ଦଲାଇଲାମାଙ୍କ ପରଲୋକ ପରେ ବଛାଯିବେ ଉତ୍ତରାଧିକାରୀ

ବେଜିଂ ୨।୭: ତୀବ୍ବତୀୟ ବୌଦ୍ଧ ଧର୍ମର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଚତୁର୍ଦ୍ଦଶ(୧୪) ଦଲାଇ ଲାମା  ତେନଜିନ ଗ୍ୟାତସୋ ତାଙ୍କ ଉତ୍ତରାଧିକାରୀ ଚୟନ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କ ପରଲୋକ ପରେ ଉତ୍ତରାଧିକାରୀ ଚୟନ ତୀବ୍ବତୀୟ ବୌଦ୍ଧ ପରମ୍ପରା ଅନୁସାରେ ହେବ ଓ ଏହି ପ୍ରକ୍ରିୟାରେ ଚୀନର କୌଣସି ଭୂମିକା ରହିବ ନାହିଁ। ଦଲାଇ ଲାମା ତାଙ୍କ ଉତ୍ତରାଧିକାରୀ ଚୟନର ଦାୟିତ୍ୱ ‘ଗାଦେନ ଫୋଡରଙ୍ଗ ଟ୍ରଷ୍ଟ’ ଉପରେ ନ୍ୟସ୍ତ କରିଛନ୍ତି। 

ଦଲାଇଲାମା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସଂସ୍ଥା ଅର୍ଥାତ ‘ଦଲାଇ ଲାମାଙ୍କ ସଂସ୍ଥାନ’ ଭବିଷ୍ୟତରେ ମଧ୍ୟ ଜାରି ରହିବ। ଦଲାଇ ଲାମା ଏକ ଅଧିକାରୀକ ବୟାନରେ ଏ କଥା କହିଛନ୍ତି।

Leave a Reply

Your email address will not be published. Required fields are marked *