ଏକଲ ବିଦ୍ୟାଳୟ ରାଜ୍ୟସ୍ତରୀୟ ଖେଳକୁଦ ସମାରୋହ

ଏକଲ ବିଦ୍ୟାଳୟ ରାଜ୍ୟସ୍ତରୀୟ ଖେଳକୁଦ ସମାରୋହ
ବଅଁରପାଳ: ଏକଲ ବିଦ୍ୟାଳୟ ରାଜ୍ୟସ୍ତରୀୟ ଖେଳକୁଦ ସମାରୋହ ବଅଁରପାଳ ବ୍ଲକ୍ ନାଲକୋ ସରସ୍ବତୀ ବିଦ୍ୟାମନ୍ଦିରଠାରେ ଇଂ. ଅଶୋକ କୁମାର ମୁଦୁଲିଙ୍କ ପୌରୋହିତ୍ୟରେ ଡିସେମ୍ବର 26,27 ଓ 28 ତିନି ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ୩୮୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଦୌଡ଼, ଲମ୍ବଡିଆଁ, ଉଇଡିଆଁ, କୁସ୍ତି, କବାଡି, ଯୋଗାସନ ଆଦି ଖେଳ ହୋଇଥିଲା । ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ଆସନ୍ତା ଫେବ୍ରୁଆରିରେ ହେବାକୁ ଥିବା ରାଷ୍ଟ୍ରୀୟସ୍ତରର ଖେଳକୁଦ ପାଇଁ ମନୋନୀତ କରାଯାଇଥିଲା। ଶନିବାର ଅନୁଷ୍ଠିତ ଉଦ୍‌ଯାପନ ସଭାରେ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟଅତିଥି, ନାଲ୍‌କୋ ମହାପ୍ରବନ୍ଧକ ଶୁଭେନ୍ଦୁ କୁମାର ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ପ୍ରତିଯୋଗିତା ପ୍ରମୁଖ ରାଘବେନ୍ଦ୍ର, ଏକଲ ବିଦ୍ୟାଳୟ ମାର୍ଗଦର୍ଶକ ନିରଞ୍ଜନ ପ୍ରଧାନ, ଓଡ଼ିଶା ସଭାପତି ଡ. ସୁଧାକର ପାଳ, କାର୍ଯ୍ୟକାରୀ ସଭାପତି ଡ. ଧରଣୀଧର ବେହେରା, ସମ୍ଭାଗ ଉପସଭାପତି ବସନ୍ତ ଦାନୀ, ପ୍ରଭାରୀ ଡ. ସିଦ୍ଧନାଥ ସାହୁ, ଇଂ. ଅରୁଣ ସାହୁ, ଅଭ୍ୟୁଦୟ କ୍ଲବ୍ ସଂପାଦକ ଶ୍ରୀପତି ପ୍ରଧାନ, ସଂଭାଗ ସମ୍ପାଦକ ଭୋଗଦେବ ପ୍ରଧାନ, ପ୍ରଭାରୀ ଖଗେଶ୍ଵର ଭୂତିଆ, ଜ୍ୟୋତିପ୍ରଭା ପ୍ରମୁଖ ମଞ୍ଚାସୀନ ଥିଲେ। ଝୁନୁବାଳା ଭୂତିଆ ଏବଂ ସାଗରିକା ମୁଦୁଲି ଅତିଥିମାନଙ୍କୁ ସମ୍ବଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ ୨୦୩୬ ମସିହାରେ ହେବାକୁ ଥିବା ଅଲିମ୍ପିକ୍‌ରେ ଯେପରି ସେମାନେ ଭାଗନେବେ, ସେଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଶ୍ରୀ ପାଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦକ୍ଷତାକୁ ପ୍ରଶଂସା କରିବା ସହ ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନଙ୍କ ପ୍ରସଙ୍ଗ ଉଲ୍ଲେଖ କରି ଗୁରୁ ଶ୍ୟାମଜୀ ଗୁପ୍ତଙ୍କ ଆଦର୍ଶ, ନାଲକୋର ତତ୍କାଳୀନ ସିଏମ୍ଡି ବଜରଂଗଲାଲ ବାଗାଡଜୀ ଏବଂ ବିଶ୍ଵେଶ୍ଵର ଟୁଡୁଙ୍କର ଏକଲ ବିଦ୍ୟାଳୟ ପ୍ରତି ଥିବା ଆନ୍ତରିକତା କଥା ପ୍ରକାଶ କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସମ୍ଭାଗ ପ୍ରଭାରୀ ବିପିନ ସାହୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *