ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ ରୋଡ୍ଶୋ ରାଲି
ରାଜନଗର: ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ଅତ୍ୟାଚାରର ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ହିନ୍ଦୁ ଜାଗରଣ ଅଭିଯାନ ହୋଇଯାଇଅଛି । ହିନ୍ଦୁ ଏକତା ମଞ୍ଚର ସଭାପତି ଭରତ ଚନ୍ଦ୍ର ରାଉତଙ୍କ ଆହ୍ୱାନ କ୍ରମେ ପଟ୍ଟାମୁଣ୍ଡାଇ -ରାଜନଗର ସୁରକ୍ଷାବାହିନୀର ସଭାପତି ବ୍ରଜ ଭୂଷଣ ମିଶ୍ର(ମନୁ ଭାଇ)ରାଜନଗର ନିର୍ବାଚନ ମଣ୍ଡଳୀର ସୁରକ୍ଷା ବାହିନୀର ସମ୍ପାଦକ ତଥା କେନ୍ଦ୍ରାପଡା ଜିଲ୍ଲା ଆଦିତ୍ୟ ବାହିନୀ ସଭାପତି ବିକାଶ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବାଙ୍ଗଲାଦେଶୀଙ୍କ ସଂଖ୍ୟ ବୃଦ୍ଧିକୁ ରୋକ ଲଗାଇ ସ୍ୱତନ୍ତ୍ର ଗୋହତ୍ୟା ଆଇନ ଆଣିବା ଦାବିନେଇ ତିନିଶହରୁ ଊର୍ଦ୍ଧ୍ୱ ସଚେତନ ରାଷ୍ଟ୍ରବାଦୀ ଯୁବକ ତ୍ରିନାଥ ବଜାର ଓ ରାଜନଗର ବଜାର ପରିକ୍ରମା କରି ଗୋପାଳପୁରୁ ବିଜୁପଟ୍ଟନାୟକ ପାର୍କରେ ସଭା କରିଥିଲେ ।ଦିନକୁ ଦିନ ବାଙ୍ଗଲା ଦେଶର ଅନୁପ୍ରବେଶକାରୀ ରାଜନଗର ଅଞ୍ଚଳରେ ପ୍ରବେଶ କରି ଲୁହା ଦୋକାନ କରିବା ସହ ସରକାରୀ ଜାଗାରେ ଘର କରି ପିଲାମାନଙ୍କୁ ଅସାମାଜିକ ସାଙ୍ଗମାନଙ୍କରେ ଛାଡୁଥିବାରୁ ସ୍ଥାନୀୟ ଲୋକଙ୍କ ସହିତ ଗଣ୍ଡଗୋଳ କରିବାକୁ ପଛାଉ ନାହାଁନ୍ତି । ଏପରିକି ସେମାନଙ୍କ ଘରକୁ ଦଳେ ଦଳେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଯିବା ଆସିବା କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ କରିବାକୁ ଆଗ୍ରହ ଦେଖାଯାଉନାହିଁ ବୋଲି ଅଭିଯୋଗ ହେଉଛି । ଯାହାଫଳରେ ରାଜନଗର ବଜାରରେ ବାଙ୍ଗଲାଦେଶ ବ୍ୟବସାୟୀ ଙ୍କର ଦିନକୁ ଦିନ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗୁଛି । ଯଦି ସେମାନଙ୍କ ରହିବା ସ୍ଥାନ ତଦନ୍ତ କରିବା ସହ ୬୦/୭୦ମସିହାରୁ ଥିବା ବଙ୍ଗାଳି ସମ୍ପ୍ରଦାୟଙ୍କ ବିଷୟରେ ତଦନ୍ତ କରାଗଲେ ପ୍ରକୃତ ବାସିନ୍ଦା ଲୋକଲୋଚନକୁ ଆସିବେ