ଭୟରେ ଟ୍ରମ୍ପଙ୍କର କଥା ବଦଳିଲା 

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଆମେ ଭାରତ ଏବଂ ରୁଷକୁ ଚୀନ ହାତରେ ହରାଇ ବସିଲୁ। ଏହା ପରେ ବ୍ୟଙ୍ଗାତ୍ମକ ଭାବରେ ଏହି ତିନୋଟି ଦେଶକୁ “ସମୃଦ୍ଧ” ଭବିଷ୍ୟତ କାମନା କରିଥିଲେ। ସପ୍ତାହର ପ୍ରାରମ୍ଭରେ ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆତିଥ୍ୟ ଦେଇଥିଲେ।
ଆମେରିକା ଦ୍ୱାରା ୫୦ ପ୍ରତିଶତ ଟାରିଫ୍ ଲାଗୁ କରାଯିବା ପରେ ୱାଶିଂଟନ ସହ ନୂଆଦିଲ୍ଲୀ ସମ୍ପର୍କରେ ବିରାଟ ଫାଟ ସୃଷ୍ଟି ହୋଇଛି । ଅନ୍ୟପଟେ ଭାରତ, ଚୀନ ଓ ରୁଷ ମଧ୍ୟରେ ବନ୍ଧୁତା ବଢିବାରେ ଲାଗିଛି । ଏହି ଘଟଣାକ୍ରମ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଖିକୁ ବାଧୁଛି । କିନ୍ତୁ ଚୀନରେ ନିକଟରେ ଶେଷ ହୋଇଥିବା ଏସସିଓ ସମ୍ମିଳନୀ ପରେ ଏବେ ଟ୍ରମ୍ପଙ୍କ ଆଭିମୁଖ୍ୟ ନରମ ପଡ଼ିଥିବା ନଜର ଆସୁଛି । ଟ୍ରମ୍ପ ଶୁକ୍ରବାର କହିଛନ୍ତି, ଆମେରିକା, ଭାରତ ଓ ରୁଷକୁ ଚୀନ ହତାଇରେ ହରାଇ ବସିଛି । ଟ୍ରମ୍ପ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ରାଷ୍ଟ୍ରପତି ପୁଟିନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଜିନପିଙ୍ଗ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଏପରି ଲାଗୁଛି ଯେ ଆମ ଭାରତ ଓ ରୁଷକୁ ସବୁଠୁ ଗଭୀର, ସବୁଠୁ ଅନ୍ଧକାରମୟ ଚୀନ ହାତରେ ହରାଇ ବସିଛୁ । ଭଗବାନ କରନ୍ତୁ ସେମାନଙ୍କ ଭବିଷ୍ୟତ ଲମ୍ୱା ଓ ସମୃଦ୍ଧମୟ ହେଉ ।’​​

Leave a Reply

Your email address will not be published. Required fields are marked *