ଗୋ ଚାଳାଣ ବେଳେ ମହିଳା ପୋଲିସକୁ ଆକ୍ରମଣ

ଗୋ ଚାଳାଣ ବେଳେ ମହିଳା ପୋଲିସକୁ ଆକ୍ରମଣ
ଭଦ୍ରକ ପୁରୁଣାବଜାର ଥାନା ପୁଲିସ ଦ୍ୱାରା ଅଲାଲପୁର ଅଞ୍ଚଳରେ ବେଆଇନ ଗୋ ଚାଲାଣ କାର୍ଯ୍ୟକଳାପ ଅବରୋଧ କରାଯାଇଥିଲା। ଘଟଣା ସ୍ଥଳରୁ ଗୋଟିଏ ଗୋମାତା ଙ୍କୁ ଉଦ୍ଧାର କରାଯାଇଛି। ଆସାମି ଜାହିଦ୍ ସାହା ଓ ତାଙ୍କ ଅନ୍ୟାନ୍ୟ ସାଥିମାନେ ପୁଲିସ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ, ଅସଭ୍ୟ ଭାଷା ବ୍ୟବହାର କରି ଡ୍ୟୁଟିରେ ଥିବା ଏକ ମହିଳା ପୁଲିସ ଅଧିକାରୀଙ୍କୁ ଏବଂ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଜାହିଦ୍ ସାହାଙ୍କୁ ଗିରଫ କରି ଆଦାଲତରେ ହଜାର କରାଯାଇଛି। ଅନ୍ୟ ଆସାମୀମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଜୋରଦାର ଚେଷ୍ଟା ଚାଲିଛି। ଘଟଣା ସନ୍ଦର୍ଭରେ ଭାରତୀୟ ନ୍ୟାୟ।ସଂହିତା ର ବିଭିନ୍ନ ଧାରା, ଓଡିଶା ଗୋହତ୍ୟା ନିଷେଧ ଆଇନ ଓ ପ୍ରାଣୀ ନିର୍ଯାତନା (ନିଷେଧ) ଆଇନ ଅନୁଯାୟୀ ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *