ବିଦେଶୀ ମୁଦ୍ରା ଭଣ୍ଡାରରେ ୧୫ ବିଲିଅନ ଡଲାରର ବୃଦ୍ଧି

ବିଦେଶୀ ମୁଦ୍ରା ଭଣ୍ଡାରରେ ୧୫ ବିଲିଅନ ଡଲାରର ବୃଦ୍ଧି
ମୁମ୍ବାଇ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ମାର୍ଚ୍ଚ ୭ରେ ଶେଷ ହୋଇଥିବା ସପ୍ତାହରେ ୧୫.୩ ବିଲିଅନ ଡଲାର ବୃଦ୍ଧି ଘଟି ୬୫୪ ବିଲିଅନ ଡଲାର ସ୍ତରରେ ପହଞ୍ଚିଛି ବୋଲି ନ୍ୟୁଜ ଏଜେନ୍ସି ବୁମ୍‌ଫର୍ମ ପକ୍ଷରୁ ସୂଚନା ଦିଆଯାଇଛି। ଫେବ୍ରୁଆରି ୨୮ ସୁଦ୍ଧା ଏହା ୬୩୮.୭ ବିଲିଅନ୍ ଡଲାରରେ ରହିଥିଲା। ୨୦୨୧ ଅଗଷ୍ଟ ୨୭ ଠାରୁ ବିଦେଶୀ ମୁଦ୍ରା ଭଣ୍ଡାରରେ ଏତେ ଅଧିକ ବୃଦ୍ଧି କେବେ ଘଟି ନଥିଲା ବୋଲି ବ୍ଲମବର୍ଗ ପକ୍ଷରୁ କୁହାଯାଇଛି।
ଗୁରୁବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟରେ ସୁଧାର ଆସିଛି। ଦେଶରେ ଖୁଚୁରା ମୁଦ୍ରାଷ୍ଟୀତି ହ୍ରାସ ଏବଂ ଶିଳ୍ପ ଅଭିବୃଦ୍ଧିରେ ଉନ୍ନତି ଆସିବା ଫଳରେ ଟଙ୍କାର ବିନିମୟ ମୂଲ୍ୟରେ ଉନ୍ନତି ଆସିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ଆଜି ୮୭ ସ୍ତରରେ ରହିଛି। ବୁଧବାର ଡଲାର ମଲ୍ୟ ୮୭ ଟଙ୍କା ୨୧ ପଇସା ରହିଥିଲା |

Leave a Reply

Your email address will not be published. Required fields are marked *