ମୁକ୍ତ ବାଣିଜ୍ୟର ଶେଷ ସମୟ
-ରବିନାରାୟଣ ପଣ୍ଡା
ବିଶ୍ୱରେ ତାରିଫ ଯୁଦ୍ଧ ଭୟଙ୍କର ଦିଗକୁ ଗତି କରୁଛି । ଟ୍ରମ୍ପ ଆମେରିକାର ରାଷ୍ଟ୍ର ମୁଖ୍ୟ ହେବା ପରେ ବିଶ୍ୱର ଆର୍ଥôକ ନୀତି, ଯୋଗାଣ ଶୃଙ୍ଖଳା (ଗ୍ଦଙ୍କକ୍ଟ୍ରକ୍ଟ୍ରକ୍ଷଚ୍ଚ ମଷବସଦ୍ଭ ) ବିପର୍ଯ୍ୟସ୍ତ ହୋଇଯାଇଛି । ବିଶ୍ୱର ଅନେକ ରାଷ୍ଟ୍ର ମୁଖ୍ୟଙ୍କୁ ଏହି ନୂତନ ସ୍ଥିତି ବ୍ୟସ୍ତ, ବିବ୍ରତ କରିଦେଇଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ଷ୍ଟ୍ରାମରଙ୍କ ଭାଷାରେ ବୈଶ୍ୱିକରଣ ସମାପ୍ତ ହେବାକୁ ଯାଉଛି । ସେ କହିଛନ୍ତି “ଯେଉଁ ଦୁନିଆକୁ ଆମେ ଜାଣିଥିଲେ ତାହା ସମାପ୍ତ ହୋଇଯାଇଛି । ଏକ କଷ୍ଟକର ସମୟର ସମ୍ମୁଖୀନ ହେବା ପାଇଁ ଆମକୁ ପ୍ରସ୍ତୁତ ହୋଇଯିବାକୁ ପଡ଼ିବ’ । ସିଂଗାପୁର ପ୍ରଧାନମନ୍ତ୍ରୀ ଲାରିନ୍ସ ୱେଗ କହିଛନ୍ତି “ମୁକ୍ତ ବାଣିଜ୍ୟର ସମୟ ସମାପ୍ତ ହୋଇ ଯାଇଛି । ଏବେ ସମ୍ପୂଣ୍ଣ ଦୁନିଆ ଏକ ନୂଆ ଯୁଗରେ ଜିଉଁଛି, ଯାହା ବିପଦପୂର୍ଣ୍ଣ ହେବାର ଅଛି’ । ସ୍ପଷ୍ଟ ରୂପରେ ବିଶ୍ୱ ଏକ ନୂତନ ବ୍ୟବସାୟିକ ଯୁଦ୍ଧ ଆଡକୁ ଟାଣି ହୋଇଯାଉଛି । ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବ । ଉତ୍ପାଦନର ସ୍ଥାନ ପରିବର୍ତନ ହେବ, ଯେଉଁଥି ପାଇଁ ଅନେକ ଶ୍ରମିକ ବେରୋଜଗାର ହେବେ । ସିଙ୍ଗାପୁର ଭଳି ଛୋଟ ଛୋଟ ଦେଶର ଆର୍ଥôକ ସ୍ଥିତି ଖରାପ ହୋଇଯିବ । ଅଯଥା ପ୍ରତିଯୋଗିତା ବଢ଼ିବ ।
୧୯୯୧ ମସିହାରେ ସୋଭିଏତ ୟୁନିଅନ ପତନ ପରେ ବିଶ୍ୱରେ ବୈଶ୍ୱିକରଣ ପ୍ରାରମ୍ଭ ହେଲା । ବିଦେଶୀ ବସ୍ତୁ ପାଇଁ ଅନେକ ଦେଶ ଦ୍ୱାର ଉନ୍ମୁକ୍ତ କଲେ । ବିଦେଶୀ ବସ୍ତୁ ଉପରେ କର (ଗ୍ଧବଙ୍ଘ)କମିବାରେ ଲାଗିଲା । ଅନେକ ଦେଶ ନିଜ ଭିତରେ ମୁକ୍ତ ବାଣିଜ୍ୟ ଚୁକ୍ତି କଲେ । ମୁକ୍ତ ବାଣିଜ୍ୟ ପାଇଁ ଅନେକ ବୈଶ୍ୱିକ ସଂଗଠନ ତିଆରି ହେଲା । ସମ୍ପୂର୍ଣ୍ଣ ଦୁନିଆ ଗୋଟିଏ ବଜାରରେ ପରିଣତ ହୋଇଗଲା । ବିଦେଶୀ ବସ୍ତୁ ଶସ୍ତା ହେବାରେ ଲାଗିଲା । ଦେଶଗୁଡିକ ଭିତରେ ପରସ୍ପରିକ ସମ୍ପର୍କ ବଢ଼ିବା ଆରମ୍ଭ କଲା, ସେହି ଅନୁସାରେ ବ୍ୟାପାର ବଢ଼ିବା ଆରମ୍ଭ ହେଲା । ବିଶ୍ୱରେ ଏକ ନୂତନ ବ୍ୟବସ୍ଥା ଛିଡା ହେଲା । ଭାରତ ଭଳି ଦେଶ ଆରମ୍ଭରୁ କ୍ଷତି ସହି ଧୀରେ ଧୀରେ ପ୍ରତିଯୋଗିତାରେ ଆଗକୁ ବଢିଲେ । ବଡ଼ ବଡ଼ ଦେଶକୁ ପଛରେ ପକେଇ ଭାରତୀୟମାନେ ନିଜ ବସ୍ତୁ ବିଶ୍ୱ ବଜÿାରରେ ବିକ୍ରି କରିବାରେ ସଫଳ ହୋଇଗଲେ । ୯୦ ଦଶକରେ ବିଶ୍ୱ ବଜÿାରକୁ ନିୟନ୍ତ୍ରଣ କରୁଥିବା ଆମେରିକା, ଜାପାନ, ଜର୍ମାନ ଓ ଇଂଲଣ୍ଡ ଆଦି ଦେଶ ଧୀରେ ଧୀରେ ପଛରେ ପଡିବା ଆରମ୍ଭ କଲେ । ଆମେରିକାର ଅର୍ଥଶାସ୍ତ୍ରୀ ନିଜର ବିପର୍ଯ୍ୟୟ ପାଇଁ ଭାରତ, ଚୀନ, କୋରିଆକୁ ଦାୟୀ କରିବା ଆରମ୍ଭ କରିଦେଲେ । ଭବିଷ୍ୟତ ବିପଦରୁ ରକ୍ଷା ପାଇବା ପାଇଁ ଟ୍ରମ୍ପ ମୁକ୍ତ ବାଣିଜ୍ୟରୁ ଓହରି ଯାଇ ତାରିଫ ଯୁଦ୍ଧ ଘୋଷଣା କରିଦେଲେ । ୬୦ଟି ଦେଶ ଉପରେ ନୂତନ ଶୁଳ୍କ ଲଗେଇଦେଲେ ।
ଚୀନ ଭଳି ଦେଶ ଉପରେ ୫୪% ଶୁଳ୍କ ଲଗେଇଦେଲେ । ଭାରତଉପରେ ୨୬% ସୀମା ଶୁଳ୍କ ଲାଗିଗଲା । ଅବଶ୍ୟ ଭାରତ ଲାଭରେ ରହିବ ବୋଲି ଆଶାକରାଯାଉଛି । ଚୀନ ଉପରେ ଅଧିକ ଶୁଳ୍କ ଲାଗିଥିବାରୁ ଭାରତ ବସ୍ତୁ ଆମେରିକା ବଜÿାରରେ ଅପେକ୍ଷାକୃତ ଶସ୍ତା ହେବ । ଅନ୍ୟ ଏକ ଦିଗ ହେଉଛି ବିଶାଳ ବଜÿାର ପାଇଁ ଭାରତ ନିକଟରେ ବିଶାଳ ଜନସଂଖ୍ୟ ଅଛି , ଯାହା ଭାରତକୁ ପ୍ରତିଯୋଗିତା କରିବା ପାଇଁ ସହାୟକ ହେବ ।
ସୀମାଶୁଳ୍କ ମାଧ୍ୟମରେ ପ୍ରତ୍ୟେକ ଦେଶ ନିଜ ଦେଶର ଶିଳ୍ପ ଓ ଉତ୍ପାଦନ କୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରନ୍ତି । ସୀମାଶୁଳ୍କ କାରଣରୁ ବାହାର ଦେଶର ବସ୍ତୁ ଘରୋଇ ବଜÿାରରେ ମହଙ୍ଗା ହୋଇଯାଏ । ଘରୋଇ ଉଦ୍ୟୋଗକୁ ପ୍ରତିଯୋଗିତା କରିବା ପାଇଁ ସହଜ ହୁଏ । ଆମଦାନୀ କମ ହେଲେ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ କମ ପଡ଼େ । ନିଜ ଦେଶ ମୁଦ୍ରାର ଅବମୂଲ୍ୟାୟନକୁ ରୋକଯାଇ ପାରେ । ଏମିତି ଅନେକ କାରଣ ଥାଏ ସୀମାଶୁଳ୍କ ବୃଦ୍ଧି ପାଇଁ ।
ୟୁରୋପିଅନ ୟୁନିଅନ ଆମେରିକା ବସ୍ତୁ ଉପରେ ୩୯% ଶୁଳ୍କ ଆଦାୟ କରୁଥିଲା ତେଣୁ ଆମେରିକା ବାଧ୍ୟ ହୋଇ ୨୦% ସୀମାଶୁଳ୍କ ଲଗେଇଛି । ଆମେରିକା ଉପରୁ କାମ୍ବୁଡ଼ିଆ ୯୭%, ଭିଏତନାମ ୯୦%, ବାଂଲାଦେଶ ୭୪% ସୀମାଶୁଳ୍କ ଆଦାୟ କରୁଥିଲେ । ଏବେ ଆମେରିକା ଜବାବି ରାସ୍ତା ବାହାର କରି କାମ୍ବୁଡ଼ିଆ ଠାରୁ ୪୯%, ଭିଏତନାମ ୪୬%, ବାଂଲାଦେଶ ୩୭% ସୀମାଶୁଳ୍କ ଆଦାୟ କରିବା ପାଇଁ ସ୍ଥିର କରିଛି । ଯେଉଁ ଦେଶ ଆମେରିକା ଉପରୁ ଯେତିକି ସୀମା ଶୁଳ୍କ ଆଦାୟ କରୁଛନ୍ତି ପ୍ରାୟ ତାର ଅଧା ଶୁଳ୍କ ଆଦାୟ କରିବା ପାଇଁ ଆମେରିକା ଯୋଜନା କରିଛି ।
ବିଗତ ୩୦ ବର୍ଷରେ ସୀମାଶୁଳ୍କ ଏକ ଆର୍ଥôକ ଷଡଯନ୍ତ୍ରରେ ପରିଣତ ହୋଇଗଲା । ଏହି ଷଡଯନ୍ତ୍ରରେ ଅଧିକ ଶିକାର ହେଲା ଆମେରିକା । ଆମେରିକାକୁ ଅଧିକ ଶିକାର କଲା ଚୀନ । ଆମେରିକା ବଜÿାର ଚୀନ ମାଲରେ ଭର୍ତି ହୋଇଗଲା । ଆମେରିକାର ବେରୋଜଗାର ଶତାବ୍ଦୀର ଉଚ୍ଚ ସୀମାରେ ପହଁଁଚି ଗଲା । ତାରିଫ ଯୁଦ୍ଧ କରିବା ପଛରେ ଆମେରିକାର ବିବସତା ମଧ୍ୟ ଥିଲା । ଚୀନ ଆମେରିକା ବସ୍ତୁ ଉପରୁ ୬୭% ସୀମା ଶୁଳ୍କ ଆଦାୟ କରୁଥିଲା ଯାହା ଆମେରିକା ପାଇଁ ବହୁତ ଅଧିକ ଥିଲା । ଚୀନ ଆମେରିକା ବଜÿାରରେ ଶସ୍ତାରେ ନିଜ ବସ୍ତୁ ବିକ୍ରି କରୁଥିଲା ଠିକ ସେହି ସମୟରେ ଆମେରିକା ବସ୍ତୁ ଉପରୁ ଅଧିକ ସୀମାଶୁଳ୍କ ଆଦାୟ କରୁଥିଲା । ଆମେରିକା ବସ୍ତୁ ଏତେ ଅଧିକ ଦାମ ହୋଇଯାଉଥିଲା ଯେ ଚୀନ ବଜାରରେ ବିକ୍ରି ହୋଇ ପାରୁନଥିଲା । ଚୀନର ଅତ୍ୟଧିକ ଲୋଭଖୋର ମନୋବୃତି ଓ ଆର୍ଥôକ ସାମ୍ରାଜ୍ୟବାଦ, ମୁକ୍ତ ବାଣିଜ୍ୟ ପାଇଁ ଘାତକ ହେଲା । ବିଶ୍ୱର ମୁକ୍ତ ବାଣିଜ୍ୟର ସମାପ୍ତି ପାଇଁ ଚୀନ ପରୋକ୍ଷରେ ଦାୟୀ ଅଟେ । ଆର୍ଥôକ ଯୁଦ୍ଧ ଏତେ ଭୟଙ୍କର ସ୍ତରକୁ ଚାଲି ଯାଇଛି ଯେ ଏହାକୁ ସମାପ୍ତ କରି ମୁକ୍ତ ବାଣିଜ୍ୟ ପ୍ରତିଷ୍ଠା କରିବା ଆଉ ସମ୍ଭବପର ନୁହେଁ । ବର୍ତମାନ ସ୍ଥିତିରେ ଚୀନ ପଛ ଘୁଂଚା ଦେବା ନୀତିରେ ନାହିଁ । ଅଧିକ ଆକ୍ରମକ ନୀତି ଗ୍ରହଣ କରି ବିଶ୍ୱ ବଜÿାର ଦଖଲ ପାଇଁ ଗୋଟିଏ ପରେ ଗୋଟିଏ ନୀତି ତିଆରି କରୁଛି । ବିଶେଷ କରି ଚୀନର ଆର୍ଥôକ ସାମ୍ରାଜ୍ୟବାଦ ଏପରି ଏକ ବ୍ୟବସ୍ଥାକୁ ସମାପ୍ତ କରିବା ପାଇଁ ଦାୟୀ ବୋଲି କୁହାଯାଇପାରିବ । ତେଣୁ ସଂପୂର୍ଣ୍ଣ ବିଶ୍ୱକୁ ଏପରି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡିବ ।
ମଠସାହି, ଭଦ୍ରକ
୯୪୩୭୦୧୭୮୫୭