କାଲିମେଳା ଥାନା ଗମ୍ପାକୋଣ୍ଡା ପଞ୍ଚୟତର ଏମ୍‌୬୬ ଗାଁ ଛକ ନିକଟରୁ ୫୦ ଗୋରୁ ଉଦ୍ଧାର ୭ କୋର୍ଟଚାଲାଣ

୫୦ ଗୋରୁ ଉଦ୍ଧାର ୭ କୋର୍ଟଚାଲାଣ
କାଲିମେଳା: ମାଲକାନଗିରି ଜିଲା କାଲିମେଳା ଥାନା ପୁଲିସ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଗମ୍ପାକୋଣ୍ଡା ପଞ୍ଚୟତର ଏମ୍‌୬୬ ଗାଁ ଛକ ନିକଟରେ ୫୦ ଗୋରୁକୁ ଉଦ୍ଧାର କରିଛି। ଏଥିରେ ୭ ଜଣ ଗିରଫ ପରେ କୋର୍ଟଚାଲାଣ ହୋଇଛନ୍ତି। ସେମାନେ ଗାଈଗୋରୁକୁ ପଡ଼ୋଶୀ ତେଲେଙ୍ଗାନା ରାଜ୍ୟର ହାଇଦରାବାଦ ଏବଂ ଆନ୍ଧ୍ର ପ୍ରଦେଶର ଗକାୱାରମ, କାକିନାଡ଼ାକୁ ଗୋ ଚାଲାଣ କରୁଥିଲେ। ସେମାନେ ମାଲକାନଗିରି ଜିଲାର ବିଭିନ୍ନ ଗ୍ରାମରୁ ରାତିରେ ଚାଷୀଙ୍କ ନିକଟରୁ ଯାଇ ସେମାନଙ୍କୁ ପ୍ରଲୋଭନ ଦେଖାଇ ଗାଈଗୋରୁ ଲୁଚାଇ ନେଇ ଯାଉଛନ୍ତି। କାଲିମେଳା ପଞ୍ଚାୟତ ଏମପିଭି୩୧ ଗ୍ରାମର ରାଜୀବ ମଣ୍ଡଳ, ପ୍ରଶଂଜିତ ଭୌମିକ, କାଲିମେଳା ପଞ୍ଚାୟତ ଅସ୍ୱାଗୁଡା ଗ୍ରାମର ରାମା ମାଡକାମୀ, ରମେଶ ମାଢି, ଯୋଗେଶ ମାଢି ଓ ମୋଟୁ ଥାନା ମାଲାଭରମ ପଞ୍ଚାୟତ ନେଲାକୋଟା ଗ୍ରାମର ରାଜୁ କବାସୀଙ୍କୁ ଅଟକ ରଖ୍ ପଚରାଉଚରା କରାଯାଇଥିଲା || ତଦନ୍ତ ସମୟରେ ଅନ୍ୟ ଜଣେ ଯତୀନ ମଣ୍ଡଳଙ୍କୁ ମାର୍ଚ୍ଚ 11 ତାରିଖ ବିଳମ୍ବିତ ରାତିରୁ ଥାନାରେ ରଖାଯାଇଥିଲା ପରେ ସେମାନଙ୍କୁ ଗିରଫ କରାଯାଇ ମାର୍ଚ୍ଚ 13 ତାରିଖଦିନ କୋର୍ଟଚାଲାଣ କରାଯାଇଛି। ତଦନ୍ତ ଚାଲିଥ‌ିବା କାଲିମେଳା ଥାନ ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *