ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସରେ ବିଶାଳ ଗଣଦୌଡ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ
ବଳିଦାନ ଦିବସରେ ବିଶାଳ ଗଣଦୌଡ
ଭୁବନେଶ୍ୱର,୧୬/୮: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ ତରଫରୁ ପବିତ୍ର ଜନ୍ମାଷ୍ଟମୀ ଦିନ ସକାଳ ଘ.୭,୩୦ ମି. ସମୟରେ ଭୁବନେଶ୍ୱର ୟୁନିଟ-୩ ଅଞ୍ଚଳରେ ୪୦୦୦ରୁ ଉର୍ଦ୍ଧ୍ୱ ଜନସାଧରଣଙ୍କ ଏକ ବିଶାଳ ଗଣଦୌଡ ଅନୁଷ୍ଠିତ ହୋଇ ଯାଇଛି । ଅଖିଳ ଭାରତୀୟ ସନ୍ଥ ସମିତିର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ୱତୀ ମହାରାଜ,ସ୍ମୃତି ନ୍ୟାସର ଟ୍ରଷ୍ଟି ମନସୁଖଲାଲ ସେଠିଆ ଓ ଡ.ଗୋପାଳ ପ୍ରସାଦ ମହାପାତ୍ର ଏବଂ ପୁରୀ ରାଧାବଲ୍ଲଭ ମଠର ମହନ୍ତ ତଥା ଅନେକ ସାଧୁସନ୍ଥ ବୃନ୍ଦ ଉପସ୍ଥିତ ରହି ବିଶାଳ ଗଣଦୌଡକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଗଣଦୌଡ ୟୁନିଟ-୩ ପ୍ରଦର୍ଶନୀ ପଡିଆ ନିକଟରୁ ବାହାରି ରାମ ମନ୍ଦିର, ଶ୍ରୀୟାଛକ, ମାଷ୍ଟର କ୍ୟାଟିଂନ, ଗିରିଦୁର୍ଗା ଛକ ହୋଇ ପୁଣି ପ୍ରଦର୍ଶନୀ ପଡିଆ ନିକଟରେ ପହଁଚିଥିଲା । ଏହି ଗଣଦୌଡରେ ସମାଜର ବହୁତ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଏବଂ ଉତ୍ସାହି ଯୁବକ ଓ ମହିଳାମାନେ ଭାଗନେଇଥିଲେ । ଗଣଦୌଡ ପୂର୍ବରୁ ଏଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସାଧୁସନ୍ଥମାନେ ଉପସ୍ଥିତ ରହି ସ୍ୱାମୀଜୀଙ୍କ ତ୍ୟାଗ, ତପସ୍ୟା ବଳିଦାନର ଗାଥା ଯାହାକି ଆଜିର ଯୁବପୀଢିଙ୍କୁ ପ୍ରେରଣା ଦେବ ସେହି ବିଷୟରେ ମାର୍ଗ ଦର୍ଶନ କରିଥିଲେ । ଟ୍ରଷ୍ଟି ରୁପେନ୍ଦ୍ର କହଁର ମଞ୍ଚ ପରିଚାଳନା କରିବା ସହିତ ଅତିଥିପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply