ଜଗତସିଂହପୁର ଜ଼ିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

ବାଂଲାଦେଶରେ ହିନ୍ଦୁ ବିରୋଧି ହିଂସା ପ୍ରତିବାଦରେ ଶୋଭାଯାତ୍ରା

ଜଗତସିଂହପୁର- ଜଗତସିଂହପୁର ଜ଼ିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ପଡୋଶୀ ବାଙ୍ଗଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ହିଂସା, ଅତ୍ୟାଚାରକୁ ବିରୋଧ କରି ଜଗତସିଂହପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ହିନ୍ଦୁ ସୁରକ୍ଷା ମଞ୍ଚର ସଂଯୋଜକ ରାମ ପଙ୍କଜ ଦାସଙ୍କ ସଂଯୋଜନାରେ ଜଗତସିଂହପୁର ଦଶ ନମ୍ବର ଛକରୁ ଶତାଧିକ ହିନ୍ଦୁ ସୁରକ୍ଷା ମଞ୍ଚ ର କାର୍ଯ୍ୟକର୍ତା ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଜ଼ିଲ୍ଲାପାଳଙ୍କ ପଡିଆରେ ପହଞ୍ଚିବାପରେ ଏକ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା । ସଭାରେ ଜ଼ିଲ୍ଲାର ପ୍ରମୁଖ ସନ୍ଥ ବାବା ଦିବାକର ଦାସ, ଶ୍ରୁତି ସାଗର ମହାରାଜ, ବାବା ବଂଶୀଧର ଦାସ, ଅଧିକାରୀ ପ୍ରସନ୍ନାନନ୍ଦ ଦାସ, ଦୟାନିଧି ଦାସ, ବିଶ୍ୱ ହିନ୍ଦୁ ପରିଷଦର ଜ଼ିଲ୍ଲା ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ, ଉପ ସଭାପତି ମାନସ କୁମାର ସ୍ୱାଇଁ, ସୁରେଶ ଚୌଧୁରୀ, ପ୍ରମୁଖ ଉପସ୍ଥିତ ରହି ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅମାନୁଷିକ ଅତ୍ୟାଚାର, ହତ୍ୟା, ସାଧୁ ସନ୍ଥଙ୍କୁ ଗିରଫଦାରି, ହିନ୍ଦୁ ମନ୍ଦିର ଭଙ୍ଗାକୁ ଘୋର ବିରୋଧ କରି କଟୁ ସମାଲୋଚନା କରିଥିଲେ । ଏତଦବ୍ୟତୀତ ଇସ୍କନ ବଙ୍ଗଳା ପ୍ରମୁଖ ସ୍ୱାମୀ ଚିନ୍ମୟକୃଷ୍ଣ ପ୍ରଭୁଙ୍କୁ ଦୋଷମୁକ୍ତ କରି ଜେଲରୁ ମୁକଳିବା, ହିନ୍ଦୁମାନଙ୍କ ଉପରେ ହିଂସାତ୍ମକ ଆକ୍ରମଣ ବନ୍ଦ କରିବା, ଷଡଯନ୍ତ୍ରକାରିଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ଓ ଉପଯୁକ୍ତ ଦଣ୍ଡ ବିଧାନ, ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ସାମ୍ବିଧାନିକ ଅଧିକାର, ସୁରକ୍ଷା ଏବଂ ସାମାଜିକ ପ୍ରତିଷ୍ଠା ସମାନତା ରକ୍ଷା କରିବାକୁ ଏକ ଦାବିପତ୍ର ଜ଼ିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ସୁନାକାର ବେହେରା ଉପସ୍ଥିତ ସମସ୍ତ ସାଧୁ ସନ୍ଥଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *