ଭାରତୀୟ ମଜଦୁର ସଂଘର ଶ୍ରମିକ ଓ ଜନସମ୍ପର୍କ ଅଭିଯାନ

ଭାରତୀୟ ମଜଦୁର ସଂଘର ଶ୍ରମିକ ଓ ଜନସମ୍ପର୍କ ଅଭିଯାନ
ନିରାକାରପୁର- ଭାରତୀୟ ମଜୁଦୁର ସଂଘର ୭୦ତମ ସ୍ଥାପନ ବର୍ଷ ଅବସରରେ ଶ୍ରମିକ ଓ ଜନସମ୍ପର୍କ ଅଭିଯାନ ଲୋକେଶ୍ଵର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲା ସମ୍ପାଦକ ଅକ୍ଷୟ କୁମାର ରାଉତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଅଭିଯାନରେ ଭାରତୀୟ ମଜଦୁର ସଂଘ ଜିଲା କମିଟି ସଭ୍ୟା ଟୁନିବାଳା ପଟ୍ଟନାୟକ, ଶ୍ରମିକ ନେତା ଗୁନା ସମନ୍ତରାୟ ଆଲ ଓଡିଶା ଅଙ୍ଗନବାଡ଼ି ଖୋର୍ଦ୍ଧା ଜିଲା ସଭାପତି ସୌମ୍ୟସୁଧା ସୁନ୍ଦରାୟ, ସମ୍ପାଦିକା ହରପ୍ରିୟା ମହାରଥ, ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ଚିନ୍ମୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ର ନିର୍ମାଣରେ ଶ୍ରମିକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ। ଏହି ଅବସରରେ ସଂଘର କାର୍ଯ୍ୟଧାରାକୁ ଅଧିକ ତ୍ଵରାନିତ କରାଯିବା ସହିତ ବହୁ ଶ୍ରମିକଙ୍କୁ ସଂଘରେ ଯୋଡିବା ସମ୍ପର୍କରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *