ପରଜଙ୍ଗ ଗାଁରେ ସହିଦ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ପରଜଙ୍ଗ ଗାଁରେ ସହିଦ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ । ଆଜି ପହଞ୍ଚିଲା କିସ୍ତୱାରରେ ସହୀଦ ଓଡ଼ିଆ ବୀର ଯବାନ ମନୋଜ ବିଶ୍ୱାଳଙ୍କ ମରଶରୀର। ବିଶାଳ ଶୋଭାଯାତ୍ରା ସହ ଅନ୍ତିମ ଯାତ୍ରାରେ ନିଆଯାଇଥିଲା ସହିଦ ମନୋଜଙ୍କୁ। ଜମ୍ମୁ କାଶ୍ମୀର କିସ୍ତୱାରରେ ବାଦଲ ଫଟା ବର୍ଷାରେ ଭୂ-ସ୍ଖଳନ ଯୋଗୁଁ ଓଡ଼ିଆ CISF ଯବାନ ସହୀଦ ହୋଇଥିଲେ। ମୃତ ଯବାନ ଜଣଙ୍କ ପରଜଙ୍ଗ ଥାନା ମାଣିକମରା ଗାଁର ମନୋଜ ବିଶ୍ୱାଳ। ଚିସୁତି ଗାଁ ପାହାଡ଼ ଶିଖର ମଚୈଳ ମାତା ମନ୍ଦିରରେ ଯାତ୍ରା ଚାଲିଥିବା ବେଳେ ୧୪ ତାରିଖ ଦିନ ଘଟିଥିଲା ଅଘଟଣ।

ଜାମ୍ମୁ-କାଶ୍ମୀରରେ ଓଡ଼ିଆ ଯବାନ ସହିଦ । କିସ୍ତୱାରରେ ଗତ ଗୁରୁବାର ହୋଇଥିବା ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ମୃତ ଯବାନ ଜଣଙ୍କ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମାଣିକମରା ଗାଁର ମନୋଜ ବିଶ୍ଵାଳ ବୋଲି ଜଣାପଡ଼ିଥିଲା। ଚିସୁତି ଗାଁ ପାହାଡ଼ ଶିଖର ମଚଳି ମାତା ମନ୍ଦିର ଯାତ୍ରା ଡ୍ୟୁଟିରେ ଥିବାବେଳେ ବାଦଲ ଫଟା ବର୍ଷା ପରେ ଭୂ-ସ୍ଖଳନ ହୋଇଥିଲା ।

ସେବେଠୁ କିସ୍ତୱାରେ ୨୦୦ରୁ ଅଧିକ ନିଖୋଜ ଥିବା ବେଳେ ଶନିବାର ଓଡ଼ିଆ ଯବାନ ମନୋଜଙ୍କ ମୃତଦେହ ମିଳିଥିଲା । ମନୋଜଙ୍କ ଦେହାନ୍ତ ଖବର ପାଇ ମାଣିକମରା ଗାଁରେ ଶୋକର ଛାୟା ଖେଳି ଯାଇଛି । ମନୋଜଙ୍କ ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି । ମନୋଜ ତାଳଚେର ଟିଟିପିଏସ୍‌ରେ ନିଯୁକ୍ତ ଥିବାରୁ ସେଠାରେ ଘରଭଡ଼ା ନେଇ ପତ୍ନୀ ଓ ୨ ଝିଅଙ୍କ ସହ ରହୁଥିଲେ । ମନୋଜଙ୍କ ସାନ ଭାଇ ମଧ୍ୟ CISFରେ କାର୍ଯ୍ୟରତ ଥିଲେ ।

Leave a Reply

Your email address will not be published. Required fields are marked *