Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ରକ୍ଷା ମଚଂର ସତର୍କ ବାଣୀ: ଓଡିଶାରେ ୩ ଲକ୍ଷ ଅନୁପ୍ରବେଶକାରୀ, ବିପନ୍ନ ହୋଇପାରେ ନିରପତ୍ତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ରକ୍ଷା ମଚଂର ସତର୍କ ବାଣୀ: ଓଡିଶାରେ ୩ ଲକ୍ଷ ଅନୁପ୍ରବେଶକାରୀ, ବିପନ୍ନ ହୋଇପାରେ ନିରପତ୍ତା

ଭାରତ ରକ୍ଷା ମଚଂର ସତର୍କ ବାଣୀ: ଓଡିଶାରେ ୩ ଲକ୍ଷ ଅନୁପ୍ରବେଶକାରୀ, ବିପନ୍ନ ହୋଇପାରେ ନିରପତ୍ତା

ଭୁବନେଶ୍ୱର,୧୩/୩ ବାଲାଂଦେଶୀ ଓ ରୋହିଙ୍ଗିଆ ଅନୁପ୍ରବେଶକାରୀ ମାନଙ୍କ ସଂଖ୍ୟା ଅତି ଉଦ୍‌ବେଗଜନକ ଭାବରେ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ବିଭିନ୍ନ ସହର ତଥା ଗ୍ରାମାଚଂଳରେ ପ୍ରାୟ ତିନି ଲକ୍ଷ ଏହି ବର୍ଗର ଅନୁପ୍ରବେଶକାରୀ ସ୍ଥାୟୀ ଭାବରେ ବସବାସ କରିବାରେ ଲାଗିଲେଣି । ଏମାନଙ୍କ ଯୋଗୁ ଗରିବମାନଙ୍କ ଲାଗି ଉଦ୍ଧିଷ୍ଟ ରାସନ୍ ସାମଗ୍ରୀ ଭାଗଭାଗ ହେଉଛି । ଏମାନେ ଗରିବଗୁରୁବାମାନଙ୍କର ଜମିବାଡି କିଣି ଏଠାରେ ବସବାସ କରିବାରେ ଲାଗିଛନ୍ତି । ଏମାନଙ୍କୁ ତୁରନ୍ତ ରାଜ୍ୟରୁ ବାହାର ନକଲେ ରାଜ୍ୟରେ ଅରାଜକତା ସୃଷ୍ଟି ହେବା ସହିତ ଆଗାମୀ ଦିନ ଆଇନଶୃଙ୍ଖଳା ସୃଷ୍ଟି ହେବ ବୋଲି ଭାରତ ରକ୍ଷା ମଂଚ ତରଫରୁ ଗୁରୁବାର ଦିନ ସତର୍କ କରାଇଦିଆଯାଇଛି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ଭାରତ ରକ୍ଷା ମଂଚ ଓଡିଶା ପ୍ରଦେଶ ଅଧ୍ୟକ୍ଷ ସୁବ୍ରତ କୁମାର ମିଶ୍ର କହିଲେ ଯେ ବେଅ।।ଇନ୍ ଭାବରେ ଉତ୍ତର-ପୂର୍ବ ରାଜ୍ୟ ତଥା ଉପକୂଳ ଦେଇ ପ୍ରବେଶ କରୁଥିବା ବାଲାଂଦେଶୀ ଓ ରୋହିଙ୍ଗିଆ ଅନୁପ୍ରବେଶକାରୀମାନେ ଏକ ଗୁପ୍ତ ଲକ୍ଷ୍ୟ ରଖି ଭାରତରେ ପ୍ରବେଶ କରୁଛନ୍ତି । ଏମାନେ ପ୍ରଥମେ ଏଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ପରବର୍ତୀ ସମୟରେ ସ୍ଥାନୀୟ ରାଜନେତା ଓ ଦଲାଲମାନଙ୍କ ସହାୟତାରେ ଆଧାର କାର୍ଡ ଓ ରାସନ୍ କାର୍ଡ ହାସଲ କରୁଛନ୍ତି । ଏହାପରେ ଏମାନେ ଏଠାରେ ସେମାନେ ବଂଶ ବିସ୍ତାରରେ ଲାଗି ପଡୁଛନ୍ତି । ଯାହା ଦେଖାଯାଇଛି ଯେ ଦେଶରେ ଘଟୁଥିବା ବହୁ ଜଘନ୍ୟ ଘଟଣାରେ ଏମାନଙ୍କ ସମ୍ପୃକ୍ତି ରହୁଛି । ଯଦି ଏମାନଙ୍କର ଅନୁପ୍ରବେଶ ଓ ବଂଶ ବିସ୍ତାରକୁ ରୋକାନଯାଏ, ତେବେ ଦେଶରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ଅଗଷ୍ଟ ମାସ ୨୩ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଲୋୟର ପିଏମ୍‌ଜି ଛକଠାରେ, ଭାରତ ରକ୍ଷା ମଂଚ ତରଫରୁ “ଅଣହିନ୍ଦୁ ବାଂଲାଦେଶୀ ଅନୁପ୍ରବେଶକାରୀ ଓ ରୋହିଙ୍ଗିଆ ହଟାଅ ଓଡିଶା ବଚାଂଅ ନାମରେଏକ ବିଶାଳ ଜନସମାବେଶ ତଥା ହିନ୍ଦୁ ଏକତା ଓ ନ୍ୟାୟ ସମାଗମ ଅନୁଷ୍ଠିତହୋଇଥିଲା । ଏହି ସମାଗମରେ ଭାରତ ରକ୍ଷା ମଚଂ ର ରାଷ୍ଟ୍ରିୟ ସଂଯୋଜକ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ କେଲକର, ରାଷ୍ଟ୍ରିୟ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ଜାଟିଆ, ରାଷ୍ଟ୍ରିୟ କାର୍ଯ୍ୟକାରୀ ଅଧ୍ୟକ୍ଷ କମାଣ୍ଡର ଭୁଷଣ ଦିୱାନ ଯୋଗଦାନ କରି ସମାଗମର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ କରିଥିଲେ ଏବଂ ପରେ ପରେ ଭାରତ ରକ୍ଷା ମଂଚର କ୍ଷେତ୍ରିୟ ସଂଗଠନ ପ୍ରମୁଖ ତଥା ରାଷ୍ଟ୍ରିୟ ମହାମନ୍ତ୍ରୀ ଡକ୍ଟର ଅଶୋକ ଆଚାର୍ଯ୍ୟଙ୍କ ନେତୃତ୍ୱରେମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନକରାଯାଇ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ଭାରତ ରକ୍ଷା ମ ର ଦାବି ଅନୁଯାୟୀ, ରାଜ୍ୟ ସରକାରଙ୍କ ତରଫରୁ ବିହିତ ପଦକ୍ଷେପ ନିଆଯାଇ ନିକଟରେ୧୦ ଜଣ ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଛି । ଭାରତ ରକ୍ଷା ମଂଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଏଥି ନିମନ୍ତେ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଆଜିର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ମଂଚ ପକ୍ଷରୁ ଅନୁରୋଧ କରାଯାଇଥିଲା ଯେ ଗିରଫ ହେଇଥିବା ୧୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରି ସାରା ରାଜ୍ୟରେ ଥିବା ବାଂଲାଦେଶୀ ଅଣହିନ୍ଦୁ ଅନୁପ୍ରବେଶକାରୀ ତଥା ରୋହିଙ୍ଗିଆ ମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଯଥାଶିଘ୍ର ଆରମ୍ଭ କରି, ସେମାନଙ୍କୁ ଗିରଫକରି ଏକ କାର୍ଗୋ ଜାହାଜରେ ନେଇ ତାଙ୍କ ଦେଶରେ ଛାଡି ଦିଆଯାଉ । ଏତଦ୍ ବ୍ୟତୀତ ଏହି ଅନୁପ୍ରବେଶକାରୀ ଏବଂ ରୋହିଙ୍ଗିଆ ମାନେ ଯଦି ଆଧାରକାର୍‌ଡ,ଭୋଟର କାର୍‌ଡ ଏବଂ ରାସନ କାର୍‌ଡ ହାତେଇ ନେଇଛନ୍ତି, ଏ ସବୁ କେଉଁ ଆଧାରରେଏବଂ କାହା ଦ୍ୱାରା ସେମାନଙ୍କୁ ପ୍ରାପ୍ତ ହେଇଛି ତାହାର ସଠିକ ଅନୁସନ୍ଧାନ କରି, କାର୍‌ଡ ପ୍ରଦାନକାରୀ ଅଧିକାରୀ ଏବଂ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃ? କାର୍ଯ୍ୟନୁଷ୍ଠାନ ଗ୍ରହଣକରାଯାଉ । ଭାରତ ରକ୍ଷା ମଂଚ ରାଷ୍ଟ୍ରିୟ ମହାମନ୍ତ୍ରୀ ଡକ୍ଟର ଅଶୋକ ଆଚାର୍ଯ୍ୟ କହିଲେ ଯେ ଲକ୍ଷ ଲକ୍ଷ ବାଲାଂଦେଶୀ ଅନୁପ୍ରବେଶକାରୀ ଏବଂ ରୋହିଙ୍ଗିଆ ମାନଙ୍କପାଇଁ, ରାସନକାର୍‌ଡ ଜରିଆରେ ତଥା ଅନ୍ୟାନ୍ୟ ସରକାରୀ ଯୋଜନା ଜରିଆରେ,ରାଜ୍ୟ ରାଜକୋଷ ସହୁଥିବା କ୍ଷତିରୁ ମୁକ୍ତି ପାଉ । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଭାରତ ରକ୍ଷା ମଂଚ ତରଫରୁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ସାହାଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଅନୁପ୍ରବେଶକାରୀମାନଙ୍କ ବିରୋଧଷର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ଉପସ୍ଥାପନ କରାଯାଇଥିଲେ । ଆଜିର ଏଇ ସାମ୍ବାଦିକ ସମ୍ମିଳନୀରେ ଭାରତ ରକ୍ଷା ମଚଂ ଓଡିଶା ପ୍ରଦେଶ କାର୍ଯ୍ୟକାରୀ ସଭାପତି ଡକ୍ଟର ଅରୁଣ କୁମାର ନାୟକ, ଓଡିଶା ପ୍ରଦେଶ ମହାମନ୍ତ୍ରୀ ଶ୍ରୀ ପୁରଞ୍ଜନ ପାଢ଼ୀ ଏବଂ ବିଧି ପ୍ରକୋଷ୍ଠ ଅଧ୍ୟକ୍ଷ ଆଡଭୋକେଟ ସୁଦାମ ଶତପଥୀ ଉପସ୍ଥିତ ଥିଲେ

Leave a Reply