ପଶ୍ଚିମବଙ୍ଗ ସରକାର ଚଳିତ ବର୍ଷ ଶାନ୍ତିନିକେତନର ସୋନାଝୁରି ହାଟରେ ହୋଲି ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି

ଶାନ୍ତିନିକେତନ ସୋନାଝୁରି ହାଟରେ ହୋଲି ପାଳନ ଉପରେ କଟକଣା
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାର ଚଳିତ ବର୍ଷ ଶାନ୍ତିନିକେତନର ସୋନାଝୁରି ହାଟରେ ହୋଲି ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ୟୁନେସ୍କୋ ବିଶ୍ଵ ଐତିହ୍ୟ ସ୍ଥଳ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟର ଶାନ୍ତିନିକେତନ କ୍ୟାମ୍ପସ ନିକଟରେ ଏହି ଲୋକପ୍ରିୟ ବଜାର ଅବସ୍ଥିତ। ଏହି ଘଟଣାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ମୁସଲମାନଙ୍କ ପବିତ୍ର ରମଜାନ ମାସ ଓ ଶୁକ୍ରବାର ଥିବାରୁ ତୃଣମୂଳ ସକୋର ଏପରି ହିନ୍ଦୁ- ବିରୋଧୀ ପଦକ୍ଷେପ ନେଇଛନ୍ତି ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି। ବୋଲପୁର ଡିଭିଜନାଲ ଫରେଷ୍ଟ ଅଫିସର ରାହୁଲ କୁମାର କହିଛନ୍ତି ଯେ, ଏ ହି ଅଞ୍ଚଳରେ ଏକ ବ୍ୟାନର ଲଗାଯାଇଛି। ଏଥିରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ଅନୁରୋଧ କରାଯାଇଛି- ସେଠାରେ
ଗାଡି ପାକିଂ କରନ୍ତୁ ନାହିଁ କିମ୍ବା ହୋଲି ପାଳନ କରନ୍ତୁ ନାହିଁ। ଏଥିସହ ଉତ୍ସବର ଭିଡିଓ ରେକର୍ଡ ନ କରିବାକୁ କୁହାଯାଇଛି। ଏହି ନିଷେଧାଦେଶକୁ କାର୍ଯ୍ୟକାରୀ କରିବା ପାଇଁ ପୁଲିସ ଓ ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି। ବିଶ୍ବଭାରତୀ ମୁଖପାତ୍ର କହିଛନ୍ତି ଯେ ୟୁନେସ୍କୋ ଐତିହ୍ୟ ମାନ୍ୟତା କାରଣରୁ ବିଶ୍ବବିଦ୍ୟାଳୟ ହୋଲି ପାଇଁ କ୍ୟାମ୍ପସକୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଅନୁମତି ଦେଇପାରିବ ନାହିଁ। ସୋନାଝୁରିର ବନାଞ୍ଚଳରେ ପର୍ବ ପାଳନ ଉପରେ କଟକଣା ସମ୍ପର୍କରେ ଡିଏଫ୍ଓ ସ୍ପଷ୍ଟ କରିଛନ୍ତି ଯେ, ଆମେ ଯାହାକୁ ଏଡ଼ାଇବାକୁ ଚାହୁଛୁ ତାହା ହେଉଛି ଯେଉଁ ଅଞ୍ଚଳରେ ସବୁଜ ପରିବେଶ ରହିଛି ସେଠାରେ ରଙ୍ଗର ପର୍ବ ସମୟରେ ହଜାର ହଜାର ଲୋକ ଏକାଠି ହୁଅନ୍ତି |
ରଙ୍ଗୀନ ପାଣି ସିଞ୍ଚନ କରିବା ଦ୍ବାରା ଗଛର ଅପୂରଣୀୟ କ୍ଷତି ହୋଇପାରେ ୨୦୧୯ରେ ବିଶ୍ଵଭାରତୀୟ ବସନ୍ତ ପର୍ବରେ ଜନସାଧାରଣଙ୍କ ଅଂଶଗ୍ରହଣକୁ
ବନ୍ଦ କରିବା ପରେ ହୋଲି ଉତ୍ସବ ପାଇଁ ଏକ ପ୍ରମୁଖ ଆକର୍ଷଣ ପାଲଟିଥିବା ସୋନାଝୁରି ହାଟରେ ପ୍ରଥମ ଆକର୍ଷଣ ପାଲଟିଥିବା ସୋନାଝୁରି ହାଟରେ ପ୍ରଥମ ଥର ପାଇଁ ବନ ବିଭାଗ ଏଭଳି କଟକଣା ଲଗାଇଛି।
ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ଯେ ଏହା ପଛରେ ରାଜନୈତିକ ଅଭିସନ୍ଧି ରହିଛି। କେବଳ ଗୋଟିଏ ଅଞ୍ଚଳରେ ଏପରି ହୋଇନାହିଁ। ଅନ୍ୟ ସମ୍ପ୍ରଦାୟର କାର୍ଯ୍ୟକ୍ରମ ସମୟରେ ପୁଲିସ ସହଯୋଗ କରିଥାଏ। ୨୦୨୫ରେ ପ୍ରଥମ ଥର ପାଇଁ ହୋଲି ଲାଗି ପ୍ରତ୍ୟେକ ଥାନାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କ’ଣ ଥିଲା ପ୍ରସଙ୍ଗ ? ଏହା ଅନ୍ୟ ସମ୍ପ୍ରଦାୟ ପାଇଁ ଏକ ସ୍ବତନ୍ତ୍ର (ରମଜାନ) ମାସ ଏବଂ ଏଥର ହୋଲି ଶୁକ୍ରବାର (ମୁସଲମାନଙ୍କ ପବିତ୍ର ବାର) ପଡ଼ୁଛି। ତେଣୁ ରଙ୍ଗ ବ୍ୟବହାର ନ କରି ହୋଲି ପାଳନ କରିବା ଉଚିତ ବୋଲି ଖୋଲାଖୋଲି ଭାବେ କୁହାଯାଇଥିଲା। ଯଦି କେହି କିଛି କରଛି ତେବେ ଗିରଫ କରାଯିବା ବୀରଭୂମ ଅତିରିକ୍ତ ଏସ୍‌ କହିଛନ୍ତି ଯେ, ପୂର୍ବାହ୍ନ ୧୦ଟା ସୁଦ୍ଧା ଶାନ୍ତିନିକେତନରେ ହୋଲି ଉତ୍ସବ ଶେଷ ହେବା ଉଚିତ କାରଣ ଏହା ଶୁକ୍ରବାର । ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ମମତା ବାନାର୍ଜୀଙ୍କ ପୁଲିସ ପ୍ରଶାସନ ବିଭାଜନର ରାଜନୀତି କରୁଛି, ତୁଷ୍ଟୀକରଣର ରାଜନୀତି କରୁଛି ବୋଲି ଅଧିକାରୀ ଅଭିଯୋଗ କରିଛନ୍ତି।

Leave a Reply