ଭାରତ ସହ ତିକ୍ତ ସମ୍ପର୍କ ପାଇଁ ଟ୍ରୁଡୋଙ୍କୁ ଦାୟୀ କଲେ କାନାଡାବାସୀ

ଅଟାୱା: ଭାରତ ସହିତ କାନାଡାର ତିକ୍ତ ସମ୍ପର୍କ ପାଇଁ କାନାଡାବାସୀ ତାଙ୍କ  ଦେଶର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଦାୟୀ କରିଛନ୍ତି। ଦୁଇ ଦେଶର ତିକ୍ତ ସମ୍ପର୍କକୁ ନେଇ କାନାଡାରେ ଏକ ସର୍ଭେ ହୋଇଥିଲା।

ଏହି ସର୍ଭେରେ ମିଳିଥିବା ମତାମତ ଅନୁଯାୟୀ  ଅଧିକାଂଶ କାନାଡାବାସୀ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ଦାୟୀ କରିଛନ୍ତି। ୩୯% ଦେଶବାସୀ କହିଛନ୍ତି ଯେ ଟ୍ରୁଡୋଙ୍କ ପ୍ରଶାସନ ପରିସ୍ଥିତିକୁ ପରିଚାଳନା କରିବାରେ ବିଫଳ ହେବାରୁ ଭାରତ ସହ ସମ୍ପର୍କରେ ତିକ୍ତତା ଆସିଛି। ଆଉ ମଧ୍ୟ ଟ୍ରୁଡୋ ଦେଶର ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଭାରତ ସହିତ କାନାଡାର ସମ୍ପର୍କରେ ଉନ୍ନତି ଆସିପାରିବ ନାହିଁ। ଅଙ୍ଗସ୍ ରେଡ୍ ଇନଷ୍ଟିଚ୍ୟୁଟ୍ (ଏଆରଆଇ) ଓ ଏସିଆ ପ୍ୟାସିଫିକ୍ ଫାଉଣ୍ଡେସନ ଅଫ୍ କାନାଡା ପକ୍ଷରୁ ହୋଇଥିବା ସର୍ଭେରେ ୩୨% କାନାଡାବାସୀ ଟ୍ରୁଡୋଙ୍କ ସପକ୍ଷରେ ମତ ଦେଇଛନ୍ତି।

୨୯% କୌଣସି ମତାମତ ଦେଇ ନାହାନ୍ତି। ୨୦୨୫ରେ କାନାଡାରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ଏହି ସର୍ଭେ ଟ୍ରୁଡୋଙ୍କ ସରକାରର ପତନ ହେବାକୁ ସୂଚିତ କରୁଛି।

Leave a Reply

Your email address will not be published. Required fields are marked *