ସନ୍ତୁଳନ ଫେରାଇ ଆଣିବା ସହିତ ବିଶ୍ୱ ଜୀବନରେ ସଂଯମ ଏବଂ ମର୍ଯ୍ୟାଦାର ଭାବ ଉତ୍ପନ୍ନ କରାଉଥିବା ବିଶ୍ୱଧର୍ମ ସ୍ଥାପିତ କରିବାକୁ ହେବ । ଆମର ପୂର୍ବପୁରୁଷମାନେ ଭାରତ ଭୂମିରେ ବସବାସ କରୁଥିବା ବିବିଧତାପୂର୍ଣ୍ଣ ସମାଜ ଗୁଡିକୁ ସଂଗଠିତ କରି ଏକ ରାଷ୍ଟ୍ର ରୂପରେ ଉପରୋକ୍ତ କର୍ତ୍ତବ୍ୟକୁ ବାରମ୍ବାର ନିର୍ବହନ କରିବାର ସାଧନ ଛିଡ଼ା କରାଇଥିଲେ। ଆମର ସ୍ୱାତନ୍ତ୍ର‌୍ୟ ସଂଗ୍ରାମ ଏବଂ ରାଷ୍ଟ୍ରୀୟ ନବୋତ୍‌ଥାନର ପୁରୋଧାମାନଙ୍କ ସମ୍ମୁଖରେ ସ୍ୱତନ୍ତ୍ର ଭାରତର ସମୃଦ୍ଧି ଏବଂ କ୍ଷମତା ବିକାଶର ମଙ୍ଗଳ ପରିଣାମର ସ୍ୱରୂପ ଏହି ଚିତ୍ର ଉଦ୍‌ଭାସିତ ହୋଇଥିଲା। ଆମର ବଙ୍ଗ ପ୍ରଦେଶର ପୂର୍ବବର୍ତ୍ତି ସଂଘଚାଳକ ସ୍ୱର୍ଗତ କେଶବଚନ୍ଦ୍ର ଚକ୍ରବର୍ତ୍ତି ମହାଶୟ ଅତ୍ୟନ୍ତ ସୁନ୍ଦର କାବ୍ୟ ପଙ୍‌କ୍ତିରେ ଏହାର ବର୍ଣ୍ଣନା କରିଛନ୍ତି।

ବାଲି ସିଂଘଲ ଜବଦ୍ୱୀପେ
ପ୍ରାନ୍ତର ମାଝେ ଉଠେ
କୋତୋ ମଠ କୋତୋ ମନ୍ଦିର
କୋତୋ ପ୍ରସ୍ତରେ ଫୁଲ ଫୋଟେ
ତାଦେର ମୁଖେର ମଧୁମୟ ବାନୀ
ସୁନେ ଥେମେ ଜାୟ ସବ ହାନାହାନୀ
ଅଭ୍ୟୁଦୟର ସଭ୍ୟତା ଜାଗେ
ବିଶ୍ୱେର ଘରେ ଘରେ।।

(ବାଲି, ସିଂହଳ, ଜାଭାଦ୍ୱୀପେ
ପ୍ରାନ୍ତର ମଧ୍ୟେ ଉଠେ,
କେତେ ମଠ, କେତେ ମନ୍ଦିର
କେତେ ପ୍ରସ୍ତରେ ଫୁଲ ଫୁଟେ
ତାହାର ମୁଖର ମଧୁମୟ ବାଣୀ
ଶୁଣି ଥମି ଯାଏ ସବୁ ହଣାହଣି
ଅଭ୍ୟୁଦୟର ସଭ୍ୟତା ଜାଗେ
ବିଶ୍ୱର ଘରେ ଘରେ ।)

ଆସନ୍ତୁ, ଭାରତର ଏହି ଆତ୍ମସ୍ୱରୂପକୁ ଆଜିର ଦେଶ-କାଳ-ପରିସ୍ଥିତି ଅନୁସାରେ ସୁସଙ୍ଗତ ଶୈଳୀରେ ପୁଣି ବିଶ୍ୱରେ ଛିଡ଼ା କରାଇବା। ବିଶ୍ୱର ଆଜିର ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ ଆମର ପୂର୍ବପୁରୁଷଙ୍କ ଦ୍ୱାରା ପ୍ରଦତ୍ତ ଏହି କର୍ତ୍ତବ୍ୟକୁ ଆମେ ସମସ୍ତେ ମିଳିମିଶି, ଏକା ସାଙ୍ଗରେ, ନିଜର କର୍ତ୍ତବ୍ୟପଥରେ ଅଗ୍ରସର ହେବା ପାଇଁ ଆଜିର ପବିତ୍ର ବିଜୟାଦଶମୀର ଶୁଭ ଅବସରରେ ନିଜକୁ ଦାୟିତ୍ୱସଂପନ୍ନ କରିବା ନିମନ୍ତେ ସଂକଳ୍ପ କରିବା।

।। ଭାରତ ମାତାକୀ ଜୟ।।

Leave a Reply