ଏବିଭିପିର  ଓଡ଼ିଶା ପଶ୍ଚିମର ୧୪ଟି ସାଙ୍ଗଠାନିକ ଜିଲାରେ ୧ ଲକ୍ଷ ୪ ହଜାର  ସଦସ୍ୟତା ଗ୍ରହଣ ଲକ୍ଷ୍ୟ

ଏବିଭିପିର  ଓଡ଼ିଶା ପଶ୍ଚିମର ୧୪ଟି ସାଙ୍ଗଠାନିକ ଜିଲାରେ ୧ ଲକ୍ଷ ୪ ହଜାର  ସଦସ୍ୟତା ଗ୍ରହଣ ଲକ୍ଷ୍ୟ
ମାଲକାନଗିରି: ଏବିଭିପିର ସଦସ୍ୟତା ଅଭିଯାନ ଜୁନରୁ ଆରମ୍ଭ ହେବାକୁ ଯାଉଛି। ଏପ୍ରିଲ ୨୦ରୁ ୨୨ ତାରିଖରେ ଝାରସୁଗୁଡ଼ାଠାରେ ହୋଇଥିବା ପ୍ରାନ୍ତ ଓ ସମୀକ୍ଷା ଯୋଜନା ବୈଠକ ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ତଥା ଓଡ଼ିଶା ପଶ୍ଚିମର ୧୪ଟି ସାଙ୍ଗଠାନିକ ଜିଲାରେ ୧ ଲକ୍ଷ ୪ ହଜାର ସଦସ୍ୟତା ଏବଂ ମାଲକାନଗିରି ଜିଲାରେ ୧୦ ହଜାର ସଦସ୍ୟତା ଗ୍ରହଣ ଲକ୍ଷ୍ୟ ରଖାଯାଇଥ‌ିବା 

ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତର ରାଜ୍ୟ ସହସମ୍ପାଦକ ମୋହନ ହରିଜନ ସୂଚନା ଦେଇଛନ୍ତି। ଶିକ୍ଷା ବର୍ଷରେ ଏବିଭିପି ସମ୍ପୁର୍ଣ୍ଣ ଭାବେ ଛାତ୍ର ସଂସଦ ନିର୍ବାଚନ ଲଢିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି। ଓଡ଼ିଶା ପ୍ରାନ୍ତରେ ୩୩୧ଟି ମହାବିଦ୍ୟାଳୟ ଓ ୮ ଟି ବିଶ୍ବବିଦ୍ୟାଳୟ ଶାଖା ଏବଂ ପ୍ରତି ବ୍ଲକ୍ ମୁଖ୍ୟାଳୟରେ ତଥା ୧୧୮ଟି ସ୍ଥାନରେ ନଗର ଶାଖା ଘୋଷଣା କରିବାର ମଧ୍ୟ ଲକ୍ଷ୍ୟ ରଖୁଥ‌ିବା ମାଲକାନଗିରି ସର୍କିଟ ହାଉସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ା  ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହସମ୍ପାଦକ ମୋହନ ହରିଜନ, ଓଡ଼ିଶା ପଶ୍ଚିମ ପ୍ରାନ୍ତର ଖେଳ ଭାରତ ପ୍ରମୁଖ ଦିବ୍ୟଜ୍ୟୋତି ନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜା ପ୍ରଧାନ, ଜିଲା ସହସଂଯୋଜକ ମହେନ୍ଦ୍ର ଖରା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥଲୋ

Leave a Reply

Your email address will not be published. Required fields are marked *