ଅପରେସନ ସିନ୍ଧୁ ଅଧୀନରେ ପାଖାପାଖି ୮୨୭  ଭାରତୀୟ ନାଗରିକ ଇରାନରୁ ସ୍ବଦେଶ ଫେରିଲେଣି

ନୂଆଦିଲ୍ଲୀ: ଅପରେସନ ସିନ୍ଧୁ ଅଧୀନରେ ପାଖାପାଖି ୮୨୭  ଭାରତୀୟ ନାଗରିକ ଇରାନରୁ ସ୍ବଦେଶ ଫେରିଲେଣି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଆଜି ଏକ୍ସରେ ଏକ ପୋଷ୍ଟ୍‌ କରି ଏସଂକ୍ରାନ୍ତ ସୂଚନା ଦେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଏବଂ ଶନିବାର  ଭୋର୍‌ ସମୟରେ ଛାତ୍ରଙ୍କ ସମେତ ଅନେକ ଭାରତୀୟ ନାଗରିକ ଦିଲ୍ଲୀରେ ପହଞ୍ଚିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ୍‌ କହିଛନ୍ତି, ‘ମଶହଦରୁ ଅନ୍ୟ ଏକ ଉଦ୍ଧାର ବିମାନ ଆଜି ଅପରାହ୍ନ ୪.୩୦ରେ ୩୧୦ ଭାରତୀୟଙ୍କୁ ଧରି ନୂଆଦିଲ୍ଲୀରେ ପହଞ୍ଚିଛି।  

ଏଥିସହ ମୋଟ୍‌ ୮୨୭ ଭାରତୀୟଙ୍କୁ ଇରାନରୁ  ଖାଲି କରାଗଲାଣି ଏବଂ ଏହି ପ୍ରକ୍ରିୟା ଜାରି ରହିବ।’  ଉଲ୍ଲେଖଯୋଗ୍ୟ,  ଇରାନ ଓ ଇସ୍ର‌ାଏଲ ମଧ୍ୟରେ ସଂଘର୍ଷ ଘନେଇବା ପରେ ଭାରତ ସରକାର ଇରାନରୁ ଭାରତୀୟ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନାଗରିକଙ୍କୁ ଉଦ୍ଧାର ପ୍ରକ୍ରିୟାରେ ଇରାନ ସରକାର କରିଥିବା ସହଯୋଗ ପାଇଁ ଭାରତ ସରକାର କୃତଜ୍ଞ‌ ବୋଲି ରଣଧୀର କହିଛନ୍ତି।  ପ୍ରଥମ ବ୍ୟ‌ାଚ୍‌ରେ ୧୧୦ ଭାରତୀୟ ଇରାନରୁ ଭାରତକୁ ଫେରିଥିଲେ।

Leave a Reply

Your email address will not be published. Required fields are marked *