ଜୁଲାଇ ୧ ତାରିଖ ଦିନ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ପରମ୍ପରା ଅନୁସାରେ ଅଭିମାନିନୀ ମହାଲକ୍ଷ୍ମୀ ଆଜି ନନ୍ଦିଘୋଷ ରଥ ଭାଙ୍ଗିବେ । ସନ୍ଧ୍ୟାରେ ଆଳତୀ ଶେଷ ପରେ ବିମାନରେ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ସେଠାରେ ଥିବା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବେ । ଏହାପରେ ପତି ସେବାୟତ ମାନେ ବନ୍ଦାପନା କରିବା ପରେ ମା ଲକ୍ଷ୍ମୀ ରଥ ଭାଙ୍ଗିବେ । ସେପଟେ ଜନ୍ମବେଦୀରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳା । ମହାପ୍ରଭୁଙ୍କ ଆଡପ ଦର୍ଶନ କରି ଉତ୍ସାହିତ ହୋଇଛନ୍ତି ଶ୍ରଦ୍ଧାଳୁ । ଲମ୍ବା ବ୍ୟାରିକେଡରେ ଭକ୍ତମାନେ ଆସି ଶ୍ରଜୀଉଙ୍କ ଦର୍ଶନ କରୁଛନ୍ତି ।