ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘଶିକ୍ଷା ବର୍ଗ ଆରମ୍ଭ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘଶିକ୍ଷା ବର୍ଗ ଆରମ୍ଭ

କଟକ/ ଭୁବନେଶ୍ୱର,:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶାର ସଂଘଶିକ୍ଷା ବର୍ଗ ବିଶେଷ ଓ ସଂଘଶିକ୍ଷା ବର୍ଗ ସାମାନ୍ୟ କଟକ ଗତିରାଉତ ପାଟଣା ସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ୯ ତାରିଖ ସଂଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ସଂଘଶିକ୍ଷାବର୍ଗ ବିଶେଷକୁ ଅଖିଳ ଭାରତୀୟ ସଦ୍‌ଭାବନା ସଂଯୋଜକ ଡ.ଗୋପାଳ ପ୍ରସାଦ ମହାପାତ୍ର ଓ ସଂଘଶିକ୍ଷା ବର୍ଗ ସାମାନ୍ୟକୁ ସଂଘର ଅଖିଳ ଭାରତୀୟ କୁଟମ୍ବ ପ୍ରବୋଧନ ସହ ପ୍ରମୁଖ ମନସୁଖଲାଲ ସେଠିଆ ଭାରତମାତାଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ ।

ଅଖିଳ ଭାରତୀୟ ଯୋଜନା ଅନୁସାରେ ଅନୁଷ୍ଠିତ ହେଉଥିବା ସଂଘଶିକ୍ଷା ବର୍ଗ ବିଶେଷରେ ଓଡିଶାର ପୂର୍ବ ଓ ପଶ୍ଚିମ ପ୍ରାନ୍ତରୁ ୧୨୦ ଜଣ ପ୍ରଶିକ୍ଷାର୍ଥୀ ଓ ୮ଜଣ ଶିକ୍ଷକ ଭାଗ ନେଇଛନ୍ତି । ଯେଉଁମାନଙ୍କ ଭିତରେ ଅଛନ୍ତି ଡାକ୍ତର,ଇଂଜିନିୟର, ଆଇନଜୀବୀ, ଶିକ୍ଷକ, ବ୍ୟବସାୟୀ, ଶିକ୍ଷାର୍ଥୀ, ସାମ୍ବାଦିକ,କୃଷକ ଆଦି ବିଭିନ୍ନ ବର୍ଗର କାର୍ଯ୍ୟକର୍ତ୍ତାମାନେ । ଏହି ବର୍ଗକୁ ସୁଚାରରୂପେ ପରିଚାଳନା କରିବା ପାଇଁ ଏକ ସଂଚାଳନ ସମିତି ଗଠନ କରାଯାଇଛି । ବର୍ଗର ସର୍ବାଧିକାରୀ ବେଲେଶ୍ୱର ସାହୁ, କାର୍ଯ୍ୟବାହ ରାମ ଚନ୍ଦ୍ର ସାହୁ,ମୁଖ୍ୟ ଶିକ୍ଷକ ଖଗେଶ୍ୱର ମହନ୍ତ, ସେବା ପ୍ରମୁଖ ବିଜୟ ସାମଲ , ସହ-ସେବା ପ୍ରମୁଖ ନଳିନକାନ୍ତ ମହାନ୍ତ, ବୌଦ୍ଧିକ ପ୍ରମୁଖ ହେମନ୍ତ ସାମଲ, ସହ-ବୌଦ୍ଧିକ ପ୍ରମୁଖ ପ୍ରଣବ ନାୟକ, ସଂପର୍କ ପ୍ରମୁଖ ଭଗବାନ ବେହେରା, ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା, ବ୍ୟବସ୍ଥା ପ୍ରମୁଖ ଅନନ୍ତ କୁମାର ସାହୁ, ସହ-ବ୍ୟବସ୍ଥା ପ୍ରମୁଖ ଲକ୍ଷ୍ମୀଧର ପରିଡା, ପରିବେଷଣ ପ୍ରମୁଖ ଆଲୋକ ପଟେଲ,ପୂର୍ବ ପ୍ରାନ୍ତ ପ୍ରମୁଖ ସୀମାଞ୍ଚଳ ଖଟୁଆ, ପଶ୍ଚମ ପ୍ରାନ୍ତ ପ୍ରମୁଖ ବିଷ୍ଣୁ ପାତ୍ର,ପର୍ଯ୍ୟବେକ୍ଷକ ପ୍ରତାପ ଷଡଙ୍ଗୀ ଓ ବାବାଜୀ ଚରଣ ସାହୁ ଦୁଇ ପ୍ରାନ୍ତର ପାଳକ ଅଧିକାରୀ ଭାବେ ଦୀପକ ରାଉତ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ସେହିପରି ପ୍ରାନ୍ତ ଯୋଜନା ଅନୁସାରେ ଅନୁଷ୍ଠିତ ହେଉଥିବା ସଂଘଶିକ୍ଷା ବର୍ଗ ସାମାନ୍ୟରେ ଓଡ଼ିଶା ପୂର୍ବର ୧୮ଟି ଜିଲ୍ଲା ଓ ୧ଟି ମହାନଗରରୁ ୩୦୬ଜଣ ପ୍ରଶିକ୍ଷାର୍ଥୀ ଭାଗ ନେଇଛନ୍ତି । ଏହି ବର୍ଗର ସର୍ବାଧିକାରୀ ଭାବେ ବିଶ୍ୱମ୍ବରନାଥ ପାଣି,ବର୍ଗ କାର୍ଯ୍ୟବାହ ଶରତ ଚନ୍ଦ୍ର ସେନ,ମୁଖ୍ୟଶିକ୍ଷକ ରାଜେଶ କୁମାର୍ର ଜେନା, ସହ-ମୁଖ୍ୟଶିକ୍ଷକ ବିରେନ୍ଦ୍ର କୁମାର ବେହେରା ଓ ସନ୍ଦିପ ସନ୍ତୋଷ ରାୟ, ବୌଦ୍ଧିକ ପ୍ରମୁଖ ସତ୍ୟ ରଞ୍ଜନ ମହାକୁଡ, ସହ-ବୌଦ୍ଧିକ ପ୍ରମୁଖ ଭଗବାନ ଦେହୁରୀ ଓ ଚିତ୍ତରଂଜନ ମହାପାତ୍ର, ସେବା ପ୍ରମୁଖ ଶାନ୍ତନୁ ମାଝି , ସଂପର୍କ ପ୍ରମୁଖ ସୁନୀଲ କୁମାର ଗୌଡ, ପ୍ରଚାର ପ୍ରମୁଖ କଶ୍ୟପ ମନୋରଂଜନ, ଘୋଷ ପ୍ରମୁଖ ରଂଜନ ନାୟକ, ବ୍ୟବସ୍ଥା ପ୍ରମୁଖ ଅନନ୍ତ କୁମାର ସାହୁ, ସହ-ବ୍ୟବସ୍ଥା ପ୍ରମୁଖ ଲକ୍ଷ୍ମୀଧର ପରିଡା,ପଯ୍ୟବେକ୍ଷକ କର୍ଣ୍ଣ ପ୍ରଧାନ ଏବଂ ବର୍ଗ ପାଳକ ଭାବେ ଅସିତ କୁମାର ସାହୁ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ଏହି ଦୁଇଟି ସଂଘଶିକ୍ଷା ବର୍ଗ ମେ ୯ ତାରିଖ ଦିନ ଆରମ୍ଭ ହୋଇଛି ଏବଂ ମେ ୨୫ ତାରିଖ ଦିନ ଅପରାହ୍ନରେ ସମାରୋପ ହେବ । ୧୫ ବର୍ଷ ବୟସରୁ ୪୦ ବର୍ଷ ବୟସର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ସଂଘଶିକ୍ଷା ବର୍ଗ ସାମାନ୍ୟ ଓ ୪୦ ବର୍ଷ ବୟସରୁ ୬୫ ବର୍ଷର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ସଂଘ ଶିକ୍ଷାବର୍ଗ ବିଶେଷ ଅନୁଷ୍ଠିତ ହେଉଛି ।

ଏହି ପ୍ରଶିକ୍ଷଣ ବର୍ଗଗୁଡ଼ିକରେ ସାମାଜିକ ଜାଗରଣ ଏବଂ ସାମାଜିକ ପରିବର୍ତ୍ତନ ଉପରେ ପ୍ରଶିକ୍ଷଣ ଦିଆଯାଏ। ଏହି ବର୍ଗ ମାଧ୍ୟମରେ ପ୍ରାମାଣିକତା, ଦେଶଭକ୍ତି, ଅନୁଶାସନ ଏବଂ ସ୍ନେହ ଭାବନା ବିକଶିତ କରିବାର ସୁଯୋଗ ମିଳିଥାଏ ବୋଲି ଦୁଇଟି ବର୍ଗର ଉଦ୍‌ଘାଟନ ସମୟରେ ବକ୍ତାମାନେ ପ୍ରକାଶ କରିଛନ୍ତି । ବିଶେଷ ବର୍ଗ ଉଦ୍‌ଘାଟନ ସମୟରେ ସଂଘର ପୂର୍ବକ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ ଓ ବର୍ଗର ସର୍ବାଧିକାରୀ ବେଲେଶ୍ୱର ସାହୁ ମଞ୍ଚାସୀନ ଥିବା ବେଳେ ସାମାନ୍ୟ ବର୍ଗ ଉଦ୍‌ଘାଟନ ସମୟରେ ସଂଘର ଓଡିଶା ପୂର୍ବ ପ୍ରାନ୍ତର ସହକାର୍ଯ୍ୟବାହ ଇଂ ସୁଦର୍ଶନ ଦାସ ଓ ବର୍ଗର ସର୍ବାଧିକାରୀ ବିଶ୍ୱମ୍ବରନାଥ ପାଣି ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ,କ୍ଷେତ୍ରୀୟ ଯୋଜନା ଅନୁସାରେ କାର୍ଯ୍ୟକର୍ତ୍ତା ବିକାଶ ବର୍ଗ ପ୍ରଥମ ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲ, ଶାସନ, ସମ୍ବଲପୁର ଠାରେ ଅନୁଷ୍ଠିତ ହେବ । ଏହି ବର୍ଗ ମେ ୧୭ ତାରିଖରୁ ଆରମ୍ଭ ହୋଇ ଜୁନ ୭ ତାରିଖରେ ସମାପନ ହେବ ।

Leave a Reply

Your email address will not be published. Required fields are marked *