ନୂଆଦିଲ୍ଲୀ – ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ପ୍ରଥମ ଥର କ୍ଲାଉଡ ସିଡିଂ ବା କୃତ୍ରିମ ବର୍ଷା କରାଯିବ। ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ଏ ନେଇ ସୂଚନା ଦେଇଛନ୍ତି। ଏହି ପ୍ରକ୍ରିୟା ୪ରୁ ୧୧ ଜୁଲାଇ ମଧ୍ୟରେ ପାଗ ଅନୁକୂଳତା ଆଧାରରେ କରାଯିବ। ସିରସାଙ୍କ ଅନୁସାରେ ଏହି ଯୋଜନା ପାଇଁ ଆଇଆଇଟି କାନପୁର ଓ ଆଇଏମଡି ପୁଣେ ମିଳିତ ବୈଷୟିକ ସହଯୋଗ କରିବେ।
ସିରସା କହିଛନ୍ତି ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ପାଗ ଅନୁକୂଳ ନାହିଁ। ତେବେ ୪ରୁ ୧୧ ଜୁଲାଇ ମଧ୍ୟରେ ୫ଟି ଉଡାଣ ଦ୍ୱାରା କ୍ଲାଉଡସିଡିଂ ପ୍ରସ୍ତାବିତ ହୋଇଛି। ପ୍ରତ୍ୟେକ ଥର ୯୦ ମିନିଟ୍ ପର୍ଯ୍ୟନ୍ତ କ୍ଲାଉଡ ସିଡିଂ କରାଯିବା ଓ ଏଥିରେ ମୋଟ ୧୦୦ ବର୍ଗ କିଲୋମିଟର କ୍ଷେତ୍ରକୁ କଭର କରାଯିବ। ଏହି ଯୋଜନାକୁ ସଫଳ କରିବା ପାଇଁ ବେ ସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ଙ୍କୁ ପ୍ରସ୍ତାବ ଦିଆଯାଇଛି। ଯେଉଁଥିରେ ପ୍ରତିକୂଳ ପାଗରେ ବିକଳ୍ପ ତିଥି ପାଇଁ ନିବେଦନ କରାଯାଇଛି।